କରୋନା ଆକ୍ରାନ୍ତଙ୍କ ଘରେ ଚୋରଙ୍କ ମଟନ ଭୋଜି, ତା’ ପରେ ଚୋରି

ରାଞ୍ଚି: କରୋନା ସଙ୍କଟ ବେଳେ ଏହାକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। କରୋନା ବିପତ୍ତିର ସୁଯୋଗ ନେଇ ଚୋର କେମିତି ଜଣେ ସଂକ୍ରମିତଙ୍କ ଘରେ ପଶି ମଟଜ ଭୋଜି କରିବା ସହ ମୂଲ୍ୟବାନ ଜିନିଷ ଓ ଅର୍ଥ ଚୋରି କରି ଫେରାର ହୋଇଯାଇଛନ୍ତି, ତା’ର ତଥ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଝାରଖଣ୍ଡର ଜାମସେଦପୂର ସହରରେ ଏଭଳି ରୋଚକ ଘଟଣା ଘଟିଛି। ଚୋରମାନେ ଯେଉଁ ବ୍ୟକ୍ତିଙ୍କ ଘରେ ପଶିଥିଲେ ସେ ଜଣେ ଶିକ୍ଷକ। ଶିକ୍ଷକ ଜଣଙ୍କ କରୋନାରେ ଆକ୍ରାନ୍ତ ହେବାରୁ ବର୍ତ୍ତମାନ ଜାମସେଦପୁରର ଟାଟା ମେନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ତାଙ୍କ ଘରେ ପଶିଥିଲେ। ଏହାପରେ ସେମାନେ ତାଙ୍କ ଘରେ ମଟନ, ଭାତ ଓ ରୁଟି କରି ଖାଇଥିଲେ। ଭୋଜି ଶେଷ ହେବା ପରେ ସେମାନେ ଶିକ୍ଷକଙ୍କ ଘରେ ଥିବା ମୂଲ୍ୟବାନ ଜିନିଷ ଓ ୫୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।

ଜୁଲାଇ ୮ରେ ଶିକ୍ଷକ ଜଣଙ୍କ କରୋନାରେ ଆକ୍ରାନ୍ତ ହେବାରୁ ପୂରା ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ପରିବାର ଲୋକ ଘରର ଅବସ୍ଥା ଦେଖିବାକୁ ଆସିବା ବେଳେ ହିଁ ପୂରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଛନ୍ତି।

ଆହୁରି ପଢ଼ନ୍ତୁ

୬ ଘଣ୍ଟାର ଜେରା ପରେ ଘରକୁ ଫେରିଲେ ଦୀପିକା ପାଦୁକୋଣ, ସାରା ସିଗାରେଟ ଟାଣୁଥିବା କଥା ସ୍ୱୀକାର କଲେ

ଦୀପିକାଙ୍କୁ ୩-୪ ରାଉଣ୍ଡ ଜେରା! ମୋବାଇଲ୍ ଜବତ କଲା ଏନସିବି

NCBରେ ହାଜର ହେଲେ ଦୀପିକା

୨୬ ସେପ୍ଟେମ୍ବର,ଶନିବାର: ମାଲିମକଦ୍ଦମାରେ ବିଜୟୀ ହେବେ

ପୁଣି ହାରିଲା ଧୋନିଙ୍କ ଚେନ୍ନାଇ, ଦିଲ୍ଲୀର ଦ୍ୱିତୀୟ ବିଜୟ

ଚେନ୍ନାଇ ଆଗରେ ୧୭୬ ରନ୍‌ର ଟାର୍ଗେଟ, ଶ’ଙ୍କ ବିସ୍ଫୋରକ ୬୪

ପୁଣି ଟସ୍‌ ଜିତିଲେ ଧୋନି, ବ୍ୟାଟିଂ କରିବ ଦିଲ୍ଲୀ

‘ଏବିପି’ ଓ ‘ଟିଭି ଟୁଡେ’ ନେଟଓ୍ୱର୍କକୁ ପଛରେ ପକାଇଲା ‘ଓଟିଭି’

ରକୁଲଙ୍କୁ ଜେରା, କରିସ୍ମା ବି ହାଜର

ଲଗାତର ତୃତୀୟ ଦିନ ପାଇଁ ତେଲ ଦର ଅପରିବର୍ତ୍ତିତ

ସାଧାରଣ ଲୋକଙ୍କୁ ଦିଆଗଲା କରୋନା ଟିକା ‘ସ୍ପୁଟନିକ୍-ଭି’

୨୫ ସେପ୍ଟେମ୍ବର,ଶୁକ୍ରବାର; ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ