ତାମିଲନାଡୁ: ତିନି ମେଡିକାଲ୍ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ଚେନ୍ନାଇ: ତାମିଲନାଡୁର ଭିଲୁପୁରମ୍ ସ୍ଥିତ ଏକ ଘରୋଇ ମେଡିକାଲ୍ କଲେଜର ତିନି ଜଣ ଛାତ୍ରୀ କୂଅରେ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସେମାନଙ୍କ ମୃତଦେହଗୁଡ଼ିକୁ କୂଅରୁ ଉଦ୍ଧାର କରାଯାଇଥିଲା। ମୃତ ଛାତ୍ରୀମାନେ ହେଲେ ଚେନ୍ନାଇର ଟି. ମନୀଷା (୧୯), କାଂଚିପୁରମର ଏ. ସାରାନୟା (୧୯) ଓ ତିରୁଭାରୁରର ଭି. ପ୍ରିୟଙ୍କା। ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଦଳିତ ଛାତ୍ର ରୋହିଲ ଭମୁଲାଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା କମି ନ ଥିବା ବେଳେ ଏହି ଘଟଣା ଘଟିଛି।

ପୋଲିସ୍ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ଏଥିରେ ଛାତ୍ରୀମାନେ ସେମାନଙ୍କ ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷ ଓ ଅଧ୍ୟକ୍ଷଙ୍କୁ ଦାୟୀ କରିଛନ୍ତି। ତେବେ ପୋଲିସ୍ କାହାକୁ ଗିରଫ କରି ନାହିଁ। ତଦନ୍ତ ଜାରି ରହିଛି। କଲେଜର ଜଣେ ଅଧିକାରୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି।

ମୃତ ଛାତ୍ରୀମାନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ କଲେଜ ପ୍ରଶାସନ ସେମାନଙ୍କ ପିଲାଙ୍କୁ ପ୍ରତାରିତ କରୁଥିଲେ। ଜଣେ ମୃତ ଛାତ୍ରୀଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ଆତ୍ମହତ୍ୟା କରି ନାହିଁ। ତାକୁ ହତ୍ୟା କରାଯାଇଛି। ତାଙ୍କ ଝିଅ ସହିତ ଅନ୍ୟ ଦୁଇ ମୃତ ଛାତ୍ରୀଙ୍କ ଶବବ୍ୟବଚ୍ଛେଦ ଚେନ୍ନାଇରେ କରିବା ପାଇଁ ସେ ଦାବି କରିଛନ୍ତି। ସେମାନଙ୍କୁ ସମର୍ଥନ ଦେବାକୁ ସେ କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ମାସରେ ଏହି ମେଡିକାଲ୍ କଲେଜର ୬ ଜଣ ଛାତ୍ର ଭିଲୁପୁରମ ଜିଲ୍ଲାପାଳଙ୍କ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଥିଲେ। ସେମାନେ କଲେଜର ଭିତ୍ତିଭୂମି ଓ ଅନ୍ୟା ସମସ୍ୟା ନେଇ ପ୍ରତିବାଦ କରି ଆସୁଥିଲେ।

ଆହୁରି ପଢ଼ନ୍ତୁ

ତାନ୍ତିଆ ଟୋପେଙ୍କ ଦାୟାଦ ଗ୍ରୋସରୀ ଦୋକାନୀ, ଉଦ୍ଧାମ ସିଂହଙ୍କ ବଂଶଧର ନିର୍ମାଣ ଶ୍ରମିକ

ଜନ୍ମଦିନରେ ଡ୍ୟାନ୍ସ କଲେ ୯୩ ବର୍ଷୀୟ ବୃଦ୍ଧା, ଭିଡିଓ ଭାଇରାଲ

ନୋକିଆ ଲଞ୍ଚ କରିବ 4ଜି ଫିଚର ଫୋନ

କରୋନା ଟିକାର ପ୍ରଡକ୍ସନ ଆରମ୍ଭ, ଅଗଷ୍ଟ ଶେଷରୁ ବଜାରରେ ମିଳିବ

ଭେଣ୍ଟିଲେଟରରେ ପୂର୍ବତନ କ୍ରିକେଟର ଚେତନ ଚୌହାନ, କରୋନାରେ ଆକ୍ରାନ୍ତ ହୋଇଥିଲେ

୮୬ ମିନିଟ୍‌ର ଭାଷଣରେ କେଉଁ ଶବ୍ଦକୁ କେତେ ଥର ଉଚ୍ଚାରଣ କଲେ ମୋଦି

ଲୋକଙ୍କୁ ସଂକ୍ରମିତ କରିବା ପାଇଁ ନୂଆ କରୋନା ଭାଇରସ ତିଆରି ହେଉଛି!

ସରକାରୀ ବାବୁଙ୍କ ଘରୁ ବାହାରିଲା ନଗଦ ୧.୧ କୋଟି ଟଙ୍କା

ଭାରତରେ କରୋନା ଟିକା ବଣ୍ଟନ ପାଇଁ ଯୋଜନା ଶେଷ, କେବଳ ବୈଜ୍ଞାନିକଙ୍କୁ ଅପେକ୍ଷା

ନ୍ୟାଶନାଲ ଡିଜିଟାଲ ହେଲଥ ମିଶନ କ’ଣ? ସବୁ ଭାରତୀୟଙ୍କୁ ମିଳିବ ହେଲଥ ଆଇଡି

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ପାର, ଦିନକରେ ୯୯୬ ମୃତ

ବଦଳିବ କି ଝିଅଙ୍କ ସର୍ବନିମ୍ନ ବିବାହ ବୟସ? ପ୍ରଧାନମନ୍ତ୍ରୀ କ’ଣ କହିଲେ ଜାଣନ୍ତୁ