ମାଇନ୍ସ ୪୦ ଡିଗ୍ରୀ ଥଣ୍ଡାରେ ଯବାନଙ୍କ ସୁରକ୍ଷା କବଚ ସାଜିବ ଏହି କୋଠରୀ

ନୂଆଦିଲ୍ଲୀ: ଦେଶର ସୁରକ୍ଷାରେ ନିୟୋଜିତ ଯବାନଙ୍କୁ ହାଡ଼ଭଙ୍ଗା ଥଣ୍ଡାରୁ ସୁରକ୍ଷା ଦେବା ପାଇଁ ଭାରତୀୟ ସେନା ବଡ଼ ପଦକ୍ଷେପ ଗ୍ରହଣ କରିଛି। ପୂର୍ବ ଲଦାଖରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ସେନା ପକ୍ଷରୁ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ ବିଲଡିଂର ନିର୍ମାଣ କାମ ଶେଷ ହୋଇଛି। ଏହି ବିଲଡିଂ ଅସହ୍ୟ ଥଣ୍ଡାରେ ଯବାନମାନଙ୍କ ସୁରକ୍ଷା କବଚ ସାଜିବ। ନଭେମ୍ବର ମାସ ପରେ ଏଠାରେ ପ୍ରତିବର୍ଷ ୪୦ ଫୁଟ ବରଫପାତ ହୋଇଥାଏ। ସେହିପରି ତାପମାତ୍ରା ମାଇନ୍ସ ୩୦ରୁ ୪୦ ଡିଗ୍ରୀ […]

c

c

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 04:14 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସୁରକ୍ଷାରେ ନିୟୋଜିତ ଯବାନଙ୍କୁ ହାଡ଼ଭଙ୍ଗା ଥଣ୍ଡାରୁ ସୁରକ୍ଷା ଦେବା ପାଇଁ ଭାରତୀୟ ସେନା ବଡ଼ ପଦକ୍ଷେପ ଗ୍ରହଣ କରିଛି। ପୂର୍ବ ଲଦାଖରେ ମୁତୟନ ହୋଇଥିବା ଯବାନଙ୍କ ପାଇଁ ସେନା ପକ୍ଷରୁ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ ବିଲଡିଂର ନିର୍ମାଣ କାମ ଶେଷ ହୋଇଛି। ଏହି ବିଲଡିଂ ଅସହ୍ୟ ଥଣ୍ଡାରେ ଯବାନମାନଙ୍କ ସୁରକ୍ଷା କବଚ ସାଜିବ।

ନଭେମ୍ବର ମାସ ପରେ ଏଠାରେ ପ୍ରତିବର୍ଷ ୪୦ ଫୁଟ ବରଫପାତ ହୋଇଥାଏ। ସେହିପରି ତାପମାତ୍ରା ମାଇନ୍ସ ୩୦ରୁ ୪୦ ଡିଗ୍ରୀ ସେଲସିୟସ ହୋଇଯାଇଥାଏ। ତଥାପି ଯବାନମାନେ ଅସହ୍ୟ ଜାଡ଼ରେ ଦେଶର ସେବା କରି ଚାଲନ୍ତି। କିନ୍ତୁ ଚଳିତ ବର୍ଷ ଭାରତୀୟ ସେନା ନିର୍ମାଣ କରିଥିବା ଅତ୍ୟାଧୁନିକ କୋଠରୀ ଯବାନଙ୍କୁ ମାଇନ୍ସ ୪୦ ଡିଗ୍ରୀ ତାପମାତ୍ରାରୁ ସୁରକ୍ଷା ଦେବ।

ପୂର୍ବ ଲଦାଖରେ ଯବାନମାନେ ଚାଇନା ଯବାନଙ୍କ ସମସ୍ତ ପ୍ରକାରର ହରକତ ଉପରେ ନଜର ରଖି ଏହାକୁ ପଣ୍ଡ କରିବାରେ ଲାଗିଛନ୍ତି। ଏଭଳି ସ୍ଥିତିରେ ଆଗକୁ ଅଧିକ ଥଣ୍ଡା ପଡ଼ିବାକୁ ଥିବାରୁ ଯବାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏହି ଅତ୍ୟାଧୁନିକ କଠୋରୀ ତିଆରି କରିଛି। ଏହି କଠୋରୀରେ ଉପଯୁକ୍ତ ଉତ୍ତାପ, ପାଣି, ବିଜୁଳି ଓ ସମସ୍ତ ପ୍ରକାରର ଖାଦ୍ୟପେୟ ପାଇଁ ବ୍ୟବସ୍ଥା ରହିଛି।
https://twitter.com/i/status/1328976551673700356

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ “ଥଣ୍ଡା ସମୟରେ ସୀମାରେ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ଏହା ଯବାନମାନଙ୍କୁ ଅଧିକ ସହାୟକ ହେବ। ଲଦାଖ ସେକ୍ଟରରେ ମୁତୟନ ସମସ୍ତ ଯବାନଙ୍କ ପାଇଁ ଭାରତୀୟ ସେନା ନୂଆ କଠୋରୀ ନିର୍ମାଣ କରିଛି। ଏଥିସହ ଟେଣ୍ଟ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏହି ବିଲଡିଂରେ ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି। କେବଳ ଯବାନମାନଙ୍କ ପାଇଁ ନୁହେଁ, ତୁଷାରପାତ ଓ ଥଣ୍ଡା ପବନରୁ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟେଣ୍ଟ ତିଆରି କରାଯାଇଛି। https://twitter.com/i/status/1328963242853621760

ସେହିପରି ଜରୁରୀ କାଳୀନ ସ୍ଥିତି ସମୟରେ ଯବାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି।” ବର୍ତ୍ତମାନ ଏଲଏସିରେ ଚାଇନା ସହ ତିକ୍ତତା ଚାଲିଛି। ଏଭଳି ସ୍ଥିତିରେ ନୂଆ ବିଲଡିଂ ନିର୍ମାଣ କରାଯାଇଥିବାରୁ ସେଠାରେ ଅଧିକ ସଂଖ୍ୟକ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇ ପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos