ଦିଲ୍ଲୀ ହିଂସା: ବିଜେପି ନେତାଙ୍କ ଘୃଣା ମନ୍ତବ୍ୟ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ହିଂସାରେ ନିଜର ସର୍ବସ୍ୱ ହରାଇଥିବା ପୀଡ଼ିତଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି। ଦିଲ୍ଲୀ ହିଂସାରେ ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଅନେକଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଦଙ୍ଗାରେ କ୍ଷତିଗ୍ରସ୍ତ ଲୋକମାନେ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହିଂସାକୁ ଉସାକାଇବା ପଛରେ ବିଜେପି ନେତା କପିଲ ମିଶ୍ରାଙ୍କ ଘୃଣା ମନ୍ତବ୍ୟ […]

b

b

Hemant Lenka
  • Published: Monday, 02 March 2020
  • Updated: 02 March 2020, 01:01 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ହିଂସାରେ ନିଜର ସର୍ବସ୍ୱ ହରାଇଥିବା ପୀଡ଼ିତଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି। ଦିଲ୍ଲୀ ହିଂସାରେ ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଅନେକଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ଦଙ୍ଗାରେ କ୍ଷତିଗ୍ରସ୍ତ ଲୋକମାନେ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହିଂସାକୁ ଉସାକାଇବା ପଛରେ ବିଜେପି ନେତା କପିଲ ମିଶ୍ରାଙ୍କ ଘୃଣା ମନ୍ତବ୍ୟ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ସହ ଘୃଣା ମନ୍ତବ୍ୟ ଦେଇଥିବା ନେତାମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆବେଦନକାରୀ ଦାବି କରିଛନ୍ତି। ସୁପ୍ରିମକୋର୍ଟ ବୁଧବାର ଏହାର ଶୁଣାଣି କରିବେ।

ଗତ ସପ୍ତାହରେ ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରେ ୩ ଦିନ ଧରି ସାଂପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଥିଲା। ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ୧୦ ଜଣ ଲୋକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ବିଜେପି ନେତା କପିଲ ମିଶ୍ରା, ପରଭେଶ ବର୍ମା, ଅନୁରାଗ ଠାକୁର ଓ ଅନ୍ୟମାନଙ୍କ ବିରୋଧରେ ତୁରନ୍ତ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।

ଏହି ରାଜନେତାମାନେ ଦେଇଥିବା ଘୃଣା ମନ୍ତବ୍ୟ ପାଇଁ ହିଁ ହିଂସାକାଣ୍ଡ ଘଟିଥିବା ସେମାନେ ଆବେଦନରେ ଉଲ୍ଲେଖ କରିଛନ୍ତି। ଏଥିସହ ଦିଲ୍ଲୀ ହିଂସାର ତଦନ୍ତ ପାଇଁ ଏସଆଇଟି ଗଠନ କରିବା ଓ ଏଥିରେ ଦିଲ୍ଲୀ ବାହାରରୁ ଜଣେ ଅଧିକାରୀ ରହିବା ଦରକାର ବୋଲି ସେମାନେ କହିଛନ୍ତି। ଉତ୍ତରପୂର୍ବ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଆର୍ମିକୁ ମଧ୍ୟ ମୁତୟନ କରାଯାଉ ବୋଲି ଆବେଦନରେ କୁହାଯାଇଛି।

ହିଂସା ବେଳେ ପୁଲିସର ଭୂମିକାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ କରାଯାଉ। ଆବେଦନକାରୀ ଓକିଲ କୋଲିନ ଗୋନସାଲଭେ କହିଥିଲେ ଯେ ଗତକାଲି ରାତିରେ ବି ଲୋକେ ହିଂସା ଯୋଗୁ ପ୍ରାଣ ହରାଇଛନ୍ତି। ତଥାପି ଦିଲ୍ଲୀ ହାଇକୋର୍ଟ ଶୁଣାଣି ବିଳମ୍ବିତ କରିଚାଲିଛନ୍ତି। ପୁଲିସର ଆବେଦନକୁ ଗ୍ରହଣ କରି ଶୁଣାଣିକୁ ୪ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି। ଏଭଳି ହେଲେ ଲୋକେ ନ୍ୟାୟ କେଉଁଠୁ ପାଇବେ। ତେଣୁ ସୁପ୍ରିମକୋର୍ଟ ଏହାକୁ ଠିକ ଭାବେ ବିଚାରକରନ୍ତୁ।

ଆବେଦନକାରୀ ଓକିଲଙ୍କ ଏହି ବୟାନ ଶୁଣି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସଏ ବୋବଡେ କହିଛନ୍ତି, “ଲୋକେ ମରନ୍ତୁ ବୋଲି ଆମେ କହୁନାହୁଁ। କିନ୍ତୁ କୋର୍ଟଙ୍କ ଉପରେ ଏଭଳି ଚାପ ସୃଷ୍ଟି କରାଯିବା ଠିକ ନୁହେଁ। ଆମେ କୌଣସି ଘଟଣା ଘଟିବା ପରେ ହିଁ ହସ୍ତକ୍ଷେପ କରିଥାଉ। ଆମେ ଶାନ୍ତି ପାଇଁ ନିବେଦନ କରିପାରିବୁ। ହେଲେ ଆମେ ମଧ୍ୟ ଆଇନର ସୀମାରେ ବନ୍ଧା।

ଆଇନରେ ଏମିତି କିଛି ବ୍ୟବସ୍ଥା ରହିଛି, ଯେଉଁଠି ଆମେ ଚାହିଁ କି ବି କିଛି କରିପାରିବୁ ନାହିଁ। ଆମେ ବୁଧବାର ଏହାର ଶୁଣାଣି କରିବୁ। ସେତେବେଳେ ଆମେ କ’ଣ କରିପାରିବୁ ବିଚାର କରିବୁ।”

ହିଂସା ଘଟଣାରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଅଟକ ରଖିଥିବା ଲୋକଙ୍କ ତଥ୍ୟ ସାର୍ବଜନୀନ କରାଯାଉ ଏବଂ ସିସିଟିଭି ଫୁଟେଜକୁ ସଂରକ୍ଷିତ କରାଯାଉ। ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ତୁରନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ଦିଆଯାଉ ବୋଲି ଆବେଦନକାରୀମାନେ ଦାବି କରିଛନ୍ତି।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଦିଲ୍ଲୀ ହିଂସାକୁ ନେଇ କେନ୍ଦ୍ର ଓ ପୁଲିସ୍‌କୁ ତୀବ୍ର ସମାଲୋଚନା କରିଥିଲେ। ହାଇକୋର୍ଟ ବିଚାରପତି ଜଷ୍ଟିସ ମୁରଲୀଧର କ୍ଷୁବ୍ଧ ହେବା ସହ ବିଜେପି ନେତାଙ୍କ ଘୃଣା ମନ୍ତବ୍ୟ ହିଁ ହିଂସାକାଣ୍ଡ ପାଇଁ ଦାୟୀ ବୋଲି ପରୋକ୍ଷରେ କହିଥିଲେ। ତେବେ ମାମଲାର ଶୁଣାଣିର ଗୋଟିଏ ଦିନ ପରେ ତାଙ୍କର ବଦଳି ହୋଇଯାଇଥିଲା। ଏହାକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story