ଚାଇନା ପରେ ଜାପାନରେ ଭୟଙ୍କର ଭୂକମ୍ପ, ସୁନାମି ଆଲର୍ଟ

ଟୋକିଓ: ଚାଇନା ପରେ ଆଜି ଜାପାନରେ ମଧ୍ୟ ଭୟଙ୍କର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହି ଭୂକମ୍ପ ପରେ ସ୍ଥାନୀୟ ପାଣିପାଗ ବିଭାଗ ସମଗ୍ର ଦେଶରେ ସୁନାମି ଆଲର୍ଟ ଜାରି କରିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୮ ରହିଥିଲା। ସେହିପରି ଭୂକମ୍ପର କେନ୍ଦ୍ର ସ୍ଥଳ ୟମାଗାଥା ରହିଥିଲା। ଭୂକମ୍ପ ଝଟ୍‌କା ପରେ ଲୋକମାନେ ତୁରନ୍ତ ଖୋଲା ସ୍ଥାନକୁ ଚାଲି ଆସିଥିଲେ। ତଥାପି ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିଥିବାର […]

uy

Hemant Lenka
  • Published: Tuesday, 18 June 2019
  • , Updated: 18 June 2019, 09:19 PM IST

ଟୋକିଓ: ଚାଇନା ପରେ ଆଜି ଜାପାନରେ ମଧ୍ୟ ଭୟଙ୍କର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହି ଭୂକମ୍ପ ପରେ ସ୍ଥାନୀୟ ପାଣିପାଗ ବିଭାଗ ସମଗ୍ର ଦେଶରେ ସୁନାମି ଆଲର୍ଟ ଜାରି କରିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୮ ରହିଥିଲା। ସେହିପରି ଭୂକମ୍ପର କେନ୍ଦ୍ର ସ୍ଥଳ ୟମାଗାଥା ରହିଥିଲା।

ଭୂକମ୍ପ ଝଟ୍‌କା ପରେ ଲୋକମାନେ ତୁରନ୍ତ ଖୋଲା ସ୍ଥାନକୁ ଚାଲି ଆସିଥିଲେ। ତଥାପି ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିଥିବାର ଖବର ରହିଛି। କିନ୍ତୁ ଏଯାଏ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ଏବେ ବି ସ୍ଥିତି ଉପରେ ଅଧିକାରୀମାନେ ନଜର ରଖିଛନ୍ତି।

ଅନ୍ୟପକ୍ଷରେ ଚାଇନାର ସିଚୁଆନ୍‌ରେ ସୋମବାର ଘଟିଥିବା ଭୂକମ୍ପରେ ଏଯାଏ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥିରେ ୧୯୯ ଜଣ ଗୁରୁତର ଆହତ ହୋଇଛନ୍ତି। ସୋମବାର ରାତିରେ ଏପରି ଭୂକମ୍ପ ଘଟିଥିଲେ ହେଁ ମଙ୍ଗଳବାର ଏ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିଥିଲା।

ସୋମବାର ରାତି ପ୍ରାୟ ୧୦.୩୦ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬ ରହିଥିଲା। ଘଟଣା ପରେ ବିଭିନ୍ନ ସ୍ଥାନରେ ଘର ଭାଙ୍ଗି ଯାଇଥିଲା। ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ୮୦୦ ଲୋକଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏହି ଭୂକମ୍ପରେ ୧୪୨,୮୩୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୭୩ଟି ଘର ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇଯାଇଛି।

Related story