ଟିଏମସିର ମହିଳା ସାଂସଦଙ୍କୁ ପୁଲିସ୍ର ଦୁର୍ବ୍ୟବହାର, ଡେରେକ ଓବ୍ରାଇନଙ୍କୁ ବି ତଳେ ପକାଇ ଦେଲେ
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆଜି ପୁଲିସ୍ ଓ ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି। ସାଂସଦ ଡେରେକ ଓବ୍ରାଇନ ଓ ପ୍ରତିମା ମଣ୍ଡଳଙ୍କ ନେତୃତ୍ୱରେ ଟିଏମସିର ପ୍ରତିନିଧି ଦଳ ଆଜି ହାଥରସ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାହିଁଥିଲେ।
ସମସ୍ତେ ହାଥରସ ସୀମାରେ ପହଞ୍ଚିବା ପରେ ପୁଲିସ୍ ଆଉ ଆଗକୁ ବଢ଼ିବାକୁ ଦେଇ ନଥିଲା। ଏହି ସମୟରେ ପୁଲିସ୍ ଓ ଟିଏମସି ପ୍ରତିନିଧି ଦଳର ସଦସ୍ୟଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଥିଲା। ଏପରି କି ଟିଏମସିର ମହିଳା ସାଂସଦଙ୍କୁ ପୁରୁଷ ପୁଲିସ୍ ଅଧିକାରୀମାନେ ଦୁର୍ବ୍ୟବହାର କରିବା ସହ ସେମାନଙ୍କୁ ଅଶ୍ଳୀଳ ଭାବେ ଛୁଇଁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ପୁଲିସ୍ ସହ ସଂଘର୍ଷ ବେଳେ ସାଂସଦ ଡେରେକ ଓବ୍ରାଇନ ତଳେ ପଡ଼ି ଯାଇଥିଲେ।
ଘଟଣା ସମ୍ପର୍କରେ ଟିଏମସିର ମମତା ଠାକୁର କହିଛନ୍ତି, ଆମେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଥିଲୁ। ହେଲେ ପୁଲିସ୍ ଆମକୁ ଏଥିପାଇଁ ଅନୁମତି ଦେଇ ନଥିଲା। ଆମେ ଆଗକୁ ବଢ଼ିବା ବେଳେ ମହିଳା ପୁଲିସ୍ମାନେ ଆମ ବ୍ଲାଉଜ ଟାଣି ଦେଇଥିଲେ। ସେମାନେ ଆମ ସାଂସଦ ପ୍ରତିମା ମଣ୍ଡଳଙ୍କ ଉପରେ ଲାଠିଚାର୍ଜ କରିଥିଲେ।
Trinamool MP Pratima Mondal manhandled by UP Police, claim Trinamool MPs#HathrasHorror pic.twitter.com/WlMjYLaT0f
— TOI Kolkata (@TOIKolkata) October 2, 2020
ସେ ତଳେ ପଡ଼ିଯିବାରୁ ପୁରୁଷ ପୁଲିସ୍ କର୍ମମାନେ ତାଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାବେ ସ୍ପର୍ଶ କରିଥିଲେ। ସେହିପରି ମହିଳା ସଦସ୍ୟମାନଙ୍କୁ ଠେଲାପେଲା କରିଥିଲେ। ଆମର ବରିଷ୍ଠ ସାଂସଦ ଡେରେକ ଓବ୍ରାଇନଙ୍କୁ ମଧ୍ୟ ପୁଲିସ୍ ଅଧୀକାରୀ ଧକ୍କା ମାରି ତଳେ ପକାଇ ଦେଇଥିଲେ ବୋଲି ସେ କହିଛନ୍ତି।
ଡେରେକ ଓବ୍ରାଇନଙ୍କ ଧସ୍ତାଧସ୍ତି ବେଳେ ସେ କେମିତି ତଳେ ପଡ଼ି ଯାଉଛନ୍ତି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।