ଭାରତରେ ପହଞ୍ଚିଲା ରାଫେଲ
ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଭାରତ ମାଟିରେ ଲ୍ୟାଣ୍ଡ କରିଛି ରାଫେଲ ଯୁଦ୍ଧ ବିମାନ। ଅପରାହ୍ଣ ୩.୧୩ରେ ଏହା ହରିଆଣାର ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡିଂ କରିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନୀକ ଯୁଦ୍ଧ ବିମାନ ହେଉଛି ରାଫେଲ।
ଫ୍ରାନ୍ସରୁ ଆସୁଥିବା ୫ଟି ଯାକ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଏହାକୁ ଦୁଇଟି ସୁଖୋଇ-୩୦ ଗାଇଡ କରି ଅମ୍ବାଲା ଯାଏ ଆଣିଥିଲେ। ସେହିପରି ଫାଇଟର ଜେଟ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଏହାକୁ ବାୟୁସେନାର ରେଡିଓ ସିଗ୍ନାଲ ତରଫରୁ ସ୍ୱାଗତ କରାଯାଇଛି।
#WATCH Haryana: Touchdown of Rafale fighter aircraft at Ambala airbase. Five jets have arrived from France to be inducted in Indian Air Force. (Source – Office of Defence Minister) pic.twitter.com/vq3YOBjQXu
— ANI (@ANI) July 29, 2020
ୱେଷ୍ଟର୍ଣ୍ଣ ଆରବିୟାନ ସମୁଦ୍ରରେ ମୁତୟନ ହୋଇଥିବା ଭାରତୀୟ ନୌସେନାର ଯୁଦ୍ଧ ତୋପ ଆଇଏନଏସ କୋଲକାତା ସହ ମଧ୍ୟ ଯୋଗାଯୋଗ କରିଥିଲା। ରାଫେଲ ଜେଟ୍ ଲ୍ୟାଣ୍ଡିଂ ବେଳେ ଏୟାରବେସ୍ରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଏହାକୁ ସ୍ୱାଗତ କରିଥିଲେ। ସେହିପରି ବିମାନ ଗୁଡ଼ିକୁ ୱାଟର ସାଲ୍ୟୁଟ ମଧ୍ୟ ପ୍ରଦାନ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ କରି ୫ଟି ଯାକ ରାଫେଲ ସୁରକ୍ଷିତ ଲ୍ୟାଣ୍ଡ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାର୍ଡସ ଲ୍ୟାଣ୍ଡ ସେଫଲି ଇନ୍ ଅମ୍ବାଲା। ସେ ଆହୁରି କହିଛନ୍ତି, ରାଫେଲ ଯୁଦ୍ଧ ବିମାନ ଭାରତ ମାଟିରେ ପାଦ ଦେବା କ୍ଷଣି ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଏହା ବାୟୁସେନାର ଯୁଦ୍ଧ କ୍ଷମତାକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି।
ପ୍ରଥମ ଦଫାରେ ଆସିଥିବା ୫ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରେ ଦୁଇଟି ଟୁ-ସିଟର ଓ ୩ଟି ସିଙ୍ଗଲ ସିଟର ଜେଟ ରହିଛି।
ଅମ୍ବାଲାରେ ଏହା ଲ୍ୟାଣ୍ଡିଂ କରିବାର ଥିବାରୁ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ନିକଟସ୍ଥ ଗାଁରେ ୧୪୪ ଧାରା ଜାରି କରାଯିବା ସହ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଥିଲା।
#WATCH First batch of #Rafale jets arrive in Ambala, Haryana from France. pic.twitter.com/wIfx8nuVIF
— ANI (@ANI) July 29, 2020
ଏହି ୫ ରାଫେଲ ଯୁଦ୍ଧ ବିମାନ ସୋମବାର ଫ୍ରାନ୍ସରୁ ଉଡ଼ାଣ ଭରିଥିଲା। ଏହାପରେ ଏହା ଅବୁଧାବିରେ କିଛି ସମୟ ରହିବା ପରେ କାଲିଠାରୁ ଭାରତ ଅଭିମୁଖେ ଉଡ଼ାର ଆରମ୍ଭ କରିଥିଲା। ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ରେ ଭାରତ ସରକାର ଫ୍ରାନ୍ସ ସହ ୩୬ଟି ରାଫେଲ ଜେଟ୍ କଣିବାକୁ ଚୁକ୍ତି କରିଥିଲେ। ସୋମବାର ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଫ୍ରାନ୍ସରୁ ଭାରତ ଆଣିବା ପାଇଁ ଉଡ଼ାଣ ଭରିଥିଲେ।
#WATCH: Five #Rafale jets in the Indian airspace, flanked by two Su-30MKIs (Source: Raksha Mantri's Office) pic.twitter.com/hCoybNQQOv
— ANI (@ANI) July 29, 2020
ଦୀର୍ଘ ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ଏହା ହରିଆଣାର ଅମ୍ବାଲା ଏୟାରବେସରେ ପହଞ୍ଚିଛି। ଉଡ଼ାଣ ବେଳେ ମଝି ଆକାଶରେ ହିଁ ଜେଟଗୁଡ଼ିକରେ ଇନ୍ଧନ ଭର୍ତ୍ତି କରାଯାଇଥିଲା।
ଭାରତ ଓ ପ୍ରାନ୍ସ ମଧ୍ୟରେ ଚୁକ୍ତି ଅନୁସାରେ ୩୬ଟି ରାଫେଲ୍ ଆସିବ। ଆଜି ୫ଟି ଆସୁଥିବା ବେଳେ ବାକି ବିମାନ ୨୦୨୨ ସୁଦ୍ଧା ଭାରତକୁ ହସ୍ତାନ୍ତର କରାଯିବ। ତେବେ ଅଗଷ୍ଟ ୧୫ ପରେ ରାଫେଲକୁ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।