ସରକାରୀ ସ୍କୁଲର ଶିକ୍ଷାର୍ଥୀଙ୍କ ପାଇଁ ୭.୫% ମେଡିକାଲ କୋଟା

ଚେନ୍ନାଇ: ସରକାରୀ ସ୍କୁଲରେ ପାଠପଢ଼ୁଥିବା ଶିକ୍ଷାର୍ଥୀଙ୍କ ପାଇଁ ମେଡିକାଲ ପାଠ୍ୟକ୍ରମରେ ୭.୫% ଆସନ ସଂରକ୍ଷିତ ରହିବ। ଏ ସଂକ୍ରାନ୍ତ ଏକ ବିଲ୍‌ ଉପରେ ଆଜି ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ମୋହର ମାରିଛନ୍ତି। “ତାମିଲନାଡୁ ଆଡମିସନ ଟୁ ଅଣ୍ଡରଗ୍ରାଜୁଏଟ କୋର୍ସ ଅଫ ମେଡିସିନ୍‌, ଡେଣ୍ଟିଷ୍ଟ, ଭାରତୀୟ ମେଡିସିନ ଓ ହୋମେପ୍ୟାଥି ଅନ ପ୍ରିପରନସିଆଲ ବେସିସ ଟୁ ଦ ଷ୍ଟୁଡେଣ୍ଟସ ଅଫ ଗଭର୍ଣ୍ଣମେଣ୍ଟ ସ୍କୁଲ ବିଲ୍‌ ୨୦୨୦” ନାମକ ବିଲ୍‌କୁ ରାଜ୍ୟପାଳ ଅନୁମୋଦନ ଦେଇଛନ୍ତି। ବିଲ୍‌ର ପ୍ରାବଧାନ ଅନୁଯାୟୀ, […]

g

g

Hemant Lenka
  • Published: Friday, 30 October 2020
  • Updated: 30 October 2020, 03:20 PM IST

ଚେନ୍ନାଇ: ସରକାରୀ ସ୍କୁଲରେ ପାଠପଢ଼ୁଥିବା ଶିକ୍ଷାର୍ଥୀଙ୍କ ପାଇଁ ମେଡିକାଲ ପାଠ୍ୟକ୍ରମରେ ୭.୫% ଆସନ ସଂରକ୍ଷିତ ରହିବ। ଏ ସଂକ୍ରାନ୍ତ ଏକ ବିଲ୍‌ ଉପରେ ଆଜି ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ମୋହର ମାରିଛନ୍ତି। “ତାମିଲନାଡୁ ଆଡମିସନ ଟୁ ଅଣ୍ଡରଗ୍ରାଜୁଏଟ କୋର୍ସ ଅଫ ମେଡିସିନ୍‌, ଡେଣ୍ଟିଷ୍ଟ, ଭାରତୀୟ ମେଡିସିନ ଓ ହୋମେପ୍ୟାଥି ଅନ ପ୍ରିପରନସିଆଲ ବେସିସ ଟୁ ଦ ଷ୍ଟୁଡେଣ୍ଟସ ଅଫ ଗଭର୍ଣ୍ଣମେଣ୍ଟ ସ୍କୁଲ ବିଲ୍‌ ୨୦୨୦” ନାମକ ବିଲ୍‌କୁ ରାଜ୍ୟପାଳ ଅନୁମୋଦନ ଦେଇଛନ୍ତି।

ବିଲ୍‌ର ପ୍ରାବଧାନ ଅନୁଯାୟୀ, ମେଡିକାଲ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ନିଟ୍‌ ପରୀକ୍ଷା ହୋଇଥାଏ। ଏବେ ନିଟ୍‌ ପରୀକ୍ଷା ଦେଉଥିବା ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ୭.୫% ଆସନ ସଂରକ୍ଷଣ ହୋଇ ରହିବ। ରାଙ୍କ ଭିତ୍ତିରେ ସେମାନଙ୍କୁ ମେଡିକାଲ ପାଠ୍ୟକ୍ରମ ପାଇଁ ନାଁ ଲେଖାଇବାକୁ ଅନୁମତି ମିଳିବ।

ନିକଟରେ ତାମିଲନାଡୁ ବିଧାନସଭାରେ ସର୍ବସମ୍ମତିକ୍ରମେ ଏ ସଂକ୍ରାନ୍ତ ବିଲ୍‌ ପାରିତ ହୋଇଥିଲା। ଏହାପରେ ଏହାକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ସେପ୍ଟେମ୍ବର ୨୬ରେ ରାଜ୍ୟପାଳ ପୁରୋହିତ ଏହାର ଆଇନଗତ ପରାମର୍ଶ ପାଇଁ ସଲିସିଟର ଜେନେରାଲଙ୍କୁ ଚିଠି ଲେଖିଥିଲେ। ଗୁରୁବାର ରାଜ୍ୟପାଳଙ୍କ ପାଖରେ ସମସ୍ତ ତଥ୍ୟ ପହଞ୍ଚିଥିଲା। ତଥ୍ୟକୁ ସମୀକ୍ଷା କରିବା ପରେ ରାଜ୍ୟପାଳ ଏହି ବିଲ୍‌ ଉପରେ ମୋହର ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos