ଶାହୀନ ବାଗ ଆନ୍ଦୋଳନରେ ୪ ମାସର ଶିଶୁ ମୃତ୍ୟୁ ଘଟଣା: କଡ଼ା ମତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାହୀନ ବାଗରେ ବିବାଦୀୟ ନାଗରିକତା ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନରୁ ଫେରିବା ପରେ ଜଣେ ୪ ମାସର ଶିଶୁ ପ୍ରାଣ ହରାଇବା ଘଟଣାକୁ ବେଶ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ। କ’ଣ ୪ ମାସର ଶିଶୁ ଶାହୀନ ବାଗ ଆନ୍ଦୋଳନରେ ଭାଗ ନେଇପାରିବ କି? ଏହା କ’ଣ ଠିକ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିଜ ଆଡ଼ୁ ଏହାକୁ ଗୁରୁତର ସହ ନେଇ […]

q

q

Hemant Lenka
  • Published: Monday, 10 February 2020
  • Updated: 10 February 2020, 04:06 PM IST

Sports

Latest News

ନୂଆଦିଲ୍ଲୀ: ଶାହୀନ ବାଗରେ ବିବାଦୀୟ ନାଗରିକତା ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନରୁ ଫେରିବା ପରେ ଜଣେ ୪ ମାସର ଶିଶୁ ପ୍ରାଣ ହରାଇବା ଘଟଣାକୁ ବେଶ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ। କ’ଣ ୪ ମାସର ଶିଶୁ ଶାହୀନ ବାଗ ଆନ୍ଦୋଳନରେ ଭାଗ ନେଇପାରିବ କି? ଏହା କ’ଣ ଠିକ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିଜ ଆଡ଼ୁ ଏହାକୁ ଗୁରୁତର ସହ ନେଇ ମାମଲା ଉପରେ କଡ଼ା ବୟାନ ଦେଇଛନ୍ତି। କୋର୍ଟ ନିଜ ଆଡ଼ୁ ମାମଲାର ଶୁଣାଣି କରିବାକୁ କିଛି ଓକିଲ ବିରୋଧ କରିଥିଲେ। ତେବେ ଏହି ମାମଲାରେ କୋର୍ଟରେ ଉପସ୍ଥିତ ଥିବା ମହିଳା ଓକିଲଙ୍କୁ ସୁପ୍ରିମକୋର୍ଟ କହିଥିଲେ ଯେ “କ’ଣ ଜଣେ ୪ ମାସ ଶିଶୁ ଏଭଳି ଆନ୍ଦୋଳନରେ ଭାଗ ନେଇପାରିବେ?”

ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ “ ଆନ୍ଦୋଳନରେ ନାବାଳକ କିମ୍ବା ନାବାଳିକା ଓ ଶିଶୁମାନଙ୍କୁ ସାମିଲ କରିବା ଆଦୌ ଠିକ ନୁହେଁ।” ନାବାଳକ ଓ ନାବାଳିକା ମାନଙ୍କୁ ସମସ୍ତ ପ୍ରକାରର ଆନ୍ଦୋଳନ ଓ ବିକ୍ଷୋଭ ଠାରୁ ଦୂରେଇ ରଖିବା ପାଇଁ ଜାତୀୟ ସାହସିକତା ପୁରସ୍କାର ପ୍ରାପ୍ତ ଜେନ ଗୁଣରତ୍ନ ସାଦାଭାରଟେ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଥିଲେ। ଏହାପରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରି ଏହାର ଶୁଣାଣି କରିଛନ୍ତି।

ଆଜି ଖଣ୍ଡପୀଠ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ମଧ୍ୟ ଏହି ମାମଲାରେ ନୋଟିସ କରିଛନ୍ତି। ଖଣ୍ଡପୀଠରେ ଥିବା ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ଆଜି ଶୁଣାଣି ବେଳେ ଦୁଇ ମହିଳା ଓକିଲଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ।

ମହିଳା ଓକିଲମାନେ କହିଥିଲେ ଯେ ଶାହୀନ ବାଗ ଆନ୍ଦୋଳନରେ ଭାଗ ନେଉଥିବା ଛୋଟ ଛୋଟ ପିଲାମାନଙ୍କୁ ସେମାନଙ୍କୁ ସ୍କୁଲରେ ପାକିସ୍ତାନୀ ଓ ଦେଶଦ୍ରୋହୀ ଭାବେ ଚିତ୍ରଣ କରାଯାଉଛି। ତେଣୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ ନିବେଦନ କରିଥିଲେ। ହେଲେ ଖଣ୍ଡପୀଠ ସେମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ମୂଳ ପ୍ରସଙ୍ଗକୁ ଉଭୟ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story