ସୁଶାନ୍ତଙ୍କ ଡିପ୍ରେସନ କଥା ଜାଣିଥିଲେ ପରିବାର ଲୋକ, ଜୁନ୍ ୮ରେ ଉଭଣୀ ମେଡିସିନ ସମ୍ପର୍କରେ କହିଥିଲେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣି ଗୋଟିଏ ଟ୍ୱିଷ୍ଟ ଆସିଛି। ଜୁନ୍‌ ୮ରେ ରିୟା ଚକ୍ରବର୍ତ୍ତୀ ଯେତେବେଳେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଥିଲେ ସେତେବେଳେ ସୁଶାନ୍ତ ତାଙ୍କ ଭଉଣୀ ପ୍ରିୟାଙ୍କ ସହ କଥା ହେଉଥିଲେ। ମିଳିଥିବା ତଥ୍ୟ ଅନୁସାରେ, ସୁଶାନ୍ତ ଦିନ ପ୍ରାୟ ୧୦ଟା ବେଳେ ଭଉଣୀ ପ୍ରିୟଙ୍କା ସହ ମସେଜ୍‌ରେ କଥା ହେଉଥିଲେ।

ଏହି ସମୟରେ ପ୍ରିୟଙ୍କା ତାଙ୍କୁ Librium capsules ଗୋଟିଏ ସପ୍ତାହ ଧରି ଖାଇବା ପରେ Nexito 10 mg ପ୍ରତିଦିନ ସକାଳ ଜଳଖିଆ ପରେ ଖାଇବାକୁ କହିଥିଲେ। anxiety ଆଟାକ୍‌ ବେଳେ Lonazep tablets ଖାଇବାକୁ ମଧ୍ୟ ସେ ସୁଶାନ୍ତଙ୍କୁ କହିଥିଲେ। ଏହି ସବୁ ମେଡିସିନ କିଣିବା ପାଇଁ ପ୍ରେସକ୍ରିପସନ ଦରକାର ପଡ଼ିବ ବୋଲି ସୁଶାନ୍ତ ପଚାରିବାରୁ ପ୍ରିୟଙ୍କା ଏହାର ଯୋଗାଡ଼ କରିବେ ବୋଲି ମଧ୍ୟ କହିଥିଲେ।

ପ୍ରୟିଙ୍କା ସୁଶାନ୍ତଙ୍କୁ ମେସେଜ କରି କହିଥିଲେ ଯେ ତାଙ୍କ ବନ୍ଧୁ ଜଣେ ଭଲ ଡାକ୍ତର। ସେ ମୁମ୍ବାଇରେ ସୁଶାନ୍ତଙ୍କ ଚିକିତ୍ସା ପାଇଁ ଭଲ ଡାକ୍ତର ଯୋଗାଡ଼ କରିପାରିବେ। ଏହାପରେ ପ୍ରିୟଙ୍କା ପ୍ରେସକ୍ରିପସନ ପଠାଇବା ସହ ସୁଶାନ୍ତଙ୍କୁ ଅବଗତ କରାଇଥିଲେ।

ସୁଶାନ୍ତ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବିଷୟରେ ଜାଣନ୍ତୁ

ପ୍ରିୟଙ୍କା-ପ୍ରଥମେ Librium capsules ଗୋଟିଏ ସପ୍ତାହ ଖାଇବା ପରେ nexito 10 mg ପ୍ରତିଦି ସକାଳ ଜଳଖିଆ ପରେ ଖାଇବୁ। anxiety ଆଟାକ୍‌ ବେଳେ Lonazep tablets ଖାଇବୁ।

ସୁଶାନ୍ତ-ଓକେ ସୋନୁଦି

ସୁଶାନ୍ତ-ପ୍ରେସକ୍ରିପସନ ବିନା କେହି ବି ଏହି ମେଡିସିନ ଦେବେ ନାହିଁ।

ପ୍ରିୟଙ୍କା- ମୁଁ ଦେଖୁଛି, ପ୍ରେସକ୍ରିପସନ ଆରେଞ୍ଜ କରୁଛି।

ଭୟସ କଲ୍‌ କେହି ଉଠାଇ ନଥିଲେ।

ପ୍ରିୟଙ୍କା-ବାବୁ ମୋତେ ଫୋନ କରେ। ମୁଁ ପ୍ରେସକ୍ରିପସନ ପଠାଇବି।

ପ୍ରିୟଙ୍କା-ମୋ ବନ୍ଧୁ ଜଣେ ଭଲ ଡାକ୍ତର। ସେ ତୋ ପାଇଁ ମୁମ୍ବାଇରେ ଜଣେ ବେଷ୍ଟ ଡାକ୍ତର ଖୋଜିଦେବେ। ସବୁ କିଛି ଗୁପ୍ତ ରହିବ। ଆଦୌ ବ୍ୟସ୍ତ ହେବୁନି।

ପ୍ରିୟଙ୍କା- ଫୋନ କରେ

ଏହାପରେ ପ୍ରିୟଙ୍କା ପ୍ରେସକ୍ରିପସନ ପଠାଇଥିଲେ।

ପ୍ରିୟଙ୍କା-ବାବୁ ଏଇଟା ହେଉଛି ପ୍ରେସକ୍ରିପସନ।

ପ୍ରିୟଙ୍କା-ଏଇଟା ଦିଲ୍ଲୀର। କିନ୍ତୁ ଏହା କିଛି ଅସୁବିଧା କରିବ ନାହିଁ। ଯଦି କିଛି ହୁଏ, ତା’ହେଲେ ଅନଲାଇନରେ ଆଲୋଚନା ହୋଇଥିଲା ବୋଲି କହିପାରିବୁ।

ସୁଶାନ୍ତ-ବହୁ ଧନ୍ୟବାଦ ସୋନୁଦି।

Librium capsulesକୁ anxiety, insomnia ସହ ମଦ ଓ ଡ୍ରଗ୍ସର ଲକ୍ଷଣ ହ୍ରାସ କରିବାକୁ ବ୍ୟବହାର କରାଯାଏ। ସେହିପରି nexito 10 mgକୁ ଡିପ୍ରେସନ ଚିକିତ୍ସା ପାଇଁ ରୋଗୀଙ୍କୁ ଦିଆଯାଏ। Lonazepକୁ epilepsy (seizures), panic and anxiety ପାଇଁ ଜରୁରୀ କାଳୀନ ଭିତ୍ତିରେ ବ୍ୟବହାର କରାଯାଇ ଥାଏ।

ସୁଶାନ୍ତ ଓ ତାଙ୍କ ଭଉଣୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଏହି ସବୁ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

୧-ସୁଶାନ୍ତଙ୍କ ପରିବାର ଲୋକ ଆରମ୍ଭରୁ ହିଁ ସେ କୌଣସି ପ୍ରକାରର ମାନସିକ ରୋଗରେ ଆକ୍ରାନ୍ତ ଥିବା କଥା ଜାଣି ନଥିଲେ ବୋଲି କହି ଚାଲିଛନ୍ତି। ତେବେ ପ୍ରିୟଙ୍କା ତାଙ୍କୁ କେମିତି ମେଡିସିନ କଥା କହିଥିଲେ?

୨-ଯଦି ପରିବାର ଲୋକ ଜାଣି ନଥିଲେ, ତା’ହେଲେ କେମିତି ବିସ୍ତୃତ ଭାବେ ମେଡିସିନ କଥା ଉଭଣୀ ପ୍ରିୟଙ୍କା ଉଲ୍ଲେଖ କରିଥିଲେ?

୩-ପରିବାର ଲୋକ କହୁଥିଲେ ଯେ ରିୟା ଚକ୍ରବର୍ତ୍ତୀ ହିଁ ସୁଶାନ୍ତଙ୍କୁ ମେଡିସିନ ଦେଉଥିଲେ। ହେଲେ ଏଠି ପ୍ରିୟଙ୍କା ହିଁ ସୁଶାନ୍ତଙ୍କୁ କେଉଁ ମେଡିସିନ କେତେବେଳେ ଖାଇବାକୁ ହେବ, ସେକଥା କହିଛନ୍ତି।

୪-ଜୁନ୍‌ ୮ରେ ସୁଶାନ୍ତଙ୍କ ସହ ପ୍ରିୟଙ୍କା କଥା ହୋଇଥିଲେ। ରିୟା ଜୁନ୍‌ ୮ ତାରିଖ ମଧ୍ୟାହ୍ନ ୧୨ଟା ପରେ ଘର ଛାଡ଼ିଥିଲେ। ଏହା ପୂର୍ବରୁ ଅର୍ଥାତ ୧୦ଟା ବେଳେ ସୁଶାନ୍ତ ଭଉଣୀ ପ୍ରିୟଙ୍କା ସହ କଥା ହେଉଥିଲେ। ସେ କ’ଣ ରିୟା ଘର ଛାଡ଼ିଥିବା କଥା ଜାଣି ନଥିଲେ?

ଏବେ ଜଣାପଡ଼ିଛି ଯେ ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ହେଉଛନ୍ତି ତରୁଣ କୁମାର। ସେ ସୁଶାନ୍ତଙ୍କ ପାରିବାରିକ ବନ୍ଧୁ। ଡା. ତରୁଣ କୁମାର ପ୍ରଥମେ ସୁଶାନ୍ତଙ୍କ ପରିବାର ଲୋକଙ୍କ ସହ କଥା ହୋଇ ତାଙ୍କୁ ମେଡିସିନ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।