ଦିଲ୍ଲୀ ହିଂସା: ୭ ଦିନିଆ ରିମାଣ୍ତରେ ଗଲେ ତାହିର ହୁସେନ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ଗିରଫ ହୋଇଥିବା ନିଲମ୍ବିତ ଆପ ନେତା ତାହିର ହୁସେନଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ଆଜି ପୁଲିସ୍‌ ୭ ଦିନିଆ ରିମାଣ୍ଡରେ ନେଇଛି। ପୁଲିସ୍‌ ତାଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳ ହୋଇଥିବା ହିଂସା ଓ ଆଇବି ଅଧିକାରୀଙ୍କ ହତ୍ୟା ମାମଲାରେ ଗିରଫ କରିଛି। ଆଜି ତାଙ୍କୁ କାରକରଡୋମା କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ୭ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ଡ୍ୟୁଟି ମାଜିଷ୍ଟ୍ରେଟ […]

yt

yt

Hemant Lenka
  • Published: Friday, 06 March 2020
  • Updated: 06 March 2020, 09:17 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ଗିରଫ ହୋଇଥିବା ନିଲମ୍ବିତ ଆପ ନେତା ତାହିର ହୁସେନଙ୍କୁ ଅଧିକ ପଚରା ଉଚରା କରିବା ପାଇଁ ଆଜି ପୁଲିସ୍‌ ୭ ଦିନିଆ ରିମାଣ୍ଡରେ ନେଇଛି। ପୁଲିସ୍‌ ତାଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳ ହୋଇଥିବା ହିଂସା ଓ ଆଇବି ଅଧିକାରୀଙ୍କ ହତ୍ୟା ମାମଲାରେ ଗିରଫ କରିଛି। ଆଜି ତାଙ୍କୁ କାରକରଡୋମା କୋର୍ଟରେ ହାଜର କରାଯାଇଥିଲା।

ଏହାପରେ କୋର୍ଟ ତାଙ୍କୁ ୭ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ଡ୍ୟୁଟି ମାଜିଷ୍ଟ୍ରେଟ ରାକେଶ କୁମାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୁଲିସ୍‌ ହିଂସା ପଛରେ ଥିବା ଅପରାଧିକ ଷଡ଼ଯନ୍ତ୍ରର ଖିଅ ବାହାର କରିବା ପାଇଁ ତାହିରଙ୍କୁ ରିମାଣ୍ତରେ ନେବା ଜରୁରୀ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ପୁଲିସ୍‌ର ଯୁକ୍ତିକୁ ମାଜିଷ୍ଟ୍ରେଟ ରାକେଶ କୁମାର ଗ୍ରହଣ କରିଥିଲେ।

ଗୁରୁବାର ତାହିର ହୁସେନ କୋର୍ଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ କୋର୍ଟ ଏଥିରେ ରାଜି ହୋଇ ନଥିଲେ। ଫଳରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ସେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପଛରେ ରହିଥିବା ଅଭିଯୋଗ ହୋଇଛି। ଦଙ୍ଗାରେ ବ୍ୟବହୃତ ହୋଇଥିବା ସାମଗ୍ରୀ ତାହିରଙ୍କ ମାଲିକାନାରେ ଥିବା ଘରୁ ମିଳିଥିଲା। ସେହିପରି ତାହିରଙ୍କ ଘର ନିକଟରେ ଯାଇଥିବା ନାଳରୁ ଅଙ୍କିତଙ୍କ ମୃତଦେହ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos