ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା, ୫୦ରୁ ମିଳିଲା ୬୬ ମାର୍କ

ଅହମଦାବାଦ: ଆମ ଦେଶର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକଙ୍କ ଅବସ୍ଥା କ’ଣ, ଏହାର ଜ୍ୱଳନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳିଛି। ବିଜ୍ଞାନର ପାଠ୍ୟକ୍ରମରେ ପୂର୍ଣ୍ଣ ମାର୍କ ୫୦ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ ଏଥିରେ ୬୬ ମାର୍କ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୧୦ମ ଶ୍ରେଣୀର ଜଣେ ଛାତ୍ରଙ୍କ ସହ ଏମିତି ଘଟିଛି। ତେବେ ଶିକ୍ଷକଙ୍କ ଏଭଳି ଭୁଲକୁ ଗୁଜରାଟ ସେକେଣ୍ଡାରୀ ଓ ହାଇଅର ସେକେଣ୍ଡାରୀ ଏଡୁକେସନ ବୋର୍ଡ(ଜିଏସ୍‌ଏଚ୍‌ଏସ୍‌ଇବି) ରେଜଲ୍ଟ ପ୍ରକାଶ ପୂର୍ବରୁ ଠାବ କରିଥିଲା। […]

wa

Hemant Lenka
  • Published: Saturday, 22 June 2019
  • , Updated: 22 June 2019, 12:51 PM IST

ଅହମଦାବାଦ: ଆମ ଦେଶର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକଙ୍କ ଅବସ୍ଥା କ’ଣ, ଏହାର ଜ୍ୱଳନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳିଛି। ବିଜ୍ଞାନର ପାଠ୍ୟକ୍ରମରେ ପୂର୍ଣ୍ଣ ମାର୍କ ୫୦ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ ଏଥିରେ ୬୬ ମାର୍କ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୧୦ମ ଶ୍ରେଣୀର ଜଣେ ଛାତ୍ରଙ୍କ ସହ ଏମିତି ଘଟିଛି।

ତେବେ ଶିକ୍ଷକଙ୍କ ଏଭଳି ଭୁଲକୁ ଗୁଜରାଟ ସେକେଣ୍ଡାରୀ ଓ ହାଇଅର ସେକେଣ୍ଡାରୀ ଏଡୁକେସନ ବୋର୍ଡ(ଜିଏସ୍‌ଏଚ୍‌ଏସ୍‌ଇବି) ରେଜଲ୍ଟ ପ୍ରକାଶ ପୂର୍ବରୁ ଠାବ କରିଥିଲା। ଏଥିସହ ଭୁଲକୁ ସଂଶୋଧନ କରି ଫଳାଫଳ ପ୍ରକାଶ କରିଥିଲା। କିନ୍ତୁ ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଖାତାକୁ କେତେ ଗୁରୁତ୍ୱର ସହ ଦେଖନ୍ତି, ତାହା ସ୍ପଷ୍ଟ ହୋଇଛି। ଏଭଳି ଭୁଲ କରିଥିବା ଶିକ୍ଷକ କିମ୍ବା ଛାତ୍ରଙ୍କ ନାଁ ସାର୍ବଜନୀନ କରାଯାଇ ନାହିଁ।

ଏହାପୂର୍ବରୁ ଦ୍ୱାଦଶ ଶ୍ରେଣୀରେ ଆକାଉଣ୍ଟଟାନ୍ସ ବିଷୟରେ ଗୋଟିଏ ପିଲା ୩୦ ମାର୍କ ରିଖିଥିବା ବେଳେ ରେଜଲ୍ଟ ପ୍ରକାଶ ସମୟରେ ଏହା ୮୬ ହୋଇଯାଇଥିଲା। ସେହିପରି ଗୋଟିଏ ପିଲା ୧୦୦ରୁ ୮୫ ମାର୍କ ରଖିଥିବା ବେଳେ ରେଜଲ୍ଟ ପ୍ରକାଶ ପାଇବା ସମୟରେ ଏହା ୫୫ ହୋଇଯାଇଥିଲା।

ଏସବୁ ତ୍ରୁଟିକୁ ନେଇ ସାରା ଦେଶରେ ଗୁଜରାଟର ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି।

Related story