ସଂସଦରେ ବି ଆରମ୍ଭ ହେଲା ଥର୍ମାଲ ସ୍କ୍ରିନିଂ

ନୂଆଦିଲ୍ଲୀ: କରୋନା ଭାଇସର ପାଇଁ ଏୟାରପୋର୍ଟ ଭଳି ଆଜି ସଂସଦର ପ୍ରବେଶ ପଥରେ ସଚେନତା ଓ ସ୍କ୍ରିନିଂ ଆରମ୍ଭ ହୋଇଛି। ପୂର୍ବରୁ ସଂସଦ ମଧ୍ୟକୁ  ପ୍ରବେଶ ପାଇଁ କଟକଣା ଜାରି ହୋଇଥିଲା। ହେଲେ ଆଜି ଠାରୁ ବିଧିବଦ୍ଧ ଭାବେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ସଂସଦ ମଧ୍ୟକୁ ପ୍ରବେଶ କରୁଥିବା ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ସାମ୍ବାଦିକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସେହିପରି ପରିଦର୍ଶକମାନଙ୍କୁ ମଧ୍ୟ ସ୍କ୍ରିନିଂ କରାଯିବା ପରେ ଭିତରକୁ ପ୍ରବେଶ ପାଇଁ […]

d

d

Hemant Lenka
  • Published: Monday, 16 March 2020
  • Updated: 16 March 2020, 12:49 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇସର ପାଇଁ ଏୟାରପୋର୍ଟ ଭଳି ଆଜି ସଂସଦର ପ୍ରବେଶ ପଥରେ ସଚେନତା ଓ ସ୍କ୍ରିନିଂ ଆରମ୍ଭ ହୋଇଛି। ପୂର୍ବରୁ ସଂସଦ ମଧ୍ୟକୁ  ପ୍ରବେଶ ପାଇଁ କଟକଣା ଜାରି ହୋଇଥିଲା। ହେଲେ ଆଜି ଠାରୁ ବିଧିବଦ୍ଧ ଭାବେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ସଂସଦ ମଧ୍ୟକୁ ପ୍ରବେଶ କରୁଥିବା ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ସାମ୍ବାଦିକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି।

ସେହିପରି ପରିଦର୍ଶକମାନଙ୍କୁ ମଧ୍ୟ ସ୍କ୍ରିନିଂ କରାଯିବା ପରେ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳୁଛି। ସ୍କ୍ରିନିଂ ବେଳେ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଆଜି ଗୃହ ମଧ୍ୟରେ କିଛି ସାଂସଦ ମୁହଁରେ ମାସ୍କ ଲଗାଇଥିବା ବି ଦେଖିବାକୁ ମିଳିଛି। ପୂର୍ବରୁ ସାଂସଦମାନଙ୍କୁ ଅଯଥା ସଂସଦ ପରିସରରେ ଭିଡ଼ କରିବାକୁ ମନା କରାଯାଇଥିଲା। ସେହିପରି ସଂସଦ ଭିତରକୁ ବାହାର ଲୋକଙ୍କୁ ନ ଆଣିବା ପାଇଁ ପରାମର୍ଶ ଦିଆଯାଇଥିଲା।

ଭାରତରେ ଏଯାଏ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଥିବା ବେଳେ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସରକାର ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଥିଲେ ହେଁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos