୫ ତାରିଖ ଯାଏ ୫ ଜିଲ୍ଲା ସଂପୂର୍ଣ୍ଣ ଲକଡାଉନ

ଚେନ୍ନାଇ: କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ତାମିଲନାଡୁ ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧ ତାରିଖରୁ ତାମିଲନାଡୁର ୫ ଜିଲ୍ଲାରେ ଜୁଲାଇ ୫ ତାରିଖ ଯାଏ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ସେହିପରି ପୂରା ରାଜ୍ୟରେ ଜେନେରାଲ ଲକଡାଉନକୁ ଜୁଲାଇ ୩୧ ଯାଏ ବୃଦ୍ଧି କରିଛନ୍ତି। ଅର୍ଥାତ ଚେନ୍ନାଇ, କାଞ୍ଚେପୁରମ, ଥିରୁଭାଲ୍ଲୁରୁ, ଚେଙ୍ଗାଲପଟୁ ଓ ମଦୁରାଇକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ଲକଡାଉନ ସମୟରେ କିଛି କୋହଳ ନୀତି ଆପଣାଯିବ।

ତେବେ ରବିବାର ଦିନ ପୂରା ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏଡାପାଡ୍ଡି କେ ପାଲନିସ୍ୱାମୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଛନ୍ତି, “ଜୁଲାଇ ୧ରୁ ୧୫ ଯାଏ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଓ ପରିବହନ ସେବା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟକୁ ଯିବା ପାଇଁ ଇ-ପାସ୍‌ ଜରୁରୀ। ଲକଡାଉନ ବେଳେ ବାହାରକୁ ଆସୁଥିବା ଲୋକମାନେ ମାସ୍କ ପିନ୍ଧିବା ଜରୁରୀ।

ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧ରୁ କଣ୍ଟେନମେଣ୍ଟ ଅଞ୍ଚଳକୁ ଛାଡ଼ି ଅନ୍ୟ ସ୍ଥାନରେ ଧର୍ମାନୁଷ୍ଠାନ ଖୋଲିବ। ଯେଉଁ ମନ୍ଦିର ଓ ମସଜିଦର ଆୟ ବାର୍ଷିକ ୧୦ ହଜାର ଟଙ୍କାରୁ କମ ଥିବ ସେଠାରେ ସର୍ବସାଧାରଣ ପାଇଁ ପୂଜା ଓ ପ୍ରାର୍ଥନା ପାଇଁ ଅନୁମତି ମିଳିବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।