୨୪ ଘଣ୍ଟାରେ ୩ଟି ବିମାନ ଦୁର୍ଘଟଣାଗ୍ରସ୍ତ, ଭୟରେ ଯାତ୍ରୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩ଟି ବିମାନ ରନ୍‌ୱେରେ ଦୁର୍ଘଟଣା ଗ୍ରସ୍ତ ହେବା ଏବେ ଭାରତୀୟ ବିମାନ ଚଳାଚଳ କମ୍ପାନୀଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି। ସେହିପରି ରନ୍‌ୱେରେ ଏଭଳି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୩ ବିମାନ ବନ୍ଦରରେ ଘଟିଥିବା ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ ହେଁ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରବିବାର ପ୍ରଥମେ […]

io

Hemant Lenka
  • Published: Monday, 01 July 2019
  • , Updated: 01 July 2019, 04:51 PM IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩ଟି ବିମାନ ରନ୍‌ୱେରେ ଦୁର୍ଘଟଣା ଗ୍ରସ୍ତ ହେବା ଏବେ ଭାରତୀୟ ବିମାନ ଚଳାଚଳ କମ୍ପାନୀଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି। ସେହିପରି ରନ୍‌ୱେରେ ଏଭଳି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୩ ବିମାନ ବନ୍ଦରରେ ଘଟିଥିବା ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ ହେଁ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ରବିବାର ପ୍ରଥମେ ମେଙ୍ଗାଲୁରୁଠାରେ ଏୟାର ଇଣ୍ଡିଆ ବିମାନ ରନ୍‌ୱେରେ ଲ୍ୟାଣ୍ଡିଂ କରିବା ବେଳେ ଭାରସାମ୍ୟ ହରାଇ ବସିଥିଲା। ଫଳରେ ବିମାନଟି ରନ୍‌ୱେ ଛାଡ଼ି ପାଖରେ ଥିବା ଘାସବୁଦା ଆଡ଼କୁ ମାଡ଼ି ଯାଇଥିଲା। ଏହି ଘଟଣାରେ ବିମାନଟି କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଖରାପ ପାଗ ଓ ଜୋରରେ ପବନ ବୋହିବା କାରଣରୁ ଏଭଳି ଘଟଣା ଘଟିଥିଲା।

ଏହାପରେ ସନ୍ଧ୍ୟା ପ୍ରାୟ ୮.୧୫ରେ ଅନୁରୂପ ଦୁର୍ଘଟଣା ସୁରତରେ ଘଟିଥିଲା। ସୁରତ ଏୟାରପୋର୍ଟରେ ଭୋପାଲରୁ ଆସୁଥିବା ସ୍ପାଇସ୍‌ ଜେଟ୍‌ ବିମାନଟି ରନ୍‌ୱେରେ ଲ୍ୟାଣ୍ଡିଂ କରିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଲଗାଣ ବର୍ଷା ଯୋଗୁ ବିମାନର ପାଇଲଟ୍‌ ବିମାନ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହି କାରଣ ଯୋଗୁ ଗତକାଲି ରାତି ତମାମ ସୁରତ ବିମାନବନ୍ଦରକୁ ବନ୍ଦ ରଖାଯାଇଥିଲା। ସେହିପରି ୩ଟି ବିମାନର ଗତିପଥକୁ ଅହମଦାବାଦକୁ ବଦଳା ଯାଇଥିଲା।

ଆଜି କେରଳ କୋଝିକୋଡ଼ରେ ସାଉଦି ଆରବରୁ ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରନ୍‌ୱେରେ ଲ୍ୟାଣ୍ଡିଂ କରିବା ସମୟରେ ଏହା ଠିକ୍‌ ଭାବେ ଅବତରଣ କରିପାରି ନଥିଲା। ହେଲେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

Related story