ଭାରତ ଉପରେ ‘ଆଫଗାନୀ ଆଟାକ’ ପାଇଁ ପାକ୍‌ର ମସୁଧା!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରାଗରେ ରକ୍ତ ଚାଉଳ ଚୋବାଇବାରେ ଲାଗିଛି। ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସରକାର, ପାକିସ୍ତାନର ଆତଙ୍କୀ ସଂଗଠନ, ପାକିସ୍ତାନ ଗୁଇନ୍ଦା ସଂସ୍ଥା ଓ ପାକିସ୍ତାନ ସେନା ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ଭାରତ ଉପରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପୂର୍ବରୁ ‘ଆଫଗାନୀ ଆଟାକ୍‌’ କରିବା ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଯୋଜନା କରୁଥିବା ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି। […]

bfe

bfe

Hemant Lenka
  • Published: Sunday, 11 August 2019
  • Updated: 11 August 2019, 12:40 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରାଗରେ ରକ୍ତ ଚାଉଳ ଚୋବାଇବାରେ ଲାଗିଛି। ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସରକାର, ପାକିସ୍ତାନର ଆତଙ୍କୀ ସଂଗଠନ, ପାକିସ୍ତାନ ଗୁଇନ୍ଦା ସଂସ୍ଥା ଓ ପାକିସ୍ତାନ ସେନା ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି।

ଭାରତ ଉପରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପୂର୍ବରୁ ‘ଆଫଗାନୀ ଆଟାକ୍‌’ କରିବା ପାଇଁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଯୋଜନା କରୁଥିବା ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି। ଏଭଳି ସୂଚନା ପରେ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଏହି ଆଫ୍‌ଗାନିସ୍ତାନର ଆତଙ୍କବାଦୀ ସାମିଲ ହେବାକୁ ଥିବାରୁ ଏହାକୁ ‘ଆଫ୍‌ଗାନୀ ଆଟାକ’ର ନାଁ ଦିଆଯାଇଛି।

ଗୁଇନ୍ଦା ସଂସ୍ଥା ଜାରି କରିଥିବା ସୂଚନା ଅନୁଯାୟୀ, “ଆଇଏସ୍‌ଆଇ କୁଖ୍ୟାତ ଆତଙ୍କୀ ସଂଗଠନ ଲସ୍କର ଓ ଜୈଶ-ଏ-ମହମ୍ମଦର ସଦସ୍ୟମାନଙ୍କୁ ଭାରତ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛି। ଆକ୍ରମଣରେ ପାକିସ୍ତାନ ନାଗରିକ ନୁହେଁ ବରଂ ଆଫ୍‌ଗାନିସ୍ତାନର ନାଗରିକଙ୍କୁ ବ୍ୟବହାର କରାଯାଇପାରେ।

ଆଫ୍‌ଗାନିସ୍ତାନର ଆତଙ୍କବାଦୀମାନେ ଭାରତରେ ଥିବା ଅନ୍ୟତମ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌ର ସମର୍ଥକମାନଙ୍କ ସହ ଏବେ ଯୋଗାଯୋଗ କରୁଛନ୍ତି। ଏମାନେ ମିଳିତ ଭାବେ ବକ୍ରୀ ଇଦ୍‌ ସମୟରେ ହେବାକୁ ଥିବା ସମୂହ ନମାଜ ପାଠ ସମୟରେ ଆକ୍ରମଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ଏଥିସହ ଅଗଷ୍ଟ ୧୫ ପୂର୍ବରୁ ଜୈଶ, ଲସ୍କର ଓ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀମାନେ ବଡ଼ ବଡ଼ ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିପାରନ୍ତି। କେବଳ ସରକାରୀ ପ୍ରତିଷ୍ଠାନ ନୁହେଁ, ଏୟାରପୋର୍ଟ, ରେଳ ଷ୍ଟେସନ୍‌ ଓ ବସ୍‌ ଭଳି ପରିବହନ ସଂସ୍ଥା ଉପରେ ମଧ୍ୟ ସେମାନେ ଆକ୍ରମଣ କରିବାକୁ ମସୁଧା କରିଛନ୍ତି। ଏହି ସୂଚନା ପରେ ଭାରତର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ପାକ୍‌ ଅଧିକୃତ ଜମ୍ମୁ-କଶ୍ମୀର(ପିଓକେ)ରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିର କାର୍ଯ୍ୟ କରିବା ଆରମ୍ଭ କରିଛି। ଜମ୍ମୁ-କଶ୍ମୀର ସୀମାନ୍ତକୁ ଲାଗିଥିବା ପିଓକେ ୧୦୦ରୁ ଅଧିକ ଆତଙ୍କବାଦୀ ରହିଛନ୍ତି। ସେମାନେ ପ୍ରତିଦିନ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ହେଁ ଭାରତୀୟ ସୁରକ୍ଷାକର୍ମୀ ସେମାନଙ୍କ ଯୋଜନାକୁ ପଣ୍ଡ କରିଦେଉଛନ୍ତି।

ତଥାପି ଭାରତୀୟ ସେନା ସୀମାରେ ଆଲର୍ଟ ରହିଛନ୍ତି। ବାୟୁସେନାର ଯୁଦ୍ଧ ବିମାନ ମଧ୍ୟ ସୀମାରେ ନିୟମିତ ପ୍ୟାଟ୍ରୋଲିଂ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos