ଜଗନଙ୍କ ମାମଲାର ଶୁଣାଣିରୁ ଓହଲି ଗଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଲଳିତ

ନୂଆଦିଲ୍ଲୀ: ନ୍ୟାୟପାଳିକାକୁ ଆକ୍ଷେପ କରି ଅଡ଼ୁଆରେ ପଡ଼ିଥିବା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ତେବେ ଏହି ଆବେଦନର ଶୁଣାଣି କରିବାକୁ ଥିବା ଖଣ୍ଡପୀଠରୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ନିଜର ଓହରି ଯାଇଛନ୍ତି। ଜଷ୍ଟିସ ଲଳିତ କହିଛନ୍ତି, “ଏହି ମାମଲାରେ ପକ୍ଷ ହୋଥିବା ଜଣଙ୍କ ପାଇଁ ମୁଁ ଓକିଲ ଥିବା ବେଳେ ଲଢ଼େଇ କରିଥିଲି। ଏଥିପାଇଁ ମାମଲାର ଶୁଣାଣି କରିବାରେ ମୁଁ […]

f

f

Hemant Lenka
  • Published: Monday, 16 November 2020
  • Updated: 16 November 2020, 04:33 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟାୟପାଳିକାକୁ ଆକ୍ଷେପ କରି ଅଡ଼ୁଆରେ ପଡ଼ିଥିବା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ତେବେ ଏହି ଆବେଦନର ଶୁଣାଣି କରିବାକୁ ଥିବା ଖଣ୍ଡପୀଠରୁ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ନିଜର ଓହରି ଯାଇଛନ୍ତି।

ଜଷ୍ଟିସ ଲଳିତ କହିଛନ୍ତି, “ଏହି ମାମଲାରେ ପକ୍ଷ ହୋଥିବା ଜଣଙ୍କ ପାଇଁ ମୁଁ ଓକିଲ ଥିବା ବେଳେ ଲଢ଼େଇ କରିଥିଲି। ଏଥିପାଇଁ ମାମଲାର ଶୁଣାଣି କରିବାରେ ମୁଁ ଅସୁବିଧାର ସମ୍ମୁଖୀନ ହୋଇପାରେ। ତେଣୁ କରି ଏହି ମାମଲାର ଶୁଣାଣି ମୁଁ ନଥିବା ବେଞ୍ଚର କରିବାକୁ ଅର୍ଡର ପାସ କରୁଛି।” ଜଗନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୩ଟି ଆବେଦନ ହୋଇଛି। ଏହାର ଶୁଣାଣି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିନ ଭୀନିତ ଶରନ ଓ ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟଙ୍କ ଖଣ୍ଡପୀଠରେ ହେବାର ଥିଲା।

ଆବେଦନରେ କୁହାଯାଇଛି ଯେ ଜଗନ ରେଡ୍ଡୀ କେବଳ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କୁ ନ୍ୟାୟପାଳିକା ଓ ଜଜ୍‌ଙ୍କ ବିରୋଧରେ ଚିଠି ଲେଖିନଥିଲେ। ସେ ସାମ୍ବାଦିକ ସମ୍ମିଳନୀ କରି ନ୍ୟାୟପାଳିକା ବିରୋଧରେ ମିଥ୍ୟା ଅଭିଯୋଗ ମଧ୍ୟ ଆଣିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସେମାନେ ଦାବି କରିଥିଲେ।

ଅକ୍ଟୋବର ୬ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀର ୱାଇ ଏସ୍‌ ଜଗନ ମୋହନ ରେଡ୍ଡୀ ସୁପ୍ରିମକୋର୍ଟ ଦ୍ୱିତୀୟ ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଏନଭି ରମନାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଜଷ୍ଟିସ ରମନାଙ୍କ ବିରୋଧରେ ପକ୍ଷପାତିତାର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଜଗନ ମୋହନ ସିଜେଆଇ ଜଷ୍ଟିସ୍‌ ବୋବଡେଙ୍କୁ ଚିଠି ଲେଖିଛନ୍ତି।

ଜଗନ ମୋହନ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଓ ଜଷ୍ଟିସ ରମନାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି। ଏଥିପାଇଁ ଚନ୍ଦ୍ର ବାବୁ ନାଇଡୁ ଜଷ୍ଟିସ ରମନାଙ୍କ ପରିବାର ଲୋକଙ୍କୁ ଟଙ୍କା ଦେଉଛନ୍ତି। ଏହାବଦଳରେ ଜଷ୍ଟିସ ରମନା ହାଇକୋର୍ଟଙ୍କୁ ପ୍ରଭାବିତ କରି ଆନ୍ଧ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜୁଛନ୍ତି।

ସେ ଅଭିଯୋଗ କରିଥିଲେ ଯେ ଆନ୍ଧ୍ରପ୍ରଦେଶର ଅନ୍ୟତମ ରାଜଧାନୀ ଅମରାବତୀ ଜମି ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଶୁଣାଣିକୁ ଜଷ୍ଟିସ ଏନ୍‌ଭି ରମନା ପ୍ରଭାବିତ କରୁଛନ୍ତି। ଜଗନ ଏ ସଂକ୍ରାନ୍ତରେ ସିଜେଆଇ ଜଷ୍ଟିସ୍‌ ଏସ୍‌ଏ ବୋବଡେଙ୍କୁ ୮ ପୃଷ୍ଠାର ଅଭିଯୋଗ ପତ୍ର ମଧ୍ୟ ପଠାଇଛନ୍ତି। ଅମରାବତୀ ଆନ୍ଧ୍ର ପ୍ରଦେଶ ରାଜଧାନୀ ଘୋଷିତ ହେବା ପୂର୍ବରୁ ସଂପୃକ୍ତ ବିଚାରପତିଙ୍କ ପରିବାର ସଦସ୍ୟ ଓ ଅନ୍ୟମାନେ ଜମି ଦୁର୍ନୀତି କରିଥିଲେ ବୋଲି ସେ କହିଥିଲେ।

୨୦୧୪ ଜୁନ୍‌ରୁ ୨୦୧୯ ମେ ମଧ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ କାର୍ଯ୍ୟକାଳ ମଧ୍ୟରେ ଅମରାବତୀରେ ଜମି କାରବାର ହୋଇଥିଲା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୭୯୭ ଜଣ ସାଧାରଣ ବଣ୍ଟନ ବ୍ୟବସ୍ଥାର ପଡି କାର୍ଡଧାରୀ ୨,୦୦୦ କୋଟିରୁ ଅଧିକ ଟଙ୍କାର ୭୦୦ ଏକର ଜମି କିଣିଥିବା ଜଣାପଡ଼ିଥିଲା। ଅନେକ ଜମିକ୍ରେତାଙ୍କର ମଧ୍ୟ ପ୍ୟାନ୍‌ କାର୍ଡ ନଥିଲା। ଏହି ମହାଦୁର୍ନୀତିର ତଦନ୍ତ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ପରେ ଜଗନ ମୋହନ ଆରମ୍ଭ କରିଥିଲେ।

ତଦନ୍ତ ବେଳେ ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ସେବେଠାରୁ ଜଷ୍ଟିସ ରମନା ଏହି ମାମଲାରେ ହସ୍ତକ୍ଷେପ କରି ଆସୁଛନ୍ତି ବୋଲି ଜଗନ ଅଭିଯୋଗ କରିଛନ୍ତି। ତେଣୁ ହାଇକୋର୍ଟ ଏହି ମାମଲାରେ ଯେପରି ନିରପେକ୍ଷତା ଅବଲମ୍ବନ କରି ଶୁଣାଣି କରିବେ, ତା’ର ବ୍ୟବସ୍ଥା କରିବାକୁ ଜଗନ ସିଜେଆଇଙ୍କୁ ଅନୁରୋଧ କରିଥିଲେ।

ଅମରବାତୀ ଜମି ଦୁର୍ନୀତି ଘଟଣାରେ ଜଷ୍ଟିସ ରମନାଙ୍କ ଝିଅଙ୍କ ନାଁରେ ଏଫଆଇଆର ମଧ୍ୟ ହୋଇଛି। ଏହା ବ୍ୟତୀତ କିଛି ପୂର୍ବତନ ସାଂସଦ ଓ ବିଧାୟକ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos