କରୋନା ଭୟ: କ’ଣ କରିବେ ଓ କ’ଣ କରିବେନି

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ ମଧ୍ୟ କରୋନା ଭାଇରସ ଆତଙ୍କ ଦେଖିବାକୁ ମିଳିଛି। ୬ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ଭାରତ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ କରୋନାରୁ ବର୍ତ୍ତିବା ପାଇଁ କ’ଣ କରିବା ଓ କ’ଣ ନ କରିବା ଉଚିତ ଆସନ୍ତୁ ଜାଣିବା କ’ଣ କରିବେ ୧-ଠିକ ଭାବେ ସିଝା ଓ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ ୨-କାଶ ଓ ଛିଙ୍କିବା ବେଳେ ମୁହଁକୁ ଯଥା ସମ୍ଭବ […]

rf

rf

Hemant Lenka
  • Published: Tuesday, 03 March 2020
  • Updated: 04 March 2020, 08:30 AM IST

Sports

Latest News

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ ମଧ୍ୟ କରୋନା ଭାଇରସ ଆତଙ୍କ ଦେଖିବାକୁ ମିଳିଛି। ୬ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ଭାରତ ସରକାର ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ କରୋନାରୁ ବର୍ତ୍ତିବା ପାଇଁ କ’ଣ କରିବା ଓ କ’ଣ ନ କରିବା ଉଚିତ ଆସନ୍ତୁ ଜାଣିବା

କ’ଣ କରିବେ

୧-ଠିକ ଭାବେ ସିଝା ଓ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ

୨-କାଶ ଓ ଛିଙ୍କିବା ବେଳେ ମୁହଁକୁ ଯଥା ସମ୍ଭବ ବନ୍ଦ ରଖିବାକୁ ଚେଷ୍ଟା କରନ୍ତୁ।

୩-ହାତକୁ ସାବୁନ କିମ୍ବା ପରିଷ୍କାର  ପାଣିରେ ଭଲ ଭାବେ ଧୋଅନ୍ତୁ।

୪-କୌଣସି ବସ୍ତୁକୁ ଛୁଇଁଲେ ତୁରନ୍ତ ଲିକ୍ୟୁଇଡ୍‌ କିମ୍ବା ସାବୁନରେ ହାତ ଧୋଇବାକୁ ଭୁଲନ୍ତୁ ନାହିଁ।

୫-ଟିସୁ ପେପରକୁ ବ୍ୟବହାର କରିବା ପରେ ତୁରନ୍ତୁ ଡଷ୍ଟବିନ୍‌ରେ ଫୋପାଡ଼ି ଦିଅନ୍ତୁ।

୬-ଯଦି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି, ତା’ହେଲେ ଡାକ୍ତରଙ୍କୁ ଦେଖାଇବାକୁ ଭୁଲନ୍ତୁ ନାହିଁ।

୭- ମାସ୍କ ବ୍ୟବହାର କରନ୍ତୁ।

କ’ଣ କରିବେ ନାହିଁ

୧-ଥଣ୍ଡା ଓ କାଶ ରୋଗରେ ପୀଡ଼ିତ ଲୋକଙ୍କ ପାଖକୁ ଯାଆନ୍ତୁ ନାହିଁ।

୨-ଜନଗହଳୀ ପୂର୍ଣ୍ଣ ସ୍ଥାନରେ ଛିଙ୍କ, କାଶ ଓ ଛେପ ପକାନ୍ତୁ ନାହିଁ।

୩-ପଶୁପକ୍ଷୀ ଓ କଞ୍ଚା ମାଂସକୁ ଛୁଅନ୍ତୁ ନାହିଁ।

୪-ଫାର୍ମ, ପଶୁ ପକ୍ଷୀଙ୍କ ମାର୍କେଟ କିମ୍ବା ମାଛ ଓ ମାଂସ କଟା ଯାଉଥିବା ସ୍ଥାନଠାରୁ ଦୂରେଇ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos