ଫୋନ ଟ୍ୟାପିଂକୁ ନେଇ ମହାରାଷ୍ଟ୍ରରେ ଘମାସାନ

ମୁମ୍ବାଇ: ଫୋନ ଟ୍ୟାପିଂ ଅଭିଯୋଗକୁ ନେଇ ଶାସକ ଶିବସେନା-ଏନସିପି-କଂଗ୍ରେସ ସହ ବିଜେପିର ବାକଯୁଦ୍ଧ ଆରମ୍ଭ ହୋଇଛି। ନିର୍ବାଚନ ବେଳେ ଏନସିପି ଓ ଶିବସେନାର ନେତାମାନଙ୍କ ଫୋନକୁ ବିଜେପି ଟ୍ୟାପିଂ କରୁଥିଲା ବୋଲି ଅଭିଯୋଗ ହୋଇଛି। ହେଲେ ଏହି ଅଭିଯୋଗକୁ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଖଣ୍ଡନ କରିଛନ୍ତି। ଫୋନ ଟ୍ୟାପିଂ ମହାରାଷ୍ଟ୍ର ରାଜନୀତିକ ସଂସ୍କୃତିର ପରମ୍ପରା ନୁହେଁ ବୋଲି ସେ କହିଛନ୍ତି। ଫଡ଼ନାଭିସ ନିଜ ଦଳ ଉପରେ ଲାଗିଥିବା ଦାଗକୁ ଛଡ଼ାଇବା ପାଇଁ […]

i

i

Hemant Lenka
  • Published: Friday, 24 January 2020
  • Updated: 24 January 2020, 04:26 PM IST

Sports

Latest News

ମୁମ୍ବାଇ: ଫୋନ ଟ୍ୟାପିଂ ଅଭିଯୋଗକୁ ନେଇ ଶାସକ ଶିବସେନା-ଏନସିପି-କଂଗ୍ରେସ ସହ ବିଜେପିର ବାକଯୁଦ୍ଧ ଆରମ୍ଭ ହୋଇଛି। ନିର୍ବାଚନ ବେଳେ ଏନସିପି ଓ ଶିବସେନାର ନେତାମାନଙ୍କ ଫୋନକୁ ବିଜେପି ଟ୍ୟାପିଂ କରୁଥିଲା ବୋଲି ଅଭିଯୋଗ ହୋଇଛି।

ହେଲେ ଏହି ଅଭିଯୋଗକୁ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଖଣ୍ଡନ କରିଛନ୍ତି। ଫୋନ ଟ୍ୟାପିଂ ମହାରାଷ୍ଟ୍ର ରାଜନୀତିକ ସଂସ୍କୃତିର ପରମ୍ପରା ନୁହେଁ ବୋଲି ସେ କହିଛନ୍ତି। ଫଡ଼ନାଭିସ ନିଜ ଦଳ ଉପରେ ଲାଗିଥିବା ଦାଗକୁ ଛଡ଼ାଇବା ପାଇଁ କହିଛନ୍ତି, “ଫୋନ ଟ୍ୟାପିଂ କେବେ ହେଲେ ମହାରାଷ୍ଟ୍ର ରାଜନୀତିକ ସଂସ୍କୃତିରେ ନାହିଁ ଏବଂ ରାଜ୍ୟ ସରକାର କେବେ ହେଲେ ଏଭଳି ନିର୍ଦ୍ଦେଶ ଦେଇ ନାହାନ୍ତି।

ଯେଉଁମାନେ ଅଭିଯୋଗ ଆଣିଛନ୍ତି, ସେମାନେ ଭଲ ଭାବେ ଜାଣିଛନ୍ତି ଯେ ସେମାନେ କେତେ ବିଶ୍ୱାସୀ। ତଥାପି ଯଦି ଏବେକାର ସରକାର ଘଟଣାର ତଦନ୍ତ କରିବାକୁ ଚାହୁଁଛନ୍ତି, ତା’ହେଲେ ସେ ଏହାକୁ ବେଶ ମୁକ୍ତ ଭାବେ କରିପାରିବେ। ମହାରାଷ୍ଟ୍ରବାସୀ ସତ କ’ ଣ ଭଲ ଭାବେ ଜାଣିଛନ୍ତି।

ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଶିବସେନାର ସଦସ୍ୟ ରହିଥିଲେ। ମୁଁ ଏତିକି କହିବାକୁ ଚାହେଁ ଯେ ସେମାନେ ତୁରନ୍ତ ଏହାର ତଦନ୍ତ କରନ୍ତୁ ଓ ରିପୋର୍ଟକୁ ସାର୍ବଜନୀନ କରନ୍ତୁ। ଯଦି ଦରକାର ପଡ଼ିବ ସେମାନେ ଇସ୍ରାଏଲ ଯାଇପାରିବେ ଓ ତଦନ୍ତ ମଧ୍ୟ କରିପାରିବେ।”

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଅଭିଯୋଗ କରିଥିଲେ ଯେ ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ସାଂସଦ ସଞ୍ଜୟ ରାଉତଙ୍କ ଫୋନକୁ ପୂର୍ବରୁ ଏଠାରେ କ୍ଷମତାରେ ଥିବା ବିଜେପି ସରକାର ଟ୍ୟାପ କରୁଥିଲେ। କ୍ଷମତାରେ ଥିବା ବିଜେପି ସରକାରୀ କଳର ଅପବ୍ୟବହାର କରୁଥିଲା ଓ ଏବେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ବାଇ ପୁଲିସ୍‌ର ସାଇବର ସେଲ ଏବେ ଏହାର ଛାନଭିନ କରୁଛି। ତେଣୁ ସତ ଖୁବଶୀଘ୍ର ସାମ୍ନାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos