କେରଳର ୨୦ ଲକ୍ଷ ଲିଟର ପାଣି ଦେବା ପ୍ରସ୍ତାବକୁ ତାମିଲନାଡୁର ନା

ଚେନ୍ନାଇ: ଏବେ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି। କେଉଁଠି ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଆଉ କେଉଁଠି ପାଣି ପାଇଁ ହୋଟେଲ ବନ୍ଦ ହେଲାଣି। କହିବାକୁ ଗଲେ ତାମିଲନାଡୁ ସ୍ଥିତି ବର୍ତ୍ତମାନ ସଂଗୀନ ଅବସ୍ଥାରେ ରହିଛି। ଏପରି ସ୍ଥିତିରେ ତାମିଲନାଡୁର ସହଯୋଗ ପାଇଁ ପଡ଼ୋଶୀ କେରଳ ସରକାର ସହଯୋଗର ହାତ ବଢ଼ାଇଥିଲେ। ତାମିଲନାଡ଼ୁକୁ ୨୦ ଲକ୍ଷ ଲିଟର ପିଇବା ପାଣି ଦେବାକୁ କେରଳ ସରକାର ପ୍ରସ୍ତାବ ଦେଇଥିଲେ। […]

sa

Hemant Lenka
  • Published: Thursday, 20 June 2019
  • , Updated: 20 June 2019, 08:51 PM IST

ଚେନ୍ନାଇ: ଏବେ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ଉତ୍କଟ ଜଳ ସମସ୍ୟା ଦେଖା ଦେଇଛି। କେଉଁଠି ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଆଉ କେଉଁଠି ପାଣି ପାଇଁ ହୋଟେଲ ବନ୍ଦ ହେଲାଣି।

କହିବାକୁ ଗଲେ ତାମିଲନାଡୁ ସ୍ଥିତି ବର୍ତ୍ତମାନ ସଂଗୀନ ଅବସ୍ଥାରେ ରହିଛି। ଏପରି ସ୍ଥିତିରେ ତାମିଲନାଡୁର ସହଯୋଗ ପାଇଁ ପଡ଼ୋଶୀ କେରଳ ସରକାର ସହଯୋଗର ହାତ ବଢ଼ାଇଥିଲେ। ତାମିଲନାଡ଼ୁକୁ ୨୦ ଲକ୍ଷ ଲିଟର ପିଇବା ପାଣି ଦେବାକୁ କେରଳ ସରକାର ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ତାମିଲନାଡୁ ସରକାର ଅଗ୍ରାହ୍ୟ କରିଦେଇଥିବା କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି।

ବିଜୟନ କହିଛନ୍ତି, “ବର୍ତ୍ତମାନ ତାମିଲନାଡୁରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହେଇଛି। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ଟ୍ରେନ୍‌ ଯୋଗେ ତାମିଲନାଡୁକୁ ୨୦ ଲକ୍ଷ ଲିଟର ପାଣି ଦେବାକୁ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି।”

ତାମିଲନାଡୁରେ ଉତ୍କଟ ଜଳ ସମସ୍ୟା ଯୋଗୁ ବିଭିନ୍ନ ଜଳ ଭଣ୍ଡାର ଶୁଖିବା ଅବସ୍ଥାରେ ପହଞ୍ଚିଲାଣି। ଲୋକମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି।

Related story