ଅଭିନେତାଙ୍କୁ ଛୁରୀ ଭୁସି ହତ୍ୟା, ମିଳିଲା ରକ୍ତାକ୍ତ ମୃତଦେହ

ମାଙ୍ଗାଲୁରୁ: ଟୁଲୁ ଫିଲ୍ମ ଅଭିନେତା ସୁରେନ୍ଦ୍ର ବନ୍ତୱାଲଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଦକ୍ଷିଣ କନ୍ନଡ ଠାରେ ଥିବା ବନ୍ତୱାଲ ଟାଉନ ସ୍ଥିତ ଆପାର୍ଟମେଣ୍ଟରୁ ସୁରେନ୍ଦ୍ରଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଶରୀରରେ ଏକାଧିକ ଥର ଦୁର୍ବୃତ୍ତ ମାନେ ଛୁରୀ ଭୁସିଥିବା କ୍ଷତ ଚିହ୍ନରୁ ସ୍ପଷ୍ଟ ହୋଇଛି। ଆପାର୍ଟମେଣ୍ଟର ସୋଫାରେ ମୃତଦେହ ପଡ଼ିଥିବା ବେଳେ ପୁଲିସ୍‌ ଏହାକୁ ଉଦ୍ଧାର କରିଛି। ପୁଲିସ୍‌ ଇନସପେକ୍ଟର ଟିଡି ନାଗାରାଜ କହିଛନ୍ତି, ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିବା […]

gh

gh

Hemant Lenka
  • Published: Thursday, 22 October 2020
  • Updated: 22 October 2020, 08:11 PM IST

Sports

Latest News

ମାଙ୍ଗାଲୁରୁ: ଟୁଲୁ ଫିଲ୍ମ ଅଭିନେତା ସୁରେନ୍ଦ୍ର ବନ୍ତୱାଲଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଦକ୍ଷିଣ କନ୍ନଡ ଠାରେ ଥିବା ବନ୍ତୱାଲ ଟାଉନ ସ୍ଥିତ ଆପାର୍ଟମେଣ୍ଟରୁ ସୁରେନ୍ଦ୍ରଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ଶରୀରରେ ଏକାଧିକ ଥର ଦୁର୍ବୃତ୍ତ ମାନେ ଛୁରୀ ଭୁସିଥିବା କ୍ଷତ ଚିହ୍ନରୁ ସ୍ପଷ୍ଟ ହୋଇଛି। ଆପାର୍ଟମେଣ୍ଟର ସୋଫାରେ ମୃତଦେହ ପଡ଼ିଥିବା ବେଳେ ପୁଲିସ୍‌ ଏହାକୁ ଉଦ୍ଧାର କରିଛି।

ପୁଲିସ୍‌ ଇନସପେକ୍ଟର ଟିଡି ନାଗାରାଜ କହିଛନ୍ତି, ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିବା ପାଇଁ ଗୋଟିଏ ଟିମ ଗଠନ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଲେଥାଲ ୱିପନ ଦ୍ୱାରା ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ୩୯ ବର୍ଷୀୟ ସୁରେନ୍ଦ୍ରଙ୍କୁ ତାଙ୍କର ଜଣେ ସାଙ୍ଗ ବାରମ୍ବାର ଫୋନ କରିଥିଲେ। ହେଲେ ସୁରେନ୍ଦ୍ର କୌଣସି ଉତ୍ତର ନ ଦେବାରୁ ସେ ବାଧ୍ୟ ହୋଇ ଆପାର୍ଟମେଣ୍ଟକୁ ଆସିଥିଲେ। ଏଠାରେ ପହଞ୍ଚିବା ପରେ ସୁରେନ୍ଦ୍ରଙ୍କ ରକ୍ତାକ୍ତ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଫରେନ୍ସିକ ଟିମ୍‌ ସହ ପହଞ୍ଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

୨୦୧୮ରେ ସୁରେନ୍ଦ୍ର ଖଣ୍ଡାଧରି ବନ୍ତୱାଲ ସହରରେ ବିଜେପି କର୍ମୀଙ୍କୁ ମାନଙ୍କୁ ଧମକ ଦେଇଥିଲେ। ଏହି କାରଣରୁ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଜାମିନ ମିଳିଥିଲା। ପୁଲିସ୍ କହିଛି ଯେ ତାଙ୍କ ନାଁରେ ପ୍ରାୟ ୧୫ଟି ଅପରାଧିକ ମାମଲା ରହିଛି। ପ୍ରଥମେ ସେ ଦକ୍ଷିଣ ପନ୍ଥୀ ସଂଗଠନ ସହ ଥିବା ବେଳେ ପରେ କଂଗ୍ରେସରେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos