ଭାରତର ଉତ୍ପାଦ ଶୁଳ୍କ ବୃଦ୍ଧିକୁ ଟ୍ରମ୍ପଙ୍କ ବିରୋଧ

ୱାଶିଂଟନ୍‌: ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଭାରତ ଗସ୍ତରେ ଆସି ବନ୍ଧୁତାର ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଥିବା ବେଳେ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ଭାରତକୁ ପରୋକ୍ଷରେ ଧମକ ଦେଇଛନ୍ତି। ଭାରତ ସରକାର ଆମେରିକା ଦ୍ରବ୍ୟ ଗୁଡ଼ିକ ଉପରେ ଅଧିକ ପରିମାଣର ଉତ୍ପାଦ ଶୁଳ୍କ ଲାଗୁ କରୁଥିବାରୁ ଏହାକୁ ଟ୍ରମ୍ପ ବିରୋଧ କରିଛନ୍ତି। ଜାପାନରରେ ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ସେଠାରେ ତାଙ୍କର ସାକ୍ଷାତ ଟ୍ରମ୍ପଙ୍କ ସହ ହେବ। ଏହି […]

waw

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 11:05 AM IST

ୱାଶିଂଟନ୍‌: ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଭାରତ ଗସ୍ତରେ ଆସି ବନ୍ଧୁତାର ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଥିବା ବେଳେ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ଭାରତକୁ ପରୋକ୍ଷରେ ଧମକ ଦେଇଛନ୍ତି।

ଭାରତ ସରକାର ଆମେରିକା ଦ୍ରବ୍ୟ ଗୁଡ଼ିକ ଉପରେ ଅଧିକ ପରିମାଣର ଉତ୍ପାଦ ଶୁଳ୍କ ଲାଗୁ କରୁଥିବାରୁ ଏହାକୁ ଟ୍ରମ୍ପ ବିରୋଧ କରିଛନ୍ତି। ଜାପାନରରେ ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ସେଠାରେ ତାଙ୍କର ସାକ୍ଷାତ ଟ୍ରମ୍ପଙ୍କ ସହ ହେବ।

ଏହି ସାକ୍ଷାତକାର ପୂର୍ବରୁ ଟ୍ରମ୍ପ ଟ୍ୱିଟ୍‌ କରି କହିଛନ୍ତି ଯେ, ଭାରତର ଉତ୍ପାଦ ଶୁଳ୍କ ଅଧିକ। ମୁଁ ଏସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବି। ଭାରତ ସରକାର ଆମେରିକା ସାମଗ୍ରୀ ଉପରେ ଉଚ୍ଚ ଉତ୍ପାଦ ଶୁଳ୍କ ଲାଗୁ କରୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ଭାରତ ସରକାର ନିଜର ଆଭିମୁଖ୍ୟ ବଦଳାନ୍ତୁ। ଆମେରିକାର ସାମଗ୍ରୀ ଉପରେ ଲାଗୁ କରିଥିବା ଉତ୍ପାଦ ଶୁଳ୍କକୁ ହ୍ରାସ କରନ୍ତୁ।”

ଭାରତ ସରକାର ଜୁନ୍‌ ୧୬ରୁ ଆମେରିକାର ୨୯ଟି ସାମଗ୍ରୀ ଉପରେ ଅଧିକ ପରିମାଣର ସୀମା ଶୁଳ୍କ ଲାଗୁ କରିଥିଲେ। ଆମେରିକା ଭାରତ ଠାରୁ ଶିଳ୍ପ ସହାୟତା ପ୍ରତ୍ୟାହାର କରିବାରୁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ।

Related story