ସୁପ୍ରିମକୋର୍ଟରେ ନିଟ୍‌କୁ ଚ୍ୟାଲେଞ୍ଚ ଦେଇଥିବା ଛାତ୍ରୀଙ୍କ ଆତ୍ମହତ୍ୟା

ଚେନ୍ନାଇ: ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍ ପରୀକ୍ଷା ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ତାମିଲନାଡୁ ଛାତ୍ରୀ ଅନୀତା ଆତ୍ମହତ୍ୟା କରିଛନ୍ତି। ମେଡିକାଲ ପାଠ୍ୟକ୍ରମରେ ଆଡମିସନ୍ ନ ହେବାରୁ ସେ ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି। ଅନୀତାଙ୍କ ମୃତ୍ୟୁ ପରେ ଚେନ୍ନାଇରେ ଶୋକର ଛାୟା ଖେଳି ଯାଇଛି।

୧୭ ବର୍ଷୀୟ ଅନୀତାଙ୍କ ଘର ଆରିୟାଲୁର ଜିଲ୍ଲାର କୁଝୁମୁର ଗାଁରେ । ସେ ତାଙ୍କ ଘରେ ଆତ୍ମହତ୍ୟା କରିଛନ୍ତି। ଅନୀତାଙ୍କ ବାପା ଜଣେ ଦିନ ମଜୁରିଆ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ୧,୨୦୦ରୁ ୧,୧୭୬ ନମ୍ୱର ରଖିଥିଲେ। କିନ୍ତୁ ନିଟ୍ ପରୀକ୍ଷାରେ ସଫଳତା ପାଇ ନଥିଲେ।

ନିଟ୍ ପରୀକ୍ଷାରେ ଅନୀତାଙ୍କୁ ୭୦୦ରୁ ୮୬ ନମ୍ୱର ମିଳିଥିଲା। ଏହାପରେ ସେ ଗତ ମାସରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନିତା ତାଙ୍କ ଆବେଦନ ପତ୍ର ଉଲ୍ଲେଖ କରିଥିଲେ ଯେ ନିଟ୍‌ ପରୀକ୍ଷାର ପ୍ରଶ୍ନ ଅଧିକ କଠିନ। ଏହାସହିତ ଏହାର ପ୍ରଶ୍ନ ସଂପୂର୍ଣ୍ଣ ଭାବରେ ସିବିଆଇ ପାଠ୍ୟକ୍ରମ ସହ ଆଧାରିତ। ତେବେ ଆଞ୍ଚଳିକ ପାଠ୍ୟକ୍ରମରେ ପାଠ ପଢ଼ିଥିବା ପିଲାମାନଙ୍କ ପାଇଁ ନିଟ୍ ପରୀକ୍ଷାରେ ନ୍ୟାୟ ମିଳୁ ନାହିଁ।

ନିଟ୍ ଆଧାରରେ ଆଡମିଶନ କରିବାକୁ ଗତ ୨୨ ତାରିଖରେ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପିଏମ୍‌କେ ନେତା ଅବୁମାଣି ରାମଦାସ ଅନୀତାଙ୍କ ମୃତ୍ୟୁ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି,“କେନ୍ଦ୍ର ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଅନୀତାଙ୍କ କଥା ବୁଝିବାର ଥିଲା।”
ତାମିଲ ସୁପରଷ୍ଟାର ରଜନୀକାନ୍ତ ଓ କମଳ ହାସନ୍ ଅନୀତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

ସଚିନ ଆଣ୍ଡ କୋଙ୍କୁ ଅଯୋଗ୍ୟ ଘୋଷଣା କରିବ କଂଗ୍ରେସ! ପଠାଇଲା ନୋଟିସ୍‌

ସାମ୍ବାଦିକ ସମ୍ମିଳନୀ ରଦ୍ଦ କଲେ ସଚିନ ପାଇଲଟ, ବିଜେପିରେ ମିଶିବା ପ୍ରସଙ୍ଗରେ ମୁହଁ ଖୋଲିଲେ

ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ଦିନକରେ ୨୯,୪୨୯ ପଜିଟିଭ, ୫୮୨ ମୃତ

କଂଗ୍ରେସରୁ ନିଲମ୍ବିତ ହେଲେ ସଞ୍ଜୟ ଝା

ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ ସଚିନଙ୍କ ସମର୍ଥକ

ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି: ଦିନକରେ ୨୧୩ ମୃତ, ୬୭୪୧ ପଜିଟିଭ

ଚାଇନାକୁ ବ୍ରିଟେନ ଝଟ୍‌କା: ଦେଶରେ ବ୍ୟାନ୍‌ ହେଲା ହୁୱେଇ

‘ରାମ ରାମ’: ସମର୍ଥକଙ୍କୁ ଧନ୍ୟବାଦ ଜଣାଇଲେ ସଚିନ ପାଇଲଟ

ଉଦ୍ଭିଦ ଜାତ ଖାଦ୍ୟ ଖାଇଲେ ରୋଗ ହେବାର ଆଶଙ୍କା ୫୦% କମିବ!‌

ବିଜେପି ମୁଖ୍ୟାଳୟରେ ପଶିଲା କରୋନା, ୨୦ରୁ ଅଧିକ ଆକ୍ରାନ୍ତ

୧୬ରୁ ୩୧ ଯାଏ ଲାଗୁ ହେବ ପୂରା ଲକଡାଉନ