ବିବାହ କରିବେ ଐଶ୍ୱର୍ଯ୍ୟା: ସରିଲା ମେହେନ୍ଦି

ନୂଆଦିଲ୍ଲୀ: ଖଚାଖଚ୍ ଭିଡ଼ ଭିତରେ ବାଜୁଥିଲା ଢୋଲ। ସଜେଇ ହୋଇ ବସିଥିଲେ ଐଶ୍ୱର୍ଯ୍ୟା। ମନ ମଣିଷର ନାଁକୁ ମେହେନ୍ଦିରେ ଆଙ୍କି ଦେଇଥିଲେ ନିଜ ହାତରେ। ମନେ ମନେ ସ୍ୱପ୍ନ ଦେଖୁଥିଲେ ମନର ମଣିଷକୁ। ଆମେ କହିବାକୁ ଯାଉଛି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍‌ ପ୍ରତାପ ଯାଦବଙ୍କ ବିବାହ କଥା। ତେଜ୍‌ଙ୍କ ବିବାହ ଆରଜେଡି ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶର୍ଯ୍ୟା ରାୟଙ୍କ ସହ ହେବ।ଆଉ ବିବାହକୁ ମାତ୍ର ୨ଦିନ ବାକି ରହିଛି। […]

btr

btr

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 12:34 PM IST

Sports

Latest News

ନୂଆଦିଲ୍ଲୀ: ଖଚାଖଚ୍ ଭିଡ଼ ଭିତରେ ବାଜୁଥିଲା ଢୋଲ। ସଜେଇ ହୋଇ ବସିଥିଲେ ଐଶ୍ୱର୍ଯ୍ୟା। ମନ ମଣିଷର ନାଁକୁ ମେହେନ୍ଦିରେ ଆଙ୍କି ଦେଇଥିଲେ ନିଜ ହାତରେ। ମନେ ମନେ ସ୍ୱପ୍ନ ଦେଖୁଥିଲେ ମନର ମଣିଷକୁ।

ଆମେ କହିବାକୁ ଯାଉଛି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍‌ ପ୍ରତାପ ଯାଦବଙ୍କ ବିବାହ କଥା। ତେଜ୍‌ଙ୍କ ବିବାହ ଆରଜେଡି ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶର୍ଯ୍ୟା ରାୟଙ୍କ ସହ ହେବ।ଆଉ ବିବାହକୁ ମାତ୍ର ୨ଦିନ ବାକି ରହିଛି। ସେଥିପାଇଁ  ଚାଲିଛି ଜୋରସୋରରେ ପ୍ରସ୍ତୁତି।

ଗତକାଲି ଚନ୍ଦ୍ରିକାଙ୍କ ସରକାରୀ ଭବନରେ  ତେଜ୍‌ ଓ ଐଶର୍ଯ୍ୟାଙ୍କ ମେହେନ୍ଦି ଉତ୍ସବ ସରିଯାଇଛି। ମେହେନ୍ଦି ଉତ୍ସବରେ ବର ବଧୂଙ୍କ ପାଇଁ  ଅଲଗା ଅଲଗା ଷ୍ଟ୍ରେଜ କରାଯାଇଥିଲା। ଉତ୍ସବରେ ତେଜ ନିଜ ଭାଇ ଓ ଭିଣୋଇଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଥିବା ବେଳେ ଐଶର୍ଯ୍ୟା ନିଜ ଭଉଣୀ ଓ ସାଙ୍ଗମାନଙ୍କ ମସ୍ତି କରୁଥିଲେ।

ମେହେନ୍ଦିରେ ତେଜ ନୀଳ ରଙ୍ଗର କୁର୍ତ୍ତା ଓ ହଳଦିଆ ରଙ୍ଗର କୋର୍ଟ ପିନ୍ଧିଥିଲେ। ସେହିପରି ଐଶର୍ଯ୍ୟା ନାଲି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ମେହେନ୍ଦି ଉତ୍ସବରେ ଦୁଇପରିବାରର ନିକଟତର ବନ୍ଧୁ ବାନ୍ଧବ ସାମିଲ ହୋଇଥିଲେ।

ଲାଲୁ ଯାଦବ ପୁଅ ତେଜଙ୍କ ବିବାହରେ ସାମିଲ ହେବା ପାଇଁ ୫ଦିନ ପାରୋଲରେ ଆସିଛନ୍ତି। ୧୨ରେ ତେଜ ଓ ଐଶର୍ଯ୍ୟାଙ୍କ ବିବାହ ହେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos