ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

ୱାଶିଂଟନ: ଚାଇନିଜ ଆପ ଟିକଟକକୁ ମାଇକ୍ରୋସଫ୍ଟ କିଣିବାର ସମ୍ଭାବନା ସୃଷ୍ଟି ହୋଇଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଆମେରିକାରେ ବନ୍ଦ କରିବାକୁ ଚାହୁଁଛନ୍ତି। ତେବେ ଯଦି ଏହାକୁ ମାଇକ୍ରୋସଫ୍ଟ କିଣି ନେଉଛି, ତା’ହେଲେ ଏହା ଉପରେ ଆଉ ପ୍ରତିବନ୍ଧକ ଲାଗିବ ନାହିଁ।

ଏଥିପାଇଁ ମାଇକ୍ରୋସଫ୍ଟକୁ ଟ୍ରମ୍ପ ୪୫ ଦିନର ସମୟ ଦେଇଛନ୍ତି। ୪୫ ଦିନ ମଧ୍ୟରେ ଟିକଟକ ସହ ଡିଲ ଫାଇନାଲ କରିବାକୁ ସମୟ ଦେଇଛନ୍ତି।

ଆମେରିକାରେ ପ୍ରାୟ ୧୦୦ ମିଲିୟନ ଲୋକ ଟିକଟକକୁ ବ୍ୟବହାର କରୁଛନ୍ତି। ହେଲେ ଚାଇନା ସହ ଆମେରିକାର ସୃଷ୍ଟି ହୋଇଥିବା ବିବାଦ ଚରମ ସୀମାରେ ପହଞ୍ଚି ଥିବାରୁ ୱାଶିଂଟନ ପକ୍ଷରୁ ଟିକଟକୁ ବ୍ୟାନ କରିବାକୁ ଯୋଜନା କରାଯାଉଛି।

ତେବେ ଟିକଟକର ଲୋକପ୍ରିୟତା ଅଧିକ ଥିବାରୁ ଏହାକୁ ମାଇକ୍ରୋସଫ୍ଟ ଚାଇନିଜ କମ୍ପାନୀ ବାଇଟ ଡ୍ୟାନ୍ସ ଠାରୁ କିଣିବାକୁ ଚାହୁଁଛି। ସେପ୍ଟେମ୍ବର ୧୫ ସୁଦ୍ଧା ଏହି ଡିଲ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବନି ବଟଲର୍

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା