ରାଷ୍ଟ୍ରପତି ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ମୀରା କୁମାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିରୋଧୀ ସମର୍ଥିତ ପ୍ରାର୍ଥୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର। ଆଜି ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ କଂଗ୍ରେସର ଅନ୍ୟ ନେତୃବୃନ୍ଦ ଏବଂ ବାମମେଣ୍ଟ ଏନ୍‌ସିପି, ଆରଜେଡି ସମେତ ୧୭ଟି ଦଳର ପ୍ରତିନିଧି ଉପସ୍ଥିତ ରହିବାର ସମ୍ଭାବନା ରହିଛି। ହାଇକମାଣ୍ଡଙ୍କ ଡାକରା ପାଇ ଗତକାଲି […]

meera kumar

meera kumar

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 09:36 AM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିରୋଧୀ ସମର୍ଥିତ ପ୍ରାର୍ଥୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର। ଆଜି ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ କଂଗ୍ରେସର ଅନ୍ୟ ନେତୃବୃନ୍ଦ ଏବଂ ବାମମେଣ୍ଟ ଏନ୍‌ସିପି, ଆରଜେଡି ସମେତ ୧୭ଟି ଦଳର ପ୍ରତିନିଧି ଉପସ୍ଥିତ ରହିବାର ସମ୍ଭାବନା ରହିଛି।

ହାଇକମାଣ୍ଡଙ୍କ ଡାକରା ପାଇ ଗତକାଲି ତାରା ବାହିନୀପତିଙ୍କ ସମେତ ଭୁଜବଳ ମାଝି, ଯୋଗେଶ ସିଂ, ଚନ୍ଦ୍ରଶେଖର ମାଝି, ଅଂଶୁମାନ ମହାନ୍ତି, କୃଷ୍ଣଚନ୍ଦ୍ର ସାଗରିଆ ଓ ଜାକବ ପ୍ରଧାନ ଦିଲ୍ଲୀ ଯାଇଛନ୍ତି। ସେମାନେ ମୀରା କୁମାରଙ୍କ ଲାଗି ପ୍ରସ୍ତାବକ ହେବାକୁ ଦିଲ୍ଲୀ ଯାଇଥିବା ଜଣାପଡିଛି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ନେଇ ସହମତି ନ ହେବାରୁ ମୀରା କୁମାରଙ୍କୁ ପ୍ରାର୍ଥୀ କରିଛନ୍ତି ବିରୋଧୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos