ସାବରୀମାଲାରେ ମହିଳା ପ୍ରବେଶ ପ୍ରସଙ୍ଗ: ୬ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି ଆସନ୍ତା ୬ ତାରିଖରେ ହେବ। ଆଜି ସୁପ୍ରିମକୋର୍ଟ ନିଜେ ଦେଇଥିବା ରାୟର ପୁଣି ବିଚାର କରିବେ ବୋଲି ରାଜି ହୋଇଛନ୍ତି। ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ୪୮ଟି ରିଭ୍ୟୁ ପିଟିସନ୍‌ ଦାୟର ହୋଇଥିଲା। ପୂର୍ବରୁ ଜାନୁଆରୀ ୨୨ରେ ସୁପ୍ରିମକୋର୍ଟର ଓପନ୍‌ କୋର୍ଟରେ ଏହାର ଶୁଣାଣି ପାଇଁ ଦାବି ହୋଇଥିଲା। […]

saq

saq

Hemant Lenka
  • Published: Thursday, 31 January 2019
  • Updated: 31 January 2019, 06:56 PM IST

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଏକାଧିକ ଆବେଦନର ଶୁଣାଣି ଆସନ୍ତା ୬ ତାରିଖରେ ହେବ। ଆଜି ସୁପ୍ରିମକୋର୍ଟ ନିଜେ ଦେଇଥିବା ରାୟର ପୁଣି ବିଚାର କରିବେ ବୋଲି ରାଜି ହୋଇଛନ୍ତି।

ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୋଧରେ ୪୮ଟି ରିଭ୍ୟୁ ପିଟିସନ୍‌ ଦାୟର ହୋଇଥିଲା। ପୂର୍ବରୁ ଜାନୁଆରୀ ୨୨ରେ ସୁପ୍ରିମକୋର୍ଟର ଓପନ୍‌ କୋର୍ଟରେ ଏହାର ଶୁଣାଣି ପାଇଁ ଦାବି ହୋଇଥିଲା। କିନ୍ତୁ କୋର୍ଟ ଏହାର ଶୁଣାଣି କରି ନଥିଲେ।

ଗତବର୍ଷ ସେପ୍ଟେମ୍ବର ୨୮ରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୪:୧ ରାୟରେ ସାବରୀମାଲାରେ ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ। ତେବେ ଏହା ବିରୋଧରେ କେରଳର ବିଭିନ୍ନ ହିନ୍ଦୁ ସଂଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ।

ପରମ୍ପରା ଅନୁଯାୟୀ, ୧୦ରୁ ୫୦ ବର୍ଷର ବୟସର ମହିଳାମାନଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ମିଳୁ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos