୭ ନୁହେଁ ୫ ଜଣିଆ ଖଣ୍ଡପୀଠରେ ହେବ ଧାରା ୩୭୦ ଉଚ୍ଛେଦର ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଜଡ଼ିତ ସମସ୍ତ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ହିଁ ହେବ। ଏହି ସମ୍ବେଦନଶୀଳ ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ପାଇଁ ଏକାଧିକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ପୂର୍ବଭଳି ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ ହିଁ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, […]

ed

ed

Hemant Lenka
  • Published: Monday, 02 March 2020
  • Updated: 02 March 2020, 12:31 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଜଡ଼ିତ ସମସ୍ତ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ହିଁ ହେବ। ଏହି ସମ୍ବେଦନଶୀଳ ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ପାଇଁ ଏକାଧିକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ପୂର୍ବଭଳି ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ ହିଁ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଏହାକୁ ଦୁଇ ଭାଗରେ ବିଭକ୍ତ ଏବଂ ରାଜନେତାଙ୍କୁ ଅଟକ ଆଦି ମାମଲା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏଥିସହ ଏହି ମାମଲାର ଶୁଣାଣି ୭ ଜଣିଆ ବେଞ୍ଚରେ କରିବାକୁ ମଧ୍ୟ ଆବେଦନକାରୀ ଦାବି କରିଥିଲେ।

ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ୍‌ ଏନଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କରିଥିଲେ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ସମ୍ପର୍କିତ ଆବେଦନର ଶୁଣାଣିକୁ ବୃହତ୍ତର ବେଞ୍ଚକୁ ପଠାଇବାର କୌଣସି ଆବଶ୍ୟକ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ତେଣୁ ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ହିଁ ମାମଲାର ଶୁଣାଣି ଜାରି ରଖିବେ। ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଗତବର୍ଷ ଅଗଷ୍ଟ ୫ ତାରିଖରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଉପତ୍ୟକାକୁ ୨ ଖଣ୍ଡ କରିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ସେବେଠାରୁ ଇତି ମଧ୍ୟରେ ଜମ୍ମୁ-କଶ୍ମୀରରେ କଟକଣା ବଳବତ୍ତର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos