ବାପାଙ୍କ କାର୍ଯ୍ୟକାଳର ଶେଷ ଦିନରେ ହ୍ୱାଇଟହାଉସରେ ନିର୍ବନ୍ଧ କଲେ ଟ୍ରମ୍ପଙ୍କ ସାନ ଝିଅ

ୱାଶିଂଟନ: ଆଜି ସରିବ ଆମେରିକାର ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ। ଭାରତୀୟ ସମୟ ରାତି ୧୦.୩୦ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବେ। ଟ୍ରମ୍ପଙ୍କ ଆଜି ହ୍ୱାଇଟ ହାଉସରେ ଶେଷ ଦିନ ଥିବାରୁ ତାଙ୍କ ସାନ ଝିଅ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବାପାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଟିଫାନୀ ଟ୍ରମ୍ପ ହ୍ୱାଇଟ ହାଉସରେ ତାଙ୍କ ବୟଫ୍ରେଣ୍ଡ ମାଇକେଲ ବଉଲୋସଙ୍କୁ ନିର୍ବନ୍ଧ କରିଛନ୍ତି। ନିର୍ବନ୍ଧ ପରେ ଉଭୟ ହ୍ୱାଇଟ ହାଉସ ମଧ୍ୟରେ […]

fa

fa

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 04:23 PM IST

Sports

Latest News

ୱାଶିଂଟନ: ଆଜି ସରିବ ଆମେରିକାର ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ। ଭାରତୀୟ ସମୟ ରାତି ୧୦.୩୦ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବେ। ଟ୍ରମ୍ପଙ୍କ ଆଜି ହ୍ୱାଇଟ ହାଉସରେ ଶେଷ ଦିନ ଥିବାରୁ ତାଙ୍କ ସାନ ଝିଅ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ବାପାଙ୍କ କାର୍ଯ୍ୟକାଳର ଶେଷ ଦିନରେ ଟିଫାନୀ ଟ୍ରମ୍ପ ହ୍ୱାଇଟ ହାଉସରେ ତାଙ୍କ ବୟଫ୍ରେଣ୍ଡ ମାଇକେଲ ବଉଲୋସଙ୍କୁ ନିର୍ବନ୍ଧ କରିଛନ୍ତି। ନିର୍ବନ୍ଧ ପରେ ଉଭୟ ହ୍ୱାଇଟ ହାଉସ ମଧ୍ୟରେ ଉଠାଇଥିବା ଫଟୋକୁ ମଧ୍ୟ ଶୋସାଲ ମିଡିଆରେ ଶେୟାର କରିଛନ୍ତି। ନିଜ ଇନଷ୍ଟାଗ୍ରାମରେ ଟିଫାନୀ ଟ୍ରମ୍ପ ଫଟୋ ପୋଷ୍ଟ କରି କହିଛନ୍ତି, ହ୍ୱାଇଟ ହାଉସରେ ଆମେ ଏକାଧିକ ମାଇଲଷ୍ଟୋନ, ଐତିହାସିକ ମୁହୂର୍ତ୍ତ ଓ ସ୍ମରୀୟ ଘଟଣାର ମୁକସାକ୍ଷୀ ରହିଥିଲୁ। ତେବେ ଏସବୁ ଭିତରେ ସବୁଠାରୁ ସ୍ୱତନ୍ତ୍ର ଘଟଣା ଆଜି ଘଟିଛି।

ଆଜି ମୁଁ ଓ ମାଇକେଲ ହ୍ୱାଇଟ ହାଉସରେ ନିର୍ବନ୍ଧ କରିଛୁ। ଆଗାମୀ ଅଧ୍ୟାୟ ପାଇଁ ମୁଁ ବେଶ ଉତ୍ପାହିତ ବୋଲି ସେ ଲେଖିଛନ୍ତି। ମାଇକେଲ ମଧ୍ୟ ସମାନ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ “ମୋ ଜୀବନର ପ୍ରେମ ସହ ଆଜି ମୁଁ ନିର୍ବନ୍ଧ କରିଛି। ଆଗାମୀ ଅଧ୍ୟାୟ ପାଇଁ ଆମେ ଏକାଠି ଆଗକୁ ବଢ଼ିବୁ। ଲଭ ୟୁ ହନି।”

୨୭ ବର୍ଷୀୟ ଟିଫାନୀ ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପତ୍ନୀ ମାରଲା ମାପଲେସଙ୍କ ଝିଅ। ମାଇକେଲଙ୍କ ବୟସ ୨୩ ବର୍ଷ। ସେ ଲଣ୍ଡନରେ ପଢ଼ୁଥିବା ବେଳେ ଟିଫାନୀଙ୍କ ସହ ଦେଖା ହୋଇଥିଲା। ୨୦୧୮ ମସିହା ଜାନୁଆରୀରେ ଉଭୟ ପ୍ରଥମଥର ଏକାଠି ଲଣ୍ଡନରେ ଫଟୋ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos