କଂଗ୍ରେସ ଓ ଜେଡିଏସ୍‌ର ଆବେଦନକୁ ଗ୍ରହଣ କଲେ ସୁପ୍ରିମ୍‌କୋର୍ଟ, ରାତି ୧ଟା ୪୫ରେ ହେବ ଶୁଣାଣି

ନୂଆଦିଲ୍ଲୀ: ଗୁରୁବାର ସକାଳେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା ଶପଥ ନେବାକୁ ଥିବା ବେଳେ ଏହା ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ଓ ଜେଡିଏସ୍‌।  ଉଭୟ ଦଳ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିବା ସହିତ ଶପଥଗ୍ରହଣ ଉତ୍ସବ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଥିଲେ। ଆଜି ରାତିରେ ହିଁ ଶୁଣାଣି କରିବାକୁ ଉଭୟ ଦଳର ନେତାମାନେ ଦାବି କରିଥିଲେ। ଆଉ […]

supremecourt

supremecourt

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 01:37 AM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ସକାଳେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା ଶପଥ ନେବାକୁ ଥିବା ବେଳେ ଏହା ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ଓ ଜେଡିଏସ୍‌।  ଉଭୟ ଦଳ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିବା ସହିତ ଶପଥଗ୍ରହଣ ଉତ୍ସବ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଥିଲେ। ଆଜି ରାତିରେ ହିଁ ଶୁଣାଣି କରିବାକୁ ଉଭୟ ଦଳର ନେତାମାନେ ଦାବି କରିଥିଲେ। ଆଉ ତାହା ହିଁ ହେବ। ଶୁଣାଣି କରିବା ପାଇଁ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଅନୁମତି ଦେଇଛନ୍ତି। ଆଜି ରାତି ୧ଟା ୪୫ ମିନିଟ୍‌ରେ ସୁପ୍ରିମ୍‌କୋର୍ଟରେ ଏହାର ଶୁଣାଣି ହେବ। ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚରେ ଏହି ଶୁଣାଣି ହେବ। କୋର୍ଟ ନମ୍ବର ଛଅରେ ଏହି ଶୁଣାଣି କରାଯିବ। ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଅର୍ଜନ କୁମାର ସୀକରୀ ଓ ଜଷ୍ଟିସ୍ ଅରବିନ୍ଦ ବୋବେଡ଼ ଏହି ଶୁଣାଣି କରିବେ।

କଂଗ୍ରେସ ତରଫରୁ ଦଳର ବରିଷ୍ଠ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ଯୁକ୍ତି ଉପସ୍ଥାପନ କରିବେ।

ସୂଚନାଯୋଗ୍ୟ, ବୁଧବାର କର୍ଣ୍ଣାଟକ ରାଜ୍ୟପାଳ ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଆମନ୍ତ୍ରଣ କରିଥିଲେ। ଶପଥ ଗ୍ରହଣର ଦିନ, ସମୟ ଓ ସ୍ଥାନ ସ୍ଥିର କରିବା ଦାୟିତ୍ୱ ସେ ୟେଦ୍ୟୁରପ୍ପାଙ୍କ ଉପରେ ଛାଡ଼ି ଦେଇଥିଲେ। ତେବେ ୧୫ ଦିନ ମଧ୍ୟରେ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପରେ କର୍ଣ୍ଣାଟକ ବିଜେପି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା ଯେ ୟେଦ୍ୟୁରପ୍ପା ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos