ଶାହୀନ ବାଗ ଶୁଣାଣି ମାର୍ଚ୍ଚ ୨୩କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଶାହୀନ ବାଗରେ ଚାଲିଥିବା ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟ କୌଣସି ରାୟ ଦେଇନାହାନ୍ତି। ବର୍ତ୍ତମାନ ମାମଲାରେ କୌଣସି ନିର୍ଦ୍ଦେଶ ଦେବା ପାଇଁ ପରିବେଶ ଠିକ ନାହିଁ ବୋଲି କୋର୍ଟ କହିଛନ୍ତି। ଏଥିସହ ସବୁ ପକ୍ଷ ଓ ରାଜନୀତି ଦଳଗୁଡ଼ିକୁ ସୁପ୍ରିମକୋର୍ଟ ନିଜର ଉତ୍ତେଜନାପୂର୍ଣ୍ଣ କଥା କମ କରିବା ଏବଂ ନରମ ମନୋଭାବ ଦେଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି […]

q

q

Hemant Lenka
  • Published: Wednesday, 26 February 2020
  • Updated: 26 February 2020, 12:43 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଶାହୀନ ବାଗରେ ଚାଲିଥିବା ଆନ୍ଦୋଳନ ଉପରେ ସୁପ୍ରିମକୋର୍ଟ କୌଣସି ରାୟ ଦେଇନାହାନ୍ତି। ବର୍ତ୍ତମାନ ମାମଲାରେ କୌଣସି ନିର୍ଦ୍ଦେଶ ଦେବା ପାଇଁ ପରିବେଶ ଠିକ ନାହିଁ ବୋଲି କୋର୍ଟ କହିଛନ୍ତି।

ଏଥିସହ ସବୁ ପକ୍ଷ ଓ ରାଜନୀତି ଦଳଗୁଡ଼ିକୁ ସୁପ୍ରିମକୋର୍ଟ ନିଜର ଉତ୍ତେଜନାପୂର୍ଣ୍ଣ କଥା କମ କରିବା ଏବଂ ନରମ ମନୋଭାବ ଦେଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୩ରେ କରାଯିବ।

ଅନ୍ୟପକ୍ଷରେ ପୂର୍ବ ଶୁଣାଣି ବେଳେ ସୁପ୍ରିମକୋର୍ଟ ଶାହୀନ ବାଗ ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ। ଦୁଇ ମଧ୍ୟସ୍ଥି ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ୩ଦିନ କାଳ ଶାହୀନ ବାଗ ଯାଇ ସେଠାରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସୋମବାର ସେମାନେ ସୁପ୍ରିମକୋର୍ଟରେ ଆଲୋଚନାର ରିପୋର୍ଟକୁ ସିଲ୍‌ କଭରରେ ଦାଖଲ କରିଛନ୍ତି। ହେଲେ ଏହା ଉପରେ ଆଜି ଶୁଣାଣି ବେଳେ କୋର୍ଟ କୌଣସି ଟିପ୍ପଣୀ କରିନାହାନ୍ତି।

ଯେବେଠାରୁ ନାଗରିକତା ସଂଶୋଧନ ଆଇନ(ସିଏଏ) ଦେଶରେ ଲାଗୁ ହୋଇଛି ସେବେଠାରୁ ଶାହୀନ ବାଗରେ ଶତାଧିକ ପୁରୁଷ ଓ ମହିଳା ରାସ୍ତା ବନ୍ଦ କରି ଆନ୍ଦୋଳନ କରୁଛନ୍ତି। କେବଳ ଆମ୍ବୁଲାନ୍ସ ଓ ସ୍କୁଲ ଗାଡ଼ିକୁ ଯିବା ଆସିବା କରିବାକୁ ଆନ୍ଦୋଳନକାରୀ ଅନୁମତି ଦେଇଛନ୍ତି। ହେଲେ ସାଧାରଣ ଲୋକ ଏହାଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos