ବିବାଦ ପରେ କ୍ଷମା ମାଗିଲା ତାଣ୍ଡବ ଟିମ୍‌

ମୁମ୍ବାଇ: ବିବାଦ ପରେ ଶେଷରେ କ୍ଷମା ମାଗିଛି ଆମାଜନ ପ୍ରାଇମରେ ରିଲିଜ୍‌ ହୋଇଥିବା ୱେବ ସିରିଜ୍‌ ‘ତାଣ୍ଡବ’ର ପୂରା ଟିମ୍‌। ଏହି ୱେବ ସିରିଜ୍‌ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଥିଲା। ଏପରି କି ଉତ୍ତର ପ୍ରଦେଶରେ ତାଣ୍ଡବର ପୂରା ଟିମ୍‌ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆମାଜନ ପ୍ରାଇମକୁ ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ […]

y

y

Hemant Lenka
  • Published: Monday, 18 January 2021
  • Updated: 18 January 2021, 07:58 PM IST

ମୁମ୍ବାଇ: ବିବାଦ ପରେ ଶେଷରେ କ୍ଷମା ମାଗିଛି ଆମାଜନ ପ୍ରାଇମରେ ରିଲିଜ୍‌ ହୋଇଥିବା ୱେବ ସିରିଜ୍‌ ‘ତାଣ୍ଡବ’ର ପୂରା ଟିମ୍‌। ଏହି ୱେବ ସିରିଜ୍‌ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଥିଲା। ଏପରି କି ଉତ୍ତର ପ୍ରଦେଶରେ ତାଣ୍ଡବର ପୂରା ଟିମ୍‌ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆମାଜନ ପ୍ରାଇମକୁ ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବାକୁ କହିଥିଲା।

ଏସବୁ ଭିତରେ ତାଣ୍ଡବ ଫିଲ୍ମର ସମସ୍ତ ସଦସ୍ୟ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ତାଣ୍ଡବର ପୂରା ଟିମ୍‌ ଗୋଟିଏ ପ୍ରେସ ବିବୃତି ଜାରି କରି କହିଛି ଯେ ଆମେ ବେଶ ତୀକ୍ଷ୍ଣ ଭାବେ ୱେବ ସିରିଜ୍‌ ତାଣ୍ଡବର ଦର୍ଶକଙ୍କ ପ୍ରତିକ୍ରିୟା ଉପରେ ନଜର ରଖିଥିଲୁ। ୱେବ ସିରିଜ୍‌ର କଣ୍ଟେଣ୍ଟରେ ଲୋକଙ୍କ ଭାବାବେଗକୁ ଆଘାତ ଲାଗିଥିବା ଅଭିଯୋଗ ଆମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜରିଆରେ ପ୍ରାପ୍ତ ହୋଇଛି।

ଏହା ଏକ କାଳ୍ପନିକ କଥା ବସ୍ତୁ ଉପରେ ଆଧାରିତ ଥିଲା। କୌଣସି ବ୍ୟକ୍ତି, ଧର୍ମ, ଜାତି, ବର୍ଣ୍ଣ, ଧାର୍ମିକ ବିଶ୍ୱାସ, ରାଜନୀତିକ ଦଳ ଓ ସଂଗଠନକୁ ଆଘାତ ପହଞ୍ଚାଇବା ଏହାର ଅଭିନେତା ଓ କ୍ରୁଙ୍କର ଉଦ୍ଦେଶ୍ୟ ନୁହେଁ। ତଥାପି ଲୋକମାନେ ଉଠାଇଥିବା ଅଭିଯୋଗକୁ ତାଣ୍ଡବ ଟିମ୍‌ ଗ୍ରହଣ କରୁଛି ଓ ଅଜାଣତରେ ଯଦି କାହାର ଭାବାବେଗକୁ କ୍ଷତି ପହଞ୍ଚାଇଛି, ତା’ହେଲେ ସେମାନଙ୍କୁ ନିଃସର୍ତ୍ତ କ୍ଷମା ମାଗୁଛି।

ମହାରାଷ୍ଟ୍ର ବିଜେପି ବିଧାୟକ ରାମ କଦମ ପ୍ରଥମେ ୱେକ ସିରିଜ୍‌ରେ ହିନ୍ଦୁ ଧର୍ମରେ ଦେବତାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ କରିଥିଲେ। ଏହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଆମଜନ ପ୍ରାଇମକୁ ଏ ବିଷୟରେ ନୋଟିସ୍‌ କରି ଜବାବ ତଲବ କରିଥିଲା। କିନ୍ତୁ ଏ ସବୁ ଭିତରେ ସୈଫ ଓ ଡିମ୍ପଲ କପାଡିଆଙ୍କ ଅଭିନୀତି ୱେବ ସିରିଜ୍‌ର ନିର୍ଦ୍ଦେଶକ, ପ୍ରଯୋଜକ, ଲେଖକଙ୍କ ବିରୋଧରେ ଉତ୍ତର ପ୍ରଦେଶ ପୁଲିସ ଅପରାଧିକ ମାମଲା ରୁଜୁ କରିଥିଲା। ତାଣ୍ଡବ ଟିମ୍‌ ହିନ୍ଦୁ ଧର୍ମର ଭାବନାକୁ ଆଘାତ ପହଞ୍ଚାଇଥିବା ଏଥିରେ କୁହାଯାଇଥିଲା। ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ୍‌ ଷ୍ଟେସନରେ କାର୍ଯ୍ୟରତ ଜଣେ ସବ୍‌ ଇନସପେକ୍ଟର ଏହି ମାମଲା ରୁଜୁ କରିଥିଲେ।

ମାମଲା ରୁଜୁ ହେବା ମାତ୍ରେ ଯୋଗୀଙ୍କ ମିଡିଆ ପରାମର୍ଶଦାତା ଶାଲଭ ମଣି ତ୍ରିପାଠୀ ଏହାର କପିକୁ ଟ୍ୱିଟର୍‌ରେ ଶେୟାର କରିଛନ୍ତି। ସେ କହିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ଉତ୍ତର ପ୍ରଦେଶରେ ଲୋକଙ୍କ ଭାବନା ସହ ଖେଳିବା ଘଟଣାକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ। ପୂରା ତାଣ୍ଡବ ଟିମ୍‌ ବିରୋଧରେ ବହୁତ ବଡ଼ ମାମଲା ରୁଜୁ ହୋଇଛି।

ଶସ୍ତା ୱେବ ସିରିଜ୍‌ ଦ୍ୱାରା ଘୃଣାର ପ୍ରଚାର କରୁଥିବା ଲୋକଙ୍କୁ କେବେ ହେଲେ କ୍ଷମା କରାଯିବ ନାହିଁ। ଗିରଫ ପାଇଁ ସମସ୍ତେ ପ୍ରସ୍ତୁତ ରୁହ ବୋଲି ସେ ଚେତାବନୀ ଦେଇଛନ୍ତି। ଆଉ ଏକ ଟ୍ୱିଟରେ ଶ୍ରୀ ତ୍ରିପାଠୀ ତାଣ୍ଡବର ନିର୍ଦ୍ଦେଶକ ଅଲୀ ଆବାସ ଜାଫର, ପ୍ରଯୋଜକ ହିମାଂଶୁ ମେହେର, ଲେଖକ ଗୌରବ ସୋଲାଙ୍କି ଓ ଅଭିନେତା ସୈଫ ଅଲୀ ଖାନ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ସେ ଏହି ଟ୍ୱିଟକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସକୁ ମଧ୍ୟ ଟ୍ୟାଗ କରିଥିଲେ। ସେ କହିଛନ୍ତି, “ଉତ୍ତର ପ୍ରଦେଶ ପୁଲିସ୍‌ ମୁମ୍ବାଇ ବାହାରି ସାରିଛି। ସେ ପୁଣି ଗାଡ଼ି ଧରି। ଏଫଆଇଆର୍‌ରେ ବହୁତ କଠୋର ଧାରା ଲାଗିଛି। ଧାର୍ମିକ ଭାବନର ଆଘାତର ପରିଣାମ ତ ଭୋଗିବାକୁ ପଡ଼ିବ। ଆମର ଆଶା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସ ଏମାନଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos