ବନ୍ୟା ଘେରରୁ ୩ ଦିନ ପରେ ଉଦ୍ଧାର ହେଲେ ମୋଦି

ପାଟନା: ଲଗାଣ ବର୍ଷା ଯୋଗୁ ବିହାରରେ ଜଳ ପ୍ରଳୟ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କେବଳ ସାଧାରଣ ଲୋକ ନୁହନ୍ତି ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟାରେ ଅନେକ ଭିଭିଆଇପି ଫସି ରହିଛନ୍ତି। ବନ୍ୟା ଘେରରେ ଦୀର୍ଘ ୩ ଦାନ କାଳ ଫସି ରହିଥିବା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଓ ତାଙ୍କ ପରିବାର ବର୍ଗଙ୍କୁ ଆଜି ଉଦ୍ଧାରକାରୀ ଦଳ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ପାଟନାର ଯେଉଁ ଅଞ୍ଚଳରେ ସୁଶୀଲ ମୋଦି ତାଙ୍କ ପରିବାର ଲୋକେ […]

b

b

Hemant Lenka
  • Published: Monday, 30 September 2019
  • Updated: 30 September 2019, 03:36 PM IST

Sports

Latest News

ପାଟନା: ଲଗାଣ ବର୍ଷା ଯୋଗୁ ବିହାରରେ ଜଳ ପ୍ରଳୟ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କେବଳ ସାଧାରଣ ଲୋକ ନୁହନ୍ତି ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟାରେ ଅନେକ ଭିଭିଆଇପି ଫସି ରହିଛନ୍ତି। ବନ୍ୟା ଘେରରେ ଦୀର୍ଘ ୩ ଦାନ କାଳ ଫସି ରହିଥିବା ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଓ ତାଙ୍କ ପରିବାର ବର୍ଗଙ୍କୁ ଆଜି ଉଦ୍ଧାରକାରୀ ଦଳ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।

ପାଟନାର ଯେଉଁ ଅଞ୍ଚଳରେ ସୁଶୀଲ ମୋଦି ତାଙ୍କ ପରିବାର ଲୋକେ ରହୁଥିଲେ, ସେଠାରେ ଲଗାଣ ବର୍ଷା ଯୋଗୁ ପାଣି ମାଡ଼ି ଯାଇଥିଲା। ଫଳରେ ସୁଶୀଲ ମୋଦି ତାଙ୍କ ପରିବାର ଲୋକଙ୍କ ସହ ଘର ମଧ୍ୟରେ ୩ ଦିନକାଳ ଫସି ରହିଥିଲେ।

ଆଜି ଏନ୍‌ଡିଆରଏଫ୍‌ ଟିମ୍‌ ରାଜେନ୍ଦ୍ର ନଗର ଆବାସିକ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲା। ପ୍ରାଥମିକ ଅବସ୍ଥାରେ ଏନ୍‌ଡିଆରଏଫ୍‌ ଟିମ୍‌ ସୁଶୀଲ ମୋଦିଙ୍କ ଘରେ ପହଞ୍ଚିଥିଲେ। ଏହାପରେ ସମସ୍ତଙ୍କୁ ଡଙ୍ଗାରେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଥିଲେ।

ବର୍ଷା ଯୋଗୁ ବିହାରର ରାଜରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲିଛି। ବର୍ଷା ପାଣି ହସ୍ପିଟାଲରେ ପ୍ରବେଶ କରିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଥିବାରୁ କେନ୍ଦ୍ର ସରକାର ବାୟୁସେନାର ୨ଟି ହେଲିକପ୍ଟର ବିହାର ପଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos