ସରକାରଙ୍କ ଲକଡାଉନ ଯୋଗୁ ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ସରକାର ଜାରି କରିଥିବା କଡ଼ା ଲକଡାଉନ କଟକଣା ଯୋଗୁ ଆଜି ଦେଶର ଅର୍ଥନୀତିରେ ବ୍ୟାପକ ସମସ୍ୟା ଦେଖାଦେଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୋଟିଏ ଋଣ ମାମଲା ଶୁଣାଣି କରିବା ବେଳେ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ ଏପରି କଥା କହିଛନ୍ତି। ଏଥିସହ ମୋରାଟୋରିୟମ ଅବଧି ପରେ ଲୋକଙ୍କୁ ନିଜର ଋଣ ବାବଦରେ ଅଧିକ ସୁଧ ଦେବାକୁ ପଡ଼ିବ କି ନାହିଁ, ସେକଥା କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ […]

s

s

Hemant Lenka
  • Published: Wednesday, 26 August 2020
  • Updated: 26 August 2020, 02:28 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ସରକାର ଜାରି କରିଥିବା କଡ଼ା ଲକଡାଉନ କଟକଣା ଯୋଗୁ ଆଜି ଦେଶର ଅର୍ଥନୀତିରେ ବ୍ୟାପକ ସମସ୍ୟା ଦେଖାଦେଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୋଟିଏ ଋଣ ମାମଲା ଶୁଣାଣି କରିବା ବେଳେ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ ଏପରି କଥା କହିଛନ୍ତି।

ଏଥିସହ ମୋରାଟୋରିୟମ ଅବଧି ପରେ ଲୋକଙ୍କୁ ନିଜର ଋଣ ବାବଦରେ ଅଧିକ ସୁଧ ଦେବାକୁ ପଡ଼ିବ କି ନାହିଁ, ସେକଥା କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ ବୋଲି କୋର୍ଟ କହିଛନ୍ତି। କ’ଣ ପାଇଁ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ସତ୍ୟପାଠ ଦାଖଲ କରିନାହାନ୍ତି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

ଖଣ୍ଡପୀଠ କହିଛନ୍ତି, ଆପଣ ନିଜର ପକ୍ଷ ସ୍ପଷ୍ଟ କରନ୍ତୁ। ଆପଣ କହିଥିଲେ ଆରବିଆଇ ନିଷ୍ପତ୍ତି ନେବ। ଆମେ ଆରବିଆଇର ପକ୍ଷକୁ ଶୁଣିଲୁ ଓ ଦେଖିଲୁ। କିନ୍ତୁ କେନ୍ଦ୍ର ସରକାର ଆରବିଆଇକୁ ଢାଲ କରି ଏହା ପଛରେ ଲୁଚୁଛନ୍ତି। କୋର୍ଟ କେନ୍ଦ୍ର ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟିର ଜେନେରାଲ ତୁଷାର ମେହେଟାଙ୍କୁ କେବେ ସୁଦ୍ଧା ଆପଣ ସତ୍ୟପାଠ ଦାଖଲ କରିବେ, ସେକଥା କୁହନ୍ତୁ ବୋଲି ପଚାରିଥିଲେ। ଏହାପରେ ଶ୍ରୀ ମେହେଟା ସତ୍ୟପାଠ ଦାଖଲ ପାଇଁ ଗୋଟିଏ ସପ୍ତାହ ସମୟ ଲୋଡ଼ିଛନ୍ତି।

ଦେଶର ଅର୍ଥନୀତି ଦିନକୁ ଦିନ ରସାତଳକୁ ଯାଉଥିବାରୁ ଏହା ଉପରେ ଖଣ୍ଡପୀଠରେ ଥିବା ଜଷ୍ଟିସ ଶାହ କହିଛନ୍ତି, ଶ୍ରୀ ମେହେଟା ଏବେ କେବଳ ବ୍ୟବସାୟ କଥା ଖାଲି ଚିନ୍ତା କରିବା ପାଇଁ ଉଚିତ ସମୟ ନୁହେଁ।

ଜଷ୍ଟିସ ଅଶୋକ ଭୂଷଣ କହିଛନ୍ତି, ବର୍ତ୍ତମାନ ଅର୍ଥନୀତିରେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ସେଥିପାଇଁ ଆପଣ ଜାରି କରିଥିବା ଲକଡାଉନ ହିଁ ଦାୟୀ। ଆପଣ ଆମକୁ ଦୁଇଟି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ପ୍ରଥମେ ବିପର୍ଯ୍ୟୟ ପ୍ରଶମନ ଆଇନ ଓ ମୋରାଟରିୟମ ପରିୟଡ ପରେ ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡ଼ିବ କି ନାହିଁ। ଆପଣ କେବଳ ଆରବିଆଇ ପଛରେ ଲୁଚିଲେ ହେବନାହିଁ। ନିଜ ପକ୍ଷ ସ୍ପଷ୍ଟ କରନ୍ତୁ।

ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା କପିଲ ଶିବଲ କହିଛନ୍ତି, ମୋରାଟରିୟମ ପରିୟଡ ଅଗଷ୍ଟ ୩୧ରେ ଶେଷ ହେବାକୁ ଯାଉଛି। ସେପ୍ଟେମ୍ବର ୧ରୁ ସମସ୍ତେ ଡିଫଲ୍ଟ ବିବେଚନା ହେବେ। ଋଣ ପରିମାଣ ଗୁଡ଼ିକ ଏନପିଏ ଭାବେ ପରିଗଣିତ ହେବ। ଏହା ପୁଣି ଗୋଟିଏ ବଡ଼ ପ୍ରସଙ୍ଗ ହୋଇ ଉଭା ହେବ। ତେଣୁ ମୋରାଟରିୟମ ପରିୟଡକୁ ବୃଦ୍ଧି କରିବା ସପକ୍ଷରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ।

ତେବେ ଶିବଲଙ୍କ ଯୁକ୍ତିକୁ ତୁଷାର ମେହେଟା ବିରୋଧ କରିଥିଲେ। କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ସେପ୍ଟେମ୍ବର ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story