ଏନ୍‌କାଉଣ୍ଟର୍‌ରେ ଜୈଶର ଟପ୍‌ କମାଣ୍ଡର ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲ୍ଲାର ବୋନିୟାରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଛି। ଏଥିରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଲୁକମାନ ନିହତ ହୋଇଛି। ଲୁକମାନ ପାକିସ୍ତାନର ନାଗରିକ ହୋଇଥିବା ବେଳେ ବାରୁମୁଲ୍ଲାରେ ଜୈଶର କମାଣ୍ଡର ଭାବେ ନିଯୁକ୍ତ ହୋଇଥିଲା। ଆଜି ସକାଳେ ବୋନିୟାରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କଶ୍ମୀରର ପୁଲିସ୍‌ର ସ୍ପେଶାଲ ଅପରେସନ ଗ୍ରୁପ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ […]

ere

Hemant Lenka
  • Published: Saturday, 22 June 2019
  • , Updated: 22 June 2019, 05:05 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲ୍ଲାର ବୋନିୟାରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଛି। ଏଥିରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଲୁକମାନ ନିହତ ହୋଇଛି। ଲୁକମାନ ପାକିସ୍ତାନର ନାଗରିକ ହୋଇଥିବା ବେଳେ ବାରୁମୁଲ୍ଲାରେ ଜୈଶର କମାଣ୍ଡର ଭାବେ ନିଯୁକ୍ତ ହୋଇଥିଲା।

ଆଜି ସକାଳେ ବୋନିୟାରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ-କଶ୍ମୀରର ପୁଲିସ୍‌ର ସ୍ପେଶାଲ ଅପରେସନ ଗ୍ରୁପ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନେ ଲୁଚି ଥିବା ସ୍ଥାନରେ ପହଞ୍ଚିବା କ୍ଷଣି ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ଲୁକମାନ ନିହତ ହୋଇଛି। ଆଉ ଜଣେ ଆତଙ୍କବାଦୀ ଏବେ ବି ସେଠାରେ ଲୁଚି ରହିଥିବା ଅନୁମାନ କରାଯାଉଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।

Related story