ରାଜ୍ୟ କଂଗ୍ରେସ ମୁଖିଆଙ୍କ କାର ଉପରେ ଭୟଙ୍କର ଆକ୍ରମଣ, ବିଜେପିର ହାତ ଥିବା ଅଭିଯୋଗ

ଅଗରତାଲା: ପଶ୍ଚିମବଙ୍ଗ ଘଟଣାର ପୁନରାବୃତ୍ତି ତ୍ରିପୁରାରେ ଘଟିଛି। ପଶ୍ଚିମବଙ୍ଗରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରେ ଯେଉଁଭଳି ଆକ୍ରମଣ କରାଯାଥିଲା ଆଜି ତ୍ରିପୁରାରେ ସେଭଳି ଢଙ୍ଗରେ ରାଜ୍ୟ କଂଗ୍ରେସ ମୁଖ୍ୟ ପିଜୁଶ ବିଶ୍ୱାସଙ୍କ କନଭୟ ଉପରେ ଆକ୍ରମଣ ହୋଇଛି। ଆକ୍ରମଣରେ ଶ୍ରୀ ବିଶ୍ୱାସଙ୍କ କାର୍‌ ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ରାଜ୍ୟରେ କ୍ଷମତାସୀନ ବିଜେପିର ହାତ ରହିଛି ଓ ପୁଲିସ୍‌ […]

c

c

Hemant Lenka
  • Published: Sunday, 17 January 2021
  • Updated: 17 January 2021, 06:26 PM IST

Sports

Latest News

ଅଗରତାଲା: ପଶ୍ଚିମବଙ୍ଗ ଘଟଣାର ପୁନରାବୃତ୍ତି ତ୍ରିପୁରାରେ ଘଟିଛି। ପଶ୍ଚିମବଙ୍ଗରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରେ ଯେଉଁଭଳି ଆକ୍ରମଣ କରାଯାଥିଲା ଆଜି ତ୍ରିପୁରାରେ ସେଭଳି ଢଙ୍ଗରେ ରାଜ୍ୟ କଂଗ୍ରେସ ମୁଖ୍ୟ ପିଜୁଶ ବିଶ୍ୱାସଙ୍କ କନଭୟ ଉପରେ ଆକ୍ରମଣ ହୋଇଛି।

ଆକ୍ରମଣରେ ଶ୍ରୀ ବିଶ୍ୱାସଙ୍କ କାର୍‌ ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ରାଜ୍ୟରେ କ୍ଷମତାସୀନ ବିଜେପିର ହାତ ରହିଛି ଓ ପୁଲିସ୍‌ ଉପସ୍ଥିତିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଫୋନ ଯୋଗେ ଶ୍ରୀ ବିଶ୍ୱାସ ଗଣମାଧ୍ୟମକୁ କହିଛନ୍ତି ଯେ ରାଜଧାନୀ ଠାରୁ ୨୦ କେମି ଦୂର କଂଗ୍ରେସର ସ୍ଥାନୀୟ ଅଫିସ ବିଶାଲଗଡ଼ ନିକଟରେ ଏହି ଆକ୍ରମଣ କରାଯାଇଥିଲା। ଏଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ଯାଉଥିବା ବେଳେ ତାଙ୍କୁ ବିଜେପିର ସମର୍ଥକମାନେ ଆକ୍ରମଣ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ଥିଲେ ହେଁ କୌଣସି ପ୍ରକାରର ପଦକ୍ଷେପ ନେଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସାମ୍ନାକୁ ଆସିଥିବା ଭିଡିଓରେ ବିଶ୍ୱାସଙ୍କ କାରର ଆଗ କାଚ ଠାରୁ ଆରମ୍ଭ କରି ପଛ ଭାଗ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଆଗ ସିଟ୍‌ରେ କାଚ ଗୁଣ୍ଡ ଛିନଛତ୍ର ହୋଇ ପଡ଼ି ରହିଛି। ବିଶ୍ୱାସଙ୍କ ସହ ଏକାଧିକ କଂଗ୍ରେସ କର୍ମୀ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି।

ପୁଲିସ୍‌ ନିକଟରେ ବିଶ୍ୱାସ ଏଫଆଇଆର କରିଛନ୍ତି। ହେଲେ ପୁଲିସ୍‌ ଏଯାଏ ଏହି ଘଟଣାକୁ ରାଜନୀତିକ ଆକ୍ରୋଶରୁ କରାଯାଇଛି ବୋଲି ସ୍ୱୀକାର କରିନାହିଁ। ଶୁକ୍ରବାର ଶ୍ରୀ ବିଶ୍ୱାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ବିକ୍ଷୋଭ ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos