କାର୍ତ୍ତି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚଦାମ୍ବରମଙ୍କୁ ସୁପ୍ରିମକୋର୍ଟ କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ଏୟାରସେଲ ମ୍ୟାକ୍ସିସ୍‌ର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ କେବେ ଏହି ଦୁର୍ନୀତି ଘଟଣାରେ ଜେରା କରିବାକୁ ଚାହୁଁଛି, ତା’ର ତାରିଖ କହିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ କହିଛନ୍ତି। କାର୍ତ୍ତି ବିଦେଶ ଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। ଏହି ଆବେଦନର ଶୁଣାଣି ବେଳେ ଆଜି ଇଡି ଏହାକୁ ବିରୋଧ […]

k

k

Hemant Lenka
  • Published: Monday, 28 January 2019
  • Updated: 28 January 2019, 04:27 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚଦାମ୍ବରମଙ୍କୁ ସୁପ୍ରିମକୋର୍ଟ କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ଏୟାରସେଲ ମ୍ୟାକ୍ସିସ୍‌ର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ କେବେ ଏହି ଦୁର୍ନୀତି ଘଟଣାରେ ଜେରା କରିବାକୁ ଚାହୁଁଛି, ତା’ର ତାରିଖ କହିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ କହିଛନ୍ତି।

କାର୍ତ୍ତି ବିଦେଶ ଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। ଏହି ଆବେଦନର ଶୁଣାଣି ବେଳେ ଆଜି ଇଡି ଏହାକୁ ବିରୋଧ କରିଥିଲା। କାର୍ତ୍ତି ତଦନ୍ତରେ ସହଯୋଗ ନ କରି ବିଦେଶ ଖସି ଯିବାକୁ ଚାହୁଁଛନ୍ତି ବୋଲି ଇଡି କୋର୍ଟଙ୍କୁ ଜଣାଇଥିଲା।

ଫେବୃଆରୀ ଓ ମାର୍ଚ୍ଚ ମାସରେ ବ୍ରିଟେନ୍‌, ସ୍ପେନ୍‌, ଜର୍ମାନୀ ଓ ଫ୍ରାନ୍ସରେ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ପାଇଁ କାର୍ତ୍ତି ଯିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି ହୋଇଥିଲା। ଏହି ସମୟରେ ଇଡିର ପକ୍ଷ ଶୁଣିବା ପରେ କୋର୍ଟ କହିଥିଲେ ଯେ “ଯଦି ସେ ଖସି ଯିବାକୁ ଚେଷ୍ଟା କରୁଛନ୍ତି, ତା’ହେଲେ ତାଙ୍କୁ ଟେନିସ୍‌ ପାଇଁ ଅନୁମତି ମିଳିବ ନାହିଁ। କୋର୍ଟ ଆସନ୍ତା ବୁଧବାର ପୁଣିଥରେ ଏହି ମାମଲାର ଶୁଣାଣି କରିବେ।

ତେବେ ଏହା ପୂର୍ବରୁ ଇଡି ଏୟାରସେଲ ମ୍ୟାକ୍ସିସ୍‌ ଘଟଣାରେ କେବେ କାର୍ତ୍ତିଙ୍କୁ ଜେରା କରିବ, ତା’ର ତାରିଖ କୋର୍ଟରେ ଦାଖଲ କରିବାକୁ ପଡ଼ିବ। ଆମେ ଏତିକି କହିବାକୁ ଚାହୁଁଛି ଯେ କାର୍ତ୍ତି ଇଡି ଜେରାର ସମ୍ମୁଖୀନ ହେବେ ଓ ବିଦେଶ ମଧ୍ୟ ଯାତ୍ରା କରିପାରିବେ।”

ଇଡିର କହିବା ଅନୁଯାୟୀ, “ ଗତ ୬ ମାସରେ ୫୧ ଦିନ ପାଇଁ କାର୍ତ୍ତି ବିଦେଶ ଗସ୍ତ କରିଥିଲେ। ଫଳରେ ଏୟାର ସେଲ ମ୍ୟାକ୍ସିସ୍‌ ଘଟଣର ତଦନ୍ତ ବିଳମ୍ବ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos