ମହାଗଠବନ୍ଧନର ପରାଜୟ ସତ୍ତ୍ୱେ ନିଜକୁ ବିଜୟୀ ଘୋଷଣା କଲେ ତେଜସ୍ୱୀ

ପାଟନା: ବିଜେପି ନେତୃତ୍ୱାଧୀନ ନୀତୀଶ କୁମାର ସରକାରଙ୍କୁ ଗାଦିଚ୍ୟୁତ କରିବାରେ ମହାଗଠବନ୍ଧନ ବିଫଳ ହୋଇଛି। ତଥାପି ମହାଗଠବନ୍ଧନ ଏନଡିଏ ସହ ଜୋରଦାର ଲଢ଼େଇ କରିଥିଲା। ମହାଗଠବନ୍ଧନ ପରାସ୍ତ ହୋଇଥିଲେ ହେଁ ଆରଜେଡି ବିହାରରେ ସର୍ବବୃହତ୍ତ ଦଳ ଭାବେ ୭୫ଟି ଆସନ ଜିତିଛି। ଏହା ପଛକୁ ବିଜେପି ୭୪ ଓ ଜେଡିୟୁ ୪୩ଟି ଆସନ ପାଇଛି। ମହାଗଠବନ୍ଧନ ଭଲ ଲଢ଼େଇ କରିଥିବାରୁ ଏହାର ସବୁ ଶ୍ରେୟ ଆରଜେଡିର ତେଜସ୍ୱୀ ଯାଦବଙ୍କୁ ଦିଆଯାଇଛି। ଏସବୁ ଭିତରେ ନିଜକୁ ବିଜୟୀ ଘୋଷଣା […]

u

u

Hemant Lenka
  • Published: Thursday, 12 November 2020
  • Updated: 12 November 2020, 05:50 PM IST

Sports

Latest News

ପାଟନା: ବିଜେପି ନେତୃତ୍ୱାଧୀନ ନୀତୀଶ କୁମାର ସରକାରଙ୍କୁ ଗାଦିଚ୍ୟୁତ କରିବାରେ ମହାଗଠବନ୍ଧନ ବିଫଳ ହୋଇଛି। ତଥାପି ମହାଗଠବନ୍ଧନ ଏନଡିଏ ସହ ଜୋରଦାର ଲଢ଼େଇ କରିଥିଲା। ମହାଗଠବନ୍ଧନ ପରାସ୍ତ ହୋଇଥିଲେ ହେଁ ଆରଜେଡି ବିହାରରେ ସର୍ବବୃହତ୍ତ ଦଳ ଭାବେ ୭୫ଟି ଆସନ ଜିତିଛି। ଏହା ପଛକୁ ବିଜେପି ୭୪ ଓ ଜେଡିୟୁ ୪୩ଟି ଆସନ ପାଇଛି।

ମହାଗଠବନ୍ଧନ ଭଲ ଲଢ଼େଇ କରିଥିବାରୁ ଏହାର ସବୁ ଶ୍ରେୟ ଆରଜେଡିର ତେଜସ୍ୱୀ ଯାଦବଙ୍କୁ ଦିଆଯାଇଛି। ଏସବୁ ଭିତରେ ନିଜକୁ ବିଜୟୀ ଘୋଷଣା କରିଛନ୍ତି ତେଜସ୍ୱୀ ଯାଦବ। ସେ କହିଛନ୍ତି, ଜନମତ ଆମ ସପକ୍ଷରେ ଥିଲା ଓ ଆମେ ହିଁ ବିଜେତା। କିନ୍ତୁ ମୁଖ୍ୟମନ୍ତ୍ରୀ ଚୌକିରେ ଆଉ କିଏ ବସିବାକୁ ଯାଉଛନ୍ତି। ଏଥିସହ ପୋଷ୍ଟାଲ ବାଲଟ ଗଣତିରେ ହେରଫେର କରାଯାଇଛି ଓ ୨୦ଟି ଆସନରେ ପୁନଃ ଗଣତି କରିବାକୁ ସେ ଦାବି କରିଛନ୍ତି।

ରେଜଲ୍ଟ ବାହାରିବାର ଦୁଇ ଦିନ ପରେ ସାମ୍ବାଦିକ ସମ୍ମିଳନୀ କରି ତେଜସ୍ୱୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତୀଶ କୁମାର ଟଙ୍କା ବଳ, ବାହୁବଳ ଓ ସବୁ ରଣକୌଶଳ ଲଗାଇ ମଧ୍ୟ ଜଣେ ୩୧ ବର୍ଷୀୟ ଯୁବକଙ୍କୁ ଅଟକାଇ ପାରିଲେ ନାହିଁ। ସେମାନେ ଆରଜେଡିକୁ ରାଜ୍ୟର ସର୍ବବୃହତ୍ତ ଦଳ ହେବାରେ ରୋକ ଲଗାଇ ପାରିଲେନି। ଆପଣମାନେ ନୀତୀଶ କୁମାରଙ୍କ ଚମକ କୁଆଡ଼େ ଗଲା, ଥରେ ଚିନ୍ତା କରନ୍ତୁ। ସେ ବର୍ତ୍ତମାନ ତୃତୀୟ ସ୍ଥାନକୁ ଚାଲି ଯାଇଛନ୍ତି।

ଏହା ପରିବର୍ତ୍ତନର ଜନାଦେଶ। ନୀତୀଶ କୁମାର ମୁଖ୍ୟମନ୍ତ୍ରୀଙ୍କ ଚୌକିରେ ବସିବେ, ହେଲେ ଆମେମାନେ ଲୋକଙ୍କ ହୃଦୟରେ ରହିବୁ। ଜନାଦେଶ ମହାଗଠବନ୍ଧନ ସପକ୍ଷରେ ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଚୋରା ଫାଟକରେ ଚୌକି ଦଖଲ କରିବାକୁ ଆସିଛନ୍ତି।”

ଏକାଧିକ ଏକଜିଟ୍‌ ପୋଲ ବିହାରରେ ମହାଗଠବନ୍ଧନ ଜିତିବ ବୋଲି ଆକଳନ କରିଥିଲେ। ହେଲେ ଗଣତି ବେଳେ ଏହା ଭୁଲ ସାବ୍ୟସ୍ତ ହେବା ସହ ବିଜେପି ଓ ଜେଡିୟୁକୁ ନେଇ ଗଠିତ ଏନଡିଏ ବାଜିମାତ କରିଛନ୍ତି। ଏହା ଉପରେ ମତ ଦେଇ ତେଜସ୍ୱୀ କହିଛନ୍ତି, “ଏକାଧିକ ସ୍ଥାନରେ ବହୁତ କମ ବ୍ୟବଧାନରେ ଆମ ପ୍ରାର୍ଥୀ ହାରିଛନ୍ତି।

କ’ଣ ପାଇଁ ପୋଷ୍ଟାଲ ବାଲଟଗୁଡ଼ିକ ଭୋଟ ଗଣତି ଆରମ୍ଭରୁ ଗଣନା କରାଗଲା ନାହିଁ। ଏକାଧିକ ଆସନରେ ପୋଷ୍ଟାଲ ବାଲଟକୁ ରଦ୍ଦ କରି ଦିଆଯାଇଛି। ଏବେ ଯେଉଁ ବାଲଟଗୁଡ଼ିକୁ ରଦ୍ଦ କରାଯାଇଥିଲା, ସେଗୁଡ଼ିକୁ ସାର୍ବଜନୀନ କରାଯାଉ। ସେହିପରି ୨୦ଟି ଆସନରେ ପୁଣିଥରେ ଭୋଟ ଗଣତି କରାଯାଉ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story