ବାତ୍ୟା ଅମ୍ଫାନ ରିଲିଫ ସାମଗ୍ରୀ ବଣ୍ଟନକୁ ନେଇ ରକ୍ତାକ୍ତ ସଂଘର୍ଷ

କୋଲକାତା: ବାତ୍ୟା ଅମ୍ଫାନ ଯୋଗୁ ପଶ୍ଚିମବଙ୍ଗର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତେବେ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ଦେବାରେ କ୍ଷମତାସୀନ ମମତା ସରକାର ବ୍ୟାପକ ହେରଫେର କରିଥିବା ଅଭିଯୋଗ କରି ବିଜେପି ବିକ୍ଷୋଭ କରୁଛି। ଏହିକ୍ରମରେ ଆଜି ଉତ୍ତର ୨୪ ପ୍ରଗଣାରେ ବିଜେପି ପକ୍ଷରୁ ଚାଲିଥିବା ବିକ୍ଷୋଭ ବେଳେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି।

ବିଜେପି ଓ ଶାସକ ତୃଣମୁଳ କଂଗ୍ରେସର କର୍ମୀଙ୍କ ମଧ୍ୟରେ ମାରପିଟ ହେବାରୁ ଏକାଧିକ ଲୋକ ଆହତ ହୋଇଛନ୍ତି। ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ରିଲିଫ ସାମଗ୍ରୀ ବଣ୍ଟରେ ହୋଇଥିବା ହେରଫେର ପାଇଁ ଦଳ ପକ୍ଷରୁ ବିକ୍ଷୋଭ ରାଲି କରାଯାଇଥିଲା।

ଏହି ସମୟରେ ଟିଏମସି କର୍ମୀମାନେ ଆକ୍ରମଣ କରିଥିଲେ। ପୁଲିସ୍‌ ସବୁ ଦେଖୁଥିଲେ ହେଁ କେବଳ ଚୁପ ରହିଥିଲା ବୋଲି ବିଜେପି କହିଛି। ବିଜେପି ସାଂସଦ ଅର୍ଜୁନ ସିଂହ କହିଛନ୍ତି, “ଟିଏମସି ଗୁଣ୍ଡାଙ୍କ ଆକ୍ରମଣରେ ଅନେକ ବିଜେପି କର୍ମୀ ଆହତ ହୋଇଛନ୍ତି। ବିଜେପି କର୍ମୀଙ୍କ ମୋବାଇଲ ଲୁଟ ହୋଇଥିବା ବେଳେ ଗାଡ଼ିକୁ ଭାଙ୍ଗି ଦିଆଯାଇଛି। ଆନ୍ଦୋଳନ କରୁଥିବା ବିଜେପି କର୍ମୀଙ୍କ ଉପରକୁ ବୋମା ମଧ୍ୟ ମାଡ଼ କରାଯାଇଛି।”

ଆହୁରି ପଢ଼ନ୍ତୁ

କରୋନା ଡରରେ କନ୍ୟାଙ୍କୁ ଏମିତି ଲଗାଗଲା ହଳଦୀ

ନୂଆ କୃଷି ଆଇନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କଳାଧନ ସମ୍ପର୍କରେ ଦେଲେ ବୟାନ

ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ଡେଇଁଲା, ଦିନକରେ ୭୦ ହଜାର ଆକ୍ରାନ୍ତ

ହିରୋଇନଙ୍କ ପରେ ଏବେ ହିରୋଙ୍କ ପାଳି!

ଭାରତରେ କାମ ବନ୍ଦ କଲା ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ

ମେହବୁବା ମୁଫତିଙ୍କ ହେପାଜତ ପ୍ରସଙ୍ଗରେ ପ୍ରଶାସନକୁ ରିପୋର୍ଟ ମାଗିଲେ କୋର୍ଟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ଶରିଫଙ୍କ ଭାଇ ଶହବାଜ ଗିରଫ୍

ନିରବି ଗଲେ ହାଥରସ ଜିଲ୍ଲାର ପୀଡ଼ିତା

ଜେରା କରିବା ପରେ ଦସ୍ତଖତ ରଖିବାକୁ ଭୁଲିଗଲା ଏନସିବି

ଧାରା ୨୫୪ (୨)କୁୁ ପ୍ରଣୟନ କରି ରାଜ୍ୟ ସରକାର କେନ୍ଦ୍ରର କୃଷି ଆଇନକୁ ରୋକି ପାରିବେ କି?

କୋଲୋନ୍ କ୍ୟାନସରର ଉପଚାର କଫିରେ !

ଏଣିକି ଘରେ ବସି ପାଇପାରିବେ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ