ବିଜେପିରେ ମିଶିଲେ ଟିଡିପିର ଜାତୀୟ ମୁଖପାତ୍ର

ନୂଆଦିଲ୍ଲୀ: ଟିଡିପି ସୁପ୍ରିମୋ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜେପି ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଇଛାଲିଛି। ଟିଡିପିର ବରିଷ୍ଠ ବିଜେପି ନେତା ତଥା ଜାତୀୟ ମୁଖପାତ୍ର ଲଙ୍କା ଦିନାକର ଦଳକୁ ବାଏବାଏ କହିଛନ୍ତି। ଖାଲି ସେତିକି ନୁହେଁ ଦଳ ଛାଡ଼ି ସେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ଦିନାକର ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

ଦିନାକର ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ,“ମୁଁ ଜାତୀୟ ମୁଖପାତ୍ର ଓ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ମୋ ପରିବାରର ଲୋକଙ୍କ ନିଷ୍ପତ୍ତି କ୍ରମେ ମୁଁ ଦଳ ଛାଡ଼ିବାକୁ ସ୍ଥିର କରିଛି।”

ଇଣ୍ଡିଆନ୍‌ ନ୍ୟାଶନାଲ ଲୋକ ଦଳ(ଆଇଏନ୍‌ଏଲ୍‌ଡି)ର ରାଜ୍ୟସଭା ସଦସ୍ୟ ରାମ କୁମାର କଶ୍ୟପ ଓ ପୂର୍ବତନ ସାଂସଦ ଏପି ଅବଦୁଲ୍ଲାକୁଟି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ମଧ୍ୟ ଦଳ ଛାଡ଼ି ପଦ୍ମ ଧରିଥିଲେ।

ଆହୁରି ପଢ଼ନ୍ତୁ

ବବ୍‌-କଟ୍‌ ହେୟାର ଷ୍ଟାଇଲ କରିଥିବା ହାତୀ ଇଣ୍ଟରନେଟ୍‌ର ନୂଆ ଷ୍ଟାର

୩ ମାସ ପରେ ଫେରିଲେ ପତ୍ନୀ, କରୋନା ଆଶଙ୍କାରେ ଘରେ ପୂରାଇଲେନି ସ୍ୱାମୀ

ବାଉଁସରେ ତିଆରି ଟିଫିନ ବକ୍ସ, ଭିଡିଓ ଭାଇରାଲ

ସୀମାରୁ ସେନା ପ୍ରତ୍ୟାହାର ସଂପୂର୍ଣ୍ଣ ଶେଷ ହେବାକୁ ଲାଗିବ ସମୟ, ପୁଣି ବସିବ ବୈଠକ

ଦୁଇ ଭାଇ, ହେଲେ ଗୋଟିଏ ପେଟ: ବିଶ୍ୱର ସବୁଠାରୁ ଅଧିକ ଦିନ ବଞ୍ଚିଥିବା ଯୋଡ଼ା ଭାଇଙ୍କ ପରଲୋକ

ନୀତୀଶ କୁମାରଙ୍କ ଭାଣିଜୀଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ଘରକୁ ଗଲା ଭେଣ୍ଟିଲେଟର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସମ୍ପର୍କ ରଖିଥିଲେ ୨୦୦ ପୁଲିସ୍‌ କର୍ମଚାରୀ!

କାହିଁକି ସୁଶାନ୍ତଙ୍କୁ ୪ଟି ଫିଲ୍ମରୁ ବାଦ୍‌ ଦେଇଥିଲେ ସଞ୍ଜୟ ଲୀଲା ବଂଶାଲୀ, ପୁଲିସ୍‌ ଆଗରେ ରଖିଲେ ତଥ୍ୟ

ଆମ୍ବୁଲାନ୍ସରେ କରୋନା ମୃତକଙ୍କ ଶବ ଆଣିଲେ, ପାର୍କିଂ ଅଞ୍ଚଳରେ ଫୋପାଡ଼ି ଚାଲିଗଲେ

ଦେଶରେ ୭ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୨୦ ହଜାର ପାର୍‌

ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ବିଦେଶୀ ଶିକ୍ଷାର୍ଥୀଙ୍କୁ ଦେଶରୁ ବିଦା କରିବା ପାଇଁ ଆମେରିକାର ନୂଆ ରଣନୀତି