ତାନ୍ତିଆ ଟୋପେଙ୍କ ଦାୟାଦ ଗ୍ରୋସରୀ ଦୋକାନୀ, ଉଦ୍ଧାମ ସିଂହଙ୍କ ବଂଶଧର ନିର୍ମାଣ ଶ୍ରମିକ

ନୂଆଦିଲ୍ଲୀ: ଆଜି ଦେଶ ସ୍ୱାଧୀନତାର ୭୪ତମ ଜନ୍ମ ଦିନ ପାଳନ କରୁଥିବା ବେଳେ ଭାରତକୁ ବ୍ରିଟିଶଙ୍କ ପଞ୍ଝାରୁ ମୁକୁଳାଇବା ପାଇଁ ନିଜ ପ୍ରାଣବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର କେମିତି କଷ୍ଟରେ ଜୀବନ କାଟୁଛନ୍ତି, ତା’ର ତଥ୍ୟ ସାମ୍ମାନକୁ ଆସିଛି। ଦେଶ ପାଇଁ ସଂଗ୍ରାମ କରି ସହିଦ ହୋଇଥିବା କିଛି ବୀର ପୁରୁଷଙ୍କ ବଂଶଧରମାନେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ପେଟ ପୋଷିବାକୁ ରାସ୍ତାରେ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି। ଆଜି ଆମେ […]

dd

dd

Hemant Lenka
  • Published: Saturday, 15 August 2020
  • Updated: 15 August 2020, 06:31 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦେଶ ସ୍ୱାଧୀନତାର ୭୪ତମ ଜନ୍ମ ଦିନ ପାଳନ କରୁଥିବା ବେଳେ ଭାରତକୁ ବ୍ରିଟିଶଙ୍କ ପଞ୍ଝାରୁ ମୁକୁଳାଇବା ପାଇଁ ନିଜ ପ୍ରାଣବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର କେମିତି କଷ୍ଟରେ ଜୀବନ କାଟୁଛନ୍ତି, ତା’ର ତଥ୍ୟ ସାମ୍ମାନକୁ ଆସିଛି।

ଦେଶ ପାଇଁ ସଂଗ୍ରାମ କରି ସହିଦ ହୋଇଥିବା କିଛି ବୀର ପୁରୁଷଙ୍କ ବଂଶଧରମାନେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ପେଟ ପୋଷିବାକୁ ରାସ୍ତାରେ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି।

ଆଜି ଆମେ ଏମିତି ଦୁଇ ଜଣ ବୀର ସହିଦଙ୍କ ଦାୟାଦଙ୍କ ବିଷୟରେ କହିବୁ ଯାହାଙ୍କ ଅବସ୍ଥା କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଦେଶ ପାଇଁ ସହିଦ ହୋଇଥିବା ଉଦ୍ଧାମ ସିଂହଙ୍କ ବଂଶଧର(ତିନି ପୁରୁଷର ପୁତୁରା) ଜୀତ ସିଂହ ଏବେ ଦିନ ମଜୁରିଆ। ତାଙ୍କୁ ପଞ୍ଜାବର ସଙ୍ଗୁର ଜିଲ୍ଲାରେ ଚାଲିଥିବା ଏକ ନିର୍ମାଣାଧୀନ କୋଠା ନିକଟରେ ଠାବ କରାଯାଇଛି। ସେ ଏଠାରେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଛନ୍ତି।

ଉଦ୍ଧାମ ସିଂହ ୧୯୪୦ରେ ଲଣ୍ଡନ ଯାଇ ମାଇକେଲ ଡାଏରେଙ୍କୁ ହତ୍ୟା କରିଥିଲେ। ଡାୟାର ପଞ୍ଜାବର ଉପରାଜ୍ୟପାଳ ଥିଲେ ଓ ତାଙ୍କ ନିର୍ଦ୍ଦେଶରେ ଜାଲିଆନାୱାଲାବାଗ ଗଣହତ୍ୟା ସଂଘଠିତ ହୋଇଥିଲା। ଜାଲିଆନୱାଲାବାଗ ଗଣହତ୍ୟାର ପ୍ରତିଶୋଧ ନେବାକୁ ଉଦ୍ଧାମ ଲଣ୍ଡନ ଯାଇ ଡାଏରେଙ୍କୁ ହତ୍ୟା କରିଥିଲେ। ଉଦ୍ଧାମଙ୍କ ବଂଶଧର ଏବେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛନ୍ତି। ପରିବାର ଲୋକଙ୍କ କଥା ପଞ୍ଜାବ ସରକାର ବୁଝୁନାହାନ୍ତି।

ସେହିପରି ଆଉ ଜଣେ ସ୍ୱାଧୀନତା ପାଇଁ ସହିଦ ହୋଇଥିବା ବୀର ପୁରୁଷ ହେଉଛନ୍ତି ତାନ୍ତିଆ ଟୋପେ। ତାନ୍ତିଆ ଟୋପେଙ୍କ ଅଣନାତି ବିନାକ ରାଓ କାନପୁର ବିଥୋରୀରେ ତେଜରାତି ବା ଗ୍ରୋସରୀ ଦୋକାନ କରି ଚଳୁଛନ୍ତି। ୧୮୫୭ ସିପାହୀ ବିଦ୍ରୋହ ବେଳେ ତାନ୍ତିଆ ଟୋପେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେ ଦେଶ ପାଇଁ ଜୀବନ ମଧ୍ୟ ଦେଇଛନ୍ତି। ହେଲେ ତାଙ୍କ ବଂଶଧରଙ୍କ ଅବସ୍ଥା ସ୍ୱାଧୀନ ଭାରତରେ ଅତ୍ୟନ୍ତ ସଂଗୀନ।

ଭାରତର ୭୩ରୁ ଅଧିକ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ତର୍ଜମା କରି ୪ଟି ବହି ଲେଖିଥିବା ପୂର୍ବତନ ସାମ୍ବାଦିକ ଶିବନାଥ ଝା କହିଛନ୍ତି, ମୁଁ ବହି ଲେଖିବା ବେଳେ ସହିଦଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲି। ହେଲେ ସେମାନଙ୍କ ଅବସ୍ଥା ଦେଖି ମୁଁ ଆଶ୍ଚର୍ଯ୍ୟ। କେବଳ ଉଦ୍ଧାମ କିମ୍ବା ତାନ୍ତିଆ ଟୋପେ ନୁହନ୍ତି, ମୁଁ ସହିଦ ସତ୍ୟେନ୍ଦ୍ରନାଥ ବସୁଙ୍କ ବଂଶଧର ଅନୀତା ବସୁଙ୍କ ପାଖରେ ପହଞ୍ଚିଥିଲି। ସେ ବି ଅନେକ କଷ୍ଟରେ ମିଦାନପୁରରେ ରହୁଛନ୍ତି।

ସତ୍ୟେନ୍ଦ୍ରନାଥ ଓ ଖୁଦିରାମ ବୋଷ ଅଲିପୋର ବୋମା ବିସ୍ଫୋରଣ ଘଟଣାରେ ସାମିଲ ଥିଲେ। ଏହାକୁ ନେଇ ୧୯୦୮ ମସିହାରେ ସେମାନଙ୍କୁ ବ୍ରିଟିଶ ସରକାର ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଫାଶୀ ପାଇବା ବେଳେ ସତ୍ୟେନ୍ଦ୍ରନାଥଙ୍କୁ ୨୬ ଓ ଖୁଦିରାମଙ୍କୁ ୧୮ ବର୍ଷ ବୟସ ହୋଇଥିଲା।

ଏବେ ସତ୍ୟେନ୍ଦ୍ର ନାଥଙ୍କ ୮୦ ବର୍ଷୀୟ ସମ୍ପର୍କୀୟ ଅନିତା ଓ ତାଙ୍କ ସ୍ୱାମୀଙ୍କୁ ଶିବନାଥ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେଇଛନ୍ତି। ଏହାପୂର୍ବରୁ ସେ ବିନାୟକ ରାଓ ଟୋପେଙ୍କ ପାଇଁ ୫ ଲକ୍ଷ ଓ ଜୀତ ସିଂହଙ୍କୁ ବି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।

ଶିବନାଥ ଓ ତାଙ୍କ ବନ୍ଧୁ ଗୋଟିଏ ଏନଜିଓ ଚଳାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଧରମାନେ କେମିତି ରହୁଛନ୍ତି, ସେ ବିଷୟରେ ତଥ୍ୟ ସଂଗ୍ରହ କରି ବହି ଛାପିବାରେ ଲାଗିଛନ୍ତି। ଏହି ଏନଜିଓ ପକ୍ଷରୁ ଆଗାମୀ ଦିନରେ ୮୦୦ ପୃଷ୍ଠାର "1857-1947 Martyrs' Bloodlines" ବହି ପ୍ରକାଶ କରିବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story