ନର୍ଭୟା ଦୋଷୀ ପବନର ‘ନାବାଳକ’ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାକୁ ଝଟକା ଲାଗିଛି। ସେ ୨୦୧୨ ଏହି ଲୋମହର୍ଷଣକାରୀ ଘଟଣାରେ ସାମିଲ ଥିଲା। ହେଲେ ସେତେବେଳେ ସିଏ ନାବାଳକ ଥିଲା ବୋଲି ଦାବି କରି ସୁପ୍ରିମକୋର୍ଟରେ ଫାଶୀ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିଥିଲା। ହେଲେ କୋର୍ଟ ତା’ର କୌଣସି ଆବେଦନକୁ ଗ୍ରହଣ କରିନାହାନ୍ତି। ଏହା ପୂର୍ବରୁ ପବନ ନିଜକୁ ନାବାଳକ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ […]

df

df

Hemant Lenka
  • Published: Monday, 20 January 2020
  • Updated: 20 January 2020, 08:59 PM IST

Sports

Latest News

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଉଦ୍ୟମ କରୁଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାକୁ ଝଟକା ଲାଗିଛି। ସେ ୨୦୧୨ ଏହି ଲୋମହର୍ଷଣକାରୀ ଘଟଣାରେ ସାମିଲ ଥିଲା। ହେଲେ ସେତେବେଳେ ସିଏ ନାବାଳକ ଥିଲା ବୋଲି ଦାବି କରି ସୁପ୍ରିମକୋର୍ଟରେ ଫାଶୀ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିଥିଲା।

ହେଲେ କୋର୍ଟ ତା’ର କୌଣସି ଆବେଦନକୁ ଗ୍ରହଣ କରିନାହାନ୍ତି। ଏହା ପୂର୍ବରୁ ପବନ ନିଜକୁ ନାବାଳକ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ହେଲେ ଗତବର୍ଷ ଡିସେମ୍ବର ୧୯ରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ। ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏଏସ୍‌ ବୋପାନ୍ନାଙ୍କୁ ନେଇ ଖଣ୍ଡପୀଠ ଆଜି ଆବେଦନକୁ ଖାରଜ କରି କହିଛନ୍ତି, “ଆମେ ଏହି ଆବେଦନରେ ହସ୍ତକ୍ଷେପ କରିବା ପାଇଁ କୌଣସି ପ୍ରକାରର ନୂଆ ପ୍ରମାଣ ପାଉନାହୁଁ। ଥରେ ନାବାଳକ ଦାବି ଯାଞ୍ଚ ହୋଇଛି ଏବଂ ଏହା ହାଇକୋର୍ଟରେ ଖାରଜ ହୋଇଛି।

ତେଣୁ ଏଥିରେ ଆଉ କେହି ହସ୍ତକ୍ଷେପ କରିପାରିବେ ନାହିଁ। ଆପଣ କେତେ ଥର ଗୋଟିଏ କଥାକୁ ଶୁଣିବେ? ଆପଣ ଏହି ପ୍ରସଙ୍ଗ ପୂର୍ବରୁ ମଧ୍ୟ ଅନେକ ଥର ଉଠାଇ ନିରାଶ ହୋଇଛନ୍ତି।”

ପବନ ପକ୍ଷରୁ ଆଇନଜୀବୀ ଏପି ସିଂହ ନିଜର ପକ୍ଷ ରଖି କହିଥିଲେ ଯେ “ପବନର ସ୍କୁଲ ପ୍ରମାଣପତ୍ର ଅନୁଯାୟୀ ସେ ଘଟଣା ବେଳେ ନାବାଳକ ଥିଲା ବୋଲି ଉଲ୍ଲେଖ ରହିଛି। ହେଲେ ଆଜି ଯାଏ କୌଣସି କୋର୍ଟ ଏହାକୁ ପ୍ରମାଣ ଭାବେ ଗ୍ରହଣ କରିନାହାନ୍ତି।”

ଦିଲ୍ଲୀ ପୁଲିସ୍‌ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, “ଏହି ଦାବି ଏକାଧିକ ଥର ଅନେକ କୋର୍ଟରେ ଉଠା ଯାଇଛି। ଏହା କେବଳ ନାୟିକ ପ୍ରକ୍ରିୟାକୁ ବିଳମ୍ବିତ କରିବାର ଏକ ପ୍ରୟାସ। ଦୋଷୀ ପବନ ଘଟଣା ବେଳେ ୧୯ ବର୍ଷ ବୟସ୍କ ଥିଲା।

ସମସ୍ତ କୋର୍ଟରେ ତା’ର ଜନ୍ମ ପ୍ରମାଣପତ୍ର ଓ ସ୍କୁଲ ଲିଭିଂ ପ୍ରମାଣପତ୍ରକୁ ବିଚାରକୁ ନିଆଯାଇଥିଲା। ଏହାପରେ କୋର୍ଟ ପବନର ଦାବିକୁ ଖାରଜ କରିଛନ୍ତି। ଏବେ ପୁଣି ସମାନ କଥା କହିବା ଉଚିତ ନୁହେଁ।”

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ପବନ, ଅକ୍ଷୟ ଓ ବିନୟ ଏବେ ତିହାର ଜେଲରେ ଅଛନ୍ତି। ସମସ୍ତଙ୍କୁ ଫେବୃଆରୀ ପହିଲାରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ସମସ୍ତଙ୍କୁ ସକାଳ ୬ଟାରେ ଫାଶୀରେ ଝୁଲାଯିବ। ପବନ ଗତ ଶୁକ୍ରବାର ନିଜକୁ ନାବାଳକ ସଜାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାପୂର୍ବରୁ ଅନ୍ୟତମ ଦୋଷୀ ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ଖାରଜ କରିଥିଲେ। ସେହିପରି ବିନୟ ଶର୍ମା ମଧ୍ୟ କ୍ୟୁରେଟିଭ ପିଟିସନ ଦାଖଲ କରି ନିରାଶ ହୋଇଛି।

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୬ ଜଣ ଗିରଫ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଦୋଷୀ ରାମ ସିଂହ ଆତ୍ମହତ୍ୟା କରିଥିଲା। ଅନ୍ୟ ୪ ଜଣଙ୍କୁ ୨୦୧୩ରେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୩ ବର୍ଷ ଜେଲରେ ରହିବା ପରେ ନାବାଳକଟିକୁ ଛଡ଼ା ଯାଇଥିଲା। ୨୦୧୭ରେ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ବିନୟ, ପବନ ଓ ଅକ୍ଷୟର ଫାଶୀ ଦଣ୍ଡ କାଏମ ରଖିଥିଲେ। ଏହାପରେ ସେମାନେ ଦାଖଲ କରିଥିବା କ୍ୟୁରେଟିଭ ଓ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟ ଖାରଜ କରି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos