ଚାଷୀ ସଂଗଠନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀ ସଂଗଠନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀ ସଂଗଠନଗୁଡ଼ିକ କୃଷି ଆଇନକୁ ବିରୋଧ କରି ଜାନୁଅରୀ ୨୬ରେ ଟ୍ରାକ୍ଟର ରାଲି କରିବେ। ଏହା ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ମଧ୍ୟ ଟ୍ରାକ୍ଟର ରାଲି ବିରୋଧରେ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଆଜି ଏହି […]

v

v

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 03:20 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀ ସଂଗଠନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀ ସଂଗଠନଗୁଡ଼ିକ କୃଷି ଆଇନକୁ ବିରୋଧ କରି ଜାନୁଅରୀ ୨୬ରେ ଟ୍ରାକ୍ଟର ରାଲି କରିବେ। ଏହା ଉପରେ ରୋକ ଲଗାଇବାକୁ କେନ୍ଦ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ମଧ୍ୟ ଟ୍ରାକ୍ଟର ରାଲି ବିରୋଧରେ କରିଥିବା ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି।

ତେବେ ଆଜି ଏହି ଆବେଦନର ଶୁଣାଣି ବେଳେ ଚାଷୀ ସଂଗଠନଗୁଡ଼ିକର ଆଭିମୁଖ୍ୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କୃଷି ଆଇନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ଗୋଟିଏ ପ୍ୟାନେଲ ଗଠନ କରିଥିଲେ। ହେଲେ ଏହି ପ୍ୟାନେଲର ନିରପେକ୍ଷତାକୁ ନେଇ ଚାଷୀ ସଂଗଠନ ଗୁଡ଼ିକ ପ୍ରଶ୍ନ ଉଠାଇଥିଲେ ଓ ପ୍ୟାନେଲ ନିକଟରେ ଉପସ୍ଥିତ ହେବନାହିଁ ବୋଲି କହିଥିଲେ।

ଏହାକୁ ଆଜି ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। କୋର୍ଟ କହିଛନ୍ତି, ଆପଣମାନେ ପ୍ୟାନେଲ ନିକଟକୁ ଆସିବାକୁ ଚାହୁଁନାହାନ୍ତି। ଏଥିରେ କିଛି ବି ଅସୁବିଧା ନାହିଁ। କିନ୍ତୁ ସୁପ୍ରିମକୋର୍ଟଙ୍କୁ ଆପଣମାନେ ଅଙ୍ଗୁଳି ଦେଖାପାରିବେ ନାହିଁ। କୋର୍ଟଙ୍କ ନିରପେକ୍ଷତାର ଛବିକୁ ମଧ୍ୟ ଆପଣମାନେ ଖରାପ କରିପାରିବେ ନାହିଁ କୋର୍ଟ କହିଛନ୍ତି।

ଆଜି ଶୁଣାଣି ବେଳେ ୮ଟି ଚାଷୀ ସଂଗଠନ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଆଇନଜୀବୀ ଦୁଷ୍ୟନ୍ତ ଡାଭେ ଓ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ଚାଷୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ ଆଗରେ ଉପସ୍ଥିତ ହେବେ ନାହିଁ। ପ୍ୟାନେଲରେ ଥିବା ସଦସ୍ୟମାନେ ପୂର୍ବରୁ କୃଷି ଆଇନକୁ ସମର୍ଥନ କରିଥିଲେ। ତେଣୁ ଏଭଳି ଏକ ପ୍ୟାନେଲ ଯେ ଆନ୍ଦୋଳନରତ ଚାଷୀଙ୍କ ସମସ୍ୟାକୁ ବୁଝିପାରିବ, ସେ ବିଶ୍ୱାସ ଚାଷୀ ସଂଗଠନର ନାହିଁ।

ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଚାଷୀଙ୍କ ଏଭଳି ଆଭିମୁଖ୍ୟକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଜଷ୍ଟିସ ଏସଏ ବୋବଡେ କହିଛନ୍ତି ଯେ “ଯଦି ସେମାନେ କମିଟି ପାଖକୁ ଆସୁନାହାନ୍ତି, ତା’ହେଲେ ଏହା ସେମାନଙ୍କ ବ୍ୟକ୍ତିଗତ ପସନ୍ଦ। କିନ୍ତୁ ସେମାନେ ପ୍ୟାନେଲରେ ଥିବା ସଦସ୍ୟଙ୍କ ଛବିକୁ ଖରାପ କରିପାରିବେ ନାହିଁ। ପ୍ୟାନେଲରେ ଥିବା ସଦସ୍ୟମାନେ ପୂର୍ବରୁ କ’ଣ ମତାମତ ଦେଇଥିଲେ, ତା’କୁ ନେଇ ସେମାନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ଠିକ ନୁହେଁ।

ପ୍ୟାନେଲର ସଦସ୍ୟମାନେ ଯେ କାହା କଥାରେ ପ୍ରଭାବିତ ହେଉଛନ୍ତି ବୋଲି ମତ ଦେବାର ଅଧିକାର କାହାର ନାହିଁ। ଆପଣମାନେ କେମିତି ଅଯୋଗ୍ୟ ବୋଲି କହିପାରିବେ ବୋଲି ସିଜେଆଇ ପ୍ରଶ୍ନ କରିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି, କୃଷି ଆଇନ ଉପରେ ଗଠିତ କମିଟିର ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ, ସେମାନେ କେମିତି ପକ୍ଷପାତିତା କରିବେ। ଆପଣମାନେ ବିନା ବୁଝି ବିଚାରି ମତାମତ ଦେଉଛନ୍ତି। କିଏ କ’ଣ ମତ ଦେଇଥିଲା, ତା’ର ଅର୍ଥ କ’ଣ ସେ ଅଯୋଗ୍ୟ ହୋଇଗଲା? ପ୍ୟାନେଲରେ ଭୂପେନ୍ଦର ସିଂହ ମାନ କୃଷି ଆଇନରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଆପଣମାନେ କହିଲେ ଯେ ସେ କୃଷି ଆଇନକୁ ସମର୍ଥନ କରୁଛନ୍ତି। ଏହା ଆଦୌ ଠିକ ନୁହେଁ। ଆପଣମାନେ କେବେ ହେଲେ ଏଭଳି ଢଙ୍ଗରେ ଲୋକଙ୍କୁ ବ୍ରାଣ୍ଡ କରିପାରିବେ ନାହିଁ।

ଅନେକ ସମୟରେ ବିଚାରପତିମାନେ ମଧ୍ୟ ନିଜର ମତ ରଖନ୍ତି। ହେଲେ ଶୁଣାଣି ବେଳେ ସେମାନେ ନିଜର ମତ ବଦଳାଇ ରାୟ ଦିଅନ୍ତି। କମିଟି ପାଖରେ ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ। ଏଭଳି ସ୍ଥିତିରେ ଆପଣ କେମିତି ପୂର୍ବାଗ୍ରହ ଅଭିଯୋଗ ଆଣୁଛନ୍ତି? ତଥାପି ଯଦି ଆପଣମାନେ କମିଟି ଆଗରେ ଉପସ୍ଥିତ ହେବାକୁ ଚାହୁଁନାହାନ୍ତି, ତା’ହେଲେ ଆମେ ଆପଣମାନଙ୍କୁ ଏଥିପାଇଁ ବାଧ୍ୟ କରିବୁ ନାହିଁ। କାହାର ବ୍ୟକ୍ତିଗତ ମତକୁ ନେଇ ଆପଣମାନେ ଯଦି ଏଭଳି ଆଭିମୁଖ୍ୟ ପୋଷଣ କରିବେ, ତା’ହେଲେ କୋର୍ଟ ଏହାକୁ କେବେ ହେଲେ ଗ୍ରହଣ କରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ସିଜେଆଇ ଜଷ୍ଟିସ ଏସଏ ବୋବଡେଙ୍କ ବ୍ୟତୀତ ଖଣ୍ଡପୀଠରେ ଜଷ୍ଟିସ ଏଏସ ବୋପାନ୍ନା, ଜଷ୍ଟିସ ଭି ରାମାସୁବ୍ରମଣିଅନ ମଧ୍ୟ ରହିଥିଲେ। ସେମାନେ ସମସ୍ତେ ଚାଷୀ ସଂଗଠନଗୁଡ଼ିକୁ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ୟାନେଲ ପୁର୍ନ ଗଠନ ଦାବି ସମ୍ପର୍କିତ ଆବେଦନ ସମ୍ପର୍କରେ ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ମଧ୍ୟ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story