ସିଏବିକୁ ବିରୋଧ କରି ସଂଘର୍ଷ, ମୁତୟନ ହେଲେ ଆର୍ମି

ଗୌହାଟୀ: ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଆସିଥିବା ବିବାଦୀୟ ସିଏବିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଜୋରଦାର ବିରୋଧ କରାଯାଉଛି। ସବୁଠାରୁ ଅଧିକ ବିରୋଧ ଆସାମରେ ଦେଖିବାକୁ ମିଳିଛି। ଏଠାରେ ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇ ପୋଡ଼ାଜଳା ଓ ବିକ୍ଷୋଭ କରିଛନ୍ତି। ଆସାମର ଦିବ୍ରୁଗଡ଼ରେ ଏହାକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟିବାରୁ ଏବେ ସେଠାରେ ସେନା ବାହିନୀକୁ ମୁତୟନ କରାଯାଇଛି। ଆନ୍ଦୋଳନକାରୀମାନେ ହିଂସାକାଣ୍ଡ ଘଟାଇବାରୁ ପୁଲିସ୍‌ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ତେବେ ସ୍ଥିତି ଅଣାୟାତ୍ତ […]

ad

ad

Hemant Lenka
  • Published: Wednesday, 11 December 2019
  • Updated: 11 December 2019, 03:49 PM IST

ଗୌହାଟୀ: ଅଣମୁସଲିମ ଶରଣାର୍ଥୀଙ୍କୁ ନାଗରିକତା ଦେବା ପାଇଁ ଆସିଥିବା ବିବାଦୀୟ ସିଏବିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଜୋରଦାର ବିରୋଧ କରାଯାଉଛି। ସବୁଠାରୁ ଅଧିକ ବିରୋଧ ଆସାମରେ ଦେଖିବାକୁ ମିଳିଛି। ଏଠାରେ ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇ ପୋଡ଼ାଜଳା ଓ ବିକ୍ଷୋଭ କରିଛନ୍ତି।

ଆସାମର ଦିବ୍ରୁଗଡ଼ରେ ଏହାକୁ ନେଇ ବ୍ୟାପକ ହିଂସାକାଣ୍ଡ ଘଟିବାରୁ ଏବେ ସେଠାରେ ସେନା ବାହିନୀକୁ ମୁତୟନ କରାଯାଇଛି। ଆନ୍ଦୋଳନକାରୀମାନେ ହିଂସାକାଣ୍ଡ ଘଟାଇବାରୁ ପୁଲିସ୍‌ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ତେବେ ସ୍ଥିତି ଅଣାୟାତ୍ତ ହେବାରୁ ସ୍ଥାନୀୟ ପୁଲିସ୍‌କୁ ସହଯୋଗ କରିବା ପାଇଁ ଆର୍ମିକୁ ମୁତୟନ କରାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଦିବ୍ରୁଗଡ଼ର ଲାହୋୱାଲରେ ଆର୍ମି ଯବାନଙ୍କୁ ମୁତୟନ କରାଯାଇଛି। ସେମାନେ ଫ୍ଲାଗମାର୍ଚ୍ଚ କରିବେ।

ଆଜି ସିଏବିକୁ ବିରୋଧ କରି ଗୌହାଟୀରେ ଥିବା ପ୍ରାୟ ସମସ୍ତ କଲେଜର ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ହଜାର ହଜାର ଛାତ୍ରଛାତ୍ରୀ ଗୌହାଟୀ-ଶିଲଂ ରାସ୍ତାରେ ବିକ୍ଷୋଭ କରିବାରୁ ଯାତାୟାତ ଏକ ପ୍ରକାରର ବନ୍ଦ ହୋଇଯାଇଥିଲା। ଭାଙ୍ଗରା ଠାରେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକାଇଥିଲା। ଏହାକୁ ନେଇ ସୁରକ୍ଷାକର୍ମୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀଙ୍କୁ ଘୋଉଡ଼ାଇବା ପାଇଁ ପୁଲିସ୍‌ ଓ ସିଆରପିଏଫ ପକ୍ଷରୁ ଲାଠି ଚାର୍ଜ କରାଯାଇଛି।

ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାର୍ଜ କରିଯିବାରୁ ଏଥିରେ ଏକାଧିକ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆସାମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବକ୍ଷୋଭ ଯୋଗୁ ଆସାମର ସମସ୍ତ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ଯବାନଙ୍କୁ ଏବେ ଆସାମ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos