ପ୍ରତି ବର୍ଷ ବର୍ଷାରେ ବୁଡ଼ି ଯାଉଛି ଏହି ଐତିହ୍ୟ ସଂପନ୍ନ ପୋଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଓ ପୁରୁଣା ଦିଲ୍ଲୀ ମଧ୍ୟରେ ସଂଯୋଗ ସ୍ଥାପନ କରୁଥିବା ଏଇ ବ୍ରିଜ୍‌ ବା ପୋଲଟି ପ୍ରାୟ ପ୍ରତିବର୍ଷ ବର୍ଷାଦିନେ ବୁଡ଼ିଯାଏ। ପୋଲଟି ଯେପରି ଦିଲ୍ଲୀର ଏକ ଐତିହ୍ୟ ପ୍ରତିବର୍ଷ ବର୍ଷାରେ ବୁଡ଼ିଯିବା ମଧ୍ୟ ସେହିପରି ଏକ ପରମ୍ପରାରେ ପରିଣତ ହେଲାଣି। ପୁରୁଣା ହୋଇଯାଇଥିବା ଏହି ବ୍ରିଜ୍‌ର ନାମ ୧୯୦୫-୧୯୧୦ ମଧ୍ୟରେ ଭାଇସରାୟ ଥିବା ଲର୍ଡ ମିଣ୍ଟୋଙ୍କ ନାଁରେ ରଖାଯାଇଥିଲା। ଏହି ମିଣ୍ଟୋ ବ୍ରିଜ୍‌ର ଦୁଇ ପାଖରେ ଥିବା ଭଙ୍ଗା ଶିଡ଼ିକୁ ରେଳବାଇ ଠିକ୍‌ କରୁ ନଥିବା କୁହାଯାଉଛି।

ଏପରି ସ୍ଥିତିରେ ମିଣ୍ଟୋ ବ୍ରିଜ୍‌ ରେଳବାଇ ଷ୍ଟେସନରେ ଆହୁରି ନୂଆ ରେଳ ଧାରଣା ତିଆରି କରାଯାଉଛି। ଫଳରେ ଏହା ଅଧିକ ଚଉଡ଼ା ହେବାରେ ଲାଗିଛି। ଦୀର୍ଘ ବର୍ଷ ହେଲାଣି କାଗଜପତ୍ରରେ ମିଣ୍ଟୋ ବ୍ରିଜ୍‌ର ନାଁ ଶିବାଜୀ ବ୍ରିଜ୍‌ କରି ଦିଆଯାଇଛି। ତଥାପି ଲୋକେ ଏହାକୁ ମିଣ୍ଟୋ ବ୍ରିଜ୍‌ ହିଁ କହୁଛନ୍ତି।

ଏହା ପୁରୁଣା ଦିଲ୍ଲୀକୁ ନୂଆଦିଲ୍ଲୀକୁ ସଂଯୋଗ କରୁଥିବା ସବୁଠାରୁ ପୁରୁଣା ଓ ପ୍ରଥମ ବ୍ରିଜ। ହେଲେ ପ୍ରତିବର୍ଷ ବର୍ଷା ହେବା ମାତ୍ରେ ଏହି ବ୍ରିଜ୍‌ ବୁଡ଼ି ଯାଉଥିବା ଦେଖିବାକୁ ମିଳୁଛି। ଦିଲ୍ଲୀର ଏହି ସର୍ବପୁରାତନ ବ୍ରିଜ୍‌ ସମ୍ପର୍କରେ ଜାଣନ୍ତୁ।

ଆମେ ଯେତେବେଳେ ରେଳବାଇର ବ୍ରିଜ୍‌ କଥା କହୁଛେ ସେତେବେଳେ ଯମୁନାର ନଦୀ ଉପରେ ନିର୍ମିତ ଲୁହାର ବ୍ରିଜ୍‌ କଥା କେମିତି ନ କହିବା। ଏହା ଆରମ୍ଭରୁ ସିଙ୍ଗଲ ଲାଇନ ଥିଲା। ୧୯୩୪ରେ ଏହାକୁ ଦୁଇ ଲାଇନ ବିଶିଷ୍ଟ କରାଯାଇଥିଲା। ୮୫୦ ମିଟର ଲମ୍ବାର ଏହି ବ୍ରିଜ୍‌କୁ ଐତିହ୍ୟ ମାନ୍ୟତା ମଧ୍ୟ ମିଳିଛି।

ଦିଲ୍ଲୀରେ ଥିବା ସୁନ୍ଦର ସୁନ୍ଦର ଲ୍ୟାଣ୍ଡମାର୍କ ମଧ୍ୟରୁ ଏହି ବ୍ରିଜ୍‌ ଅନ୍ୟତମ। ୧୮୬୩ରେ ଏହାର ନିର୍ମାଣ କାମ ଆରମ୍ଭ ହୋଇ ୧୮୬୬ରେ ଶେଷ ହୋଇଥିଲା। ଏହି ବ୍ରିଜ୍‌ ନିର୍ମାଣ କରିବାର ୫ ବର୍ଷ ପୂର୍ବରୁ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କୁ ରଙ୍ଗୁନ ଅଟକ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା।

ତେବେ ୧୯୮୨ରେ ଦିଲ୍ଲୀରେ ଯେତେବେଳେ ଏସିଆ ଗେମ୍ସ ଆୟୋଜନ କରାଗଲା ସେତେବେଳେ ରଣଜୀତ ସିଂହ ଫ୍ଲାଏଓଭର ନିର୍ମାଣ କରାଯାଇଥିଲା। ଉକ୍ତ ଫ୍ଲାଏଓଭର ନିର୍ମାଣ ପରେ ମିଣ୍ଟୋ ବ୍ରିଜ୍‌ର ଗୁରୁତ୍ୱ ହ୍ରାସ ପାଇଥିଲା। ମିଣ୍ଟୋ ବ୍ରିଜ୍‌ ନାଲି ଇଟାରେ ତିଆରି ହୋଇଥିବା ବେଳେ ଏହା ଖୁବଉଚ୍ଚ। ତେଣୁ ବଡ଼ବଡ଼ କମ୍ପାନୀମାନେ ନିଜ ସାମଗ୍ରୀର ବିଜ୍ଞାପନ ପାଇଁ ଏହାକୁ ବ୍ୟବହାର କରନ୍ତି।

ହିନ୍ଦୀ ଜଗତର ଦୁଇ ବରିଷ୍ଠ କଥାକାରଙ୍କ ସହ ମିଣ୍ଟୋ ବ୍ରିଜ୍‌ ଜଡ଼ିତ। ତମସାର ଲେଖକ ଭୀଷ୍ମ ଶାହାଣୀ ନିଜର ଆଜମେର ଗେଟ୍‌ ସ୍ଥିତ ଜାକିର ହୁସେନ କଲେଜଠାରୁ ଚାଲିଚାଲି ମିଣ୍ଟୋ ବ୍ରିଜ୍‌ ପାର୍‌ ହୋଇ କନାଉଟ ପ୍ୟାଲେସ ସ୍ଥିତ କଫି ହାଉସକୁ ଯାଉଥିଲେ। ଏହି ସମୟରେ ସେ ଅନେକ ଥର ଅବରା ମସିହାର ଲେଖକ ବିଷ୍ଣୁ ପ୍ରଭାକରଙ୍କ ସହ ମଧ୍ୟ ଯାଇଥାଆନ୍ତି। ଅନେକ ସମୟରେ ଉଭୟ କୌଣସି ଲେଖାକୁ ନେଇ ମିଣ୍ଟୋ ବ୍ରିଜ୍‌ ଉପରେ ହିଁ ଯୁକ୍ତିତର୍କ କରିବାର ନଜିର ରହିଛି।

ଆହୁରି ପଢ଼ନ୍ତୁ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା

ଚାଟାର୍ଡ ବିମାନରେ ମୁମ୍ବାଇ ପହଞ୍ଚିବେ ଦୀପିକା