ଅଯୋଧ୍ୟା ପାଇଁ ହୋଇପାରିଲାନି କଶ୍ମୀର ଶୁଣାଣି, କାଲିଠୁ ସାମ୍ବିଧାନିକ ବେଞ୍ଚ କରିବେ ବିଚାର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଜାରି ହୋଇଥିବା କଟକଣା ବିରୋଧରେ ଆଗତ ସମସ୍ତ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇପାରି ନାହିଁ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରୁଥିବାରୁ ଆଜି କଶ୍ମୀରକୁ ନେଇ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବାକୁ ସମୟ ନଥିବା କହିଛନ୍ତି। ଆସନ୍ତାକାଲି ଠାରୁ କଶ୍ମୀର ଉପରେ ଆଗତ ସମସ୍ତ ଆବେଦନର ଶୁଣାଣି ସ୍ୱତନ୍ତ୍ର ‘କଶ୍ମୀର […]

sc

sc

Hemant Lenka
  • Published: Monday, 30 September 2019
  • Updated: 30 September 2019, 03:20 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଜାରି ହୋଇଥିବା କଟକଣା ବିରୋଧରେ ଆଗତ ସମସ୍ତ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇପାରି ନାହିଁ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରୁଥିବାରୁ ଆଜି କଶ୍ମୀରକୁ ନେଇ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବାକୁ ସମୟ ନଥିବା କହିଛନ୍ତି।

ଆସନ୍ତାକାଲି ଠାରୁ କଶ୍ମୀର ଉପରେ ଆଗତ ସମସ୍ତ ଆବେଦନର ଶୁଣାଣି ସ୍ୱତନ୍ତ୍ର ‘କଶ୍ମୀର ସାମ୍ବିଧାନିକ ଖଣ୍ଡପୀଠ’ କରିବେ ବୋଲି ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି। ଆଜି ଜଷ୍ଟିସ୍‌ ଗୋଗୋଇ କହିଛନ୍ତି, “ଅଗଷ୍ଟ ୬ରୁ ଅଯୋଧ୍ୟା ଜମି ବିବାଦ ମାମଲାର ନିୟମିତ ଶୁଣାଣି ହେଉଛି। ତେଣୁ କଶ୍ମୀର ମାମଲାର ଶୁଣାଣି କରିବାକୁ ଖଣ୍ଡପୀଠଙ୍କ ନିକଟରେ ସମୟ ନାହିଁ। କିନ୍ତୁ ଆସନ୍ତାକାଲି ଠାରୁ କଶ୍ମୀର ସାମ୍ବିଧାନିକ ପୀଠ ଏ ସଂକ୍ରାନ୍ତ ସମସ୍ତ ଆବେଦନର ଶୁଣାଣି କରିବେ।

ଏହାସହ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଉଚ୍ଛେଦ କରିଥିବା ଧାରା ୩୭୦ର ବୈଧତା ମଧ୍ୟ ସାମ୍ବିଧାନିକ ଖଣ୍ଡପୀଠ କରିବେ। ବର୍ତ୍ତମାନ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ସାମ୍ବିଧାନିକ ଖଣ୍ଡପୀଠ ଗଠନ ହୋଇଛି। ତେଣୁ ଏହି ଖଣ୍ଡପୀଠ ଅନ୍ୟ ମାମଲାର ଶୁଣାଣି କରିପାରିବେ ନାହିଁ। ଆସନ୍ତାକାଲି ଠାରୁ ଜଷ୍ଟିସ୍ ଏନଭି ରମଣଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ସାମ୍ବିଧାନିକ ଖଣ୍ଡପୀଠ କଶ୍ମୀର ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି କରିବେ।”

ସାମ୍ବିଧାନିକ ଖଣ୍ଡପୀଠ ଜମ୍ମୁ-କଶ୍ମୀରରେ ଅଗଷ୍ଟ ୫ରୁ ଜାରି ହୋଇଥିବା କଟକଣା, ସାମ୍ବାଦିକଙ୍କ ଖବର ପ୍ରସାରଣ ଉପରେ ରୋକ ଏବଂ ନାବଳକମାନଙ୍କୁ ଅଟକ ଆଦି ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବେ। ତାଲିକାରେ ପାଖାପାଖି ୯ଟି ଆବେଦନ ରହିଛି।

ଅନ୍ୟପକ୍ଷରେ ଆଜିର ଶୁଣାଣି ବେଳେ ରାଜ୍ୟସଭା ସାଂସଦ ଭାଇକୋଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ସେ ପିଏସଏ ବଳରେ ଅଟକ ରହିଥିବା ନ୍ୟାଶନାଲ କନଫରେନ୍ସ ମୁଖ୍ୟ ତଥା ଲୋକସଭା ସାଂସଦ ଫାରୁକ ଅବଦୁଲ୍ଲାଙ୍କୁ କୋର୍ଟରେ ହାଜର କରିବା ପାଇଁ ଆବେଦନ କରିଥିଲେ। ତେବେ ଫାରୁକ ଅବଦୁଲ୍ଲାଙ୍କୁ ପିଏସ୍ଏ ବଳରେ ଅଟକ ରଖାଯାଇଥିବାରୁ ଏହାକୁ ନିୟମ ଅନୁସାରେ କେହି ବି ଚ୍ୟାଲେଞ୍ଜ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅଗଷ୍ଟ ୫ରୁ ଫାରୁକ ଅବଦୁଲ୍ଲାଙ୍କୁ ଅଟକ ରଖାଯାଇଥିଲା। ତେବେ ସେପ୍ଟେମ୍ବର ୧୭ରେ ତାଙ୍କୁ ପିଏସ୍‌ଏ ବଳରେ ଗୃହବନ୍ଦୀ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ପିଏସଏ ବଳରେ ଅଟକ ରହୁଥିବା ବ୍ୟକ୍ତିବିଶେଷଙ୍କୁ ବିନା ଶୁଣାଣିରେ ୨ ବର୍ଷ ଯାଏ ଅଟକ ରଖାଯିବାର ନିୟମ ରହିଛି।

ଜମ୍ମୁ-କଶ୍ମୀରରେ ଛୋଟଛୋଟ ପିଲାଙ୍କୁ ଅଟକ ରଖାଯିବା ବିରୋଧରେ ଶିଶୁ ଅଧିକାର ପାଇଁ ଲଢ଼େଇ କରୁଥିବା ଏନାକ୍ଷୀ ଗାଙ୍ଗୁଲି ଓ ପ୍ରଫେସର ସନ୍ଥ ସିହ୍ନା ଏକ ପିଆଇଏଲ ଦାଖଲ କରିଥିଲେ। ସେହିପରି କଂଗ୍ରେସ ସାଂସଦ ଗୁଲାମନବୀ ଆଜାଦ ମଧ୍ୟ କଶ୍ମୀରରେ ଲାଗୁ ହୋଇଥିବା କଟକଣା ବିରୋଧରେ ଆବେଦନ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ କଶ୍ମୀରରେ ଜାରି ରହିଥିବା ଯୋଗାଯୋଗ କଟକଣା ବିରୋଧରେ କଶ୍ମୀର ଟାଇମ୍ସ ସମ୍ପାଦକ ଅନୁରାଧା ଭାସିନଙ୍କ ଆବେଦନ ମଧ୍ୟ ସାମ୍ବିଧାନିକ ଖଣ୍ଡପୀଠ ଆସନ୍ତାକାଲି ଠାରୁ ଶୁଣାଣି କରିବେ।

ଆଜି କଶ୍ମୀର ମାମଲାର ଶୁଣାଣି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ସହ ଅନ୍ୟ ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କରିଥିଲେ। ଏହି ୩ ଜଣ ଯାକ ବିଚାରପତି ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ତପୀଠର ସଦସ୍ୟ ରହିଛନ୍ତି। ଯେହେତୁ ଅକ୍ଟୋବର ୧୮ ସୁଦ୍ଧା ଅଯୋଧ୍ୟା ଜମି ବିବାଦର ଶୁଣାଣି ସାରିବାକୁ ଜଷ୍ଟିସ ଗୋଗୋଇ ଲକ୍ଷ୍ୟ ରଖିଛନ୍ତି, ତେଣୁ ସେ ଆଜି ଅନ୍ୟ ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story