ଗଞ୍ଜେଇ କିଣିବା ବେଳେ ଅଭିନେତ୍ରୀଙ୍କୁ ମାଡ଼ି ବସିଲା ଏନସିବି

ମୁମ୍ବାଇ: ଗଞ୍ଜେଇ କିଣିବା ବେଳେ ରଙ୍ଗେହାତ ଧରା ପଡ଼ିଛନ୍ତି ଜଣେ ୩୦ ବର୍ଷୀୟ ଅଭିନେତ୍ରୀ। ସେ ଏହି ନିଶା ଜିନିଷ କିଣୁଥିବା ବେଳେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଅଧିକାରୀମାନେ ଗିରଫ କରିଛନ୍ତି। ୩୦ ବର୍ଷୀୟ ଯୁବତୀ ଜଣଙ୍କ ଜଣେ ଟିଭି ଅଭିନେତ୍ରୀ। ତାଙ୍କ ନାଁ ପ୍ରୀତିକା ଚୌହାନ ତାଙ୍କୁ ଗଞ୍ଜେଇ ସହ ଅନ୍ଧେରୀ ନିକଟରୁ ଗିରଫ କରାଯାଇଛି। ପ୍ରୀତିକା ଗଞ୍ଜେଇ କିଣିବାର ଖବର ଏନସିବି କୌଣସି ସୂତ୍ରରୁ ପାଇଥିଲା। ଏହାପରେ ଯୋଜନା ମୁତାବକ ଅନ୍ଧେରୀ ଠାରେ […]

fd

fd

Hemant Lenka
  • Published: Monday, 26 October 2020
  • Updated: 26 October 2020, 04:49 PM IST

Sports

Latest News

ମୁମ୍ବାଇ: ଗଞ୍ଜେଇ କିଣିବା ବେଳେ ରଙ୍ଗେହାତ ଧରା ପଡ଼ିଛନ୍ତି ଜଣେ ୩୦ ବର୍ଷୀୟ ଅଭିନେତ୍ରୀ। ସେ ଏହି ନିଶା ଜିନିଷ କିଣୁଥିବା ବେଳେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଅଧିକାରୀମାନେ ଗିରଫ କରିଛନ୍ତି। ୩୦ ବର୍ଷୀୟ ଯୁବତୀ ଜଣଙ୍କ ଜଣେ ଟିଭି ଅଭିନେତ୍ରୀ। ତାଙ୍କ ନାଁ ପ୍ରୀତିକା ଚୌହାନ ତାଙ୍କୁ ଗଞ୍ଜେଇ ସହ ଅନ୍ଧେରୀ ନିକଟରୁ ଗିରଫ କରାଯାଇଛି।

ପ୍ରୀତିକା ଗଞ୍ଜେଇ କିଣିବାର ଖବର ଏନସିବି କୌଣସି ସୂତ୍ରରୁ ପାଇଥିଲା। ଏହାପରେ ଯୋଜନା ମୁତାବକ ଅନ୍ଧେରୀ ଠାରେ ମୁତୟନ ରହିଥିଲା। ସେ ଗଞ୍ଜେଇ ଜଣେ ବ୍ୟକ୍ତିଙ୍କ ଠାରୁ କିଣିବା କ୍ଷଣୀ ଏନସିବି ତାଙ୍କୁ କାବୁ କରିଥିଲା।

ତାଙ୍କ ଠାରୁ ୯୯ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ସେହିପରି ତାଙ୍କୁ ଗଞ୍ଜେଇ ବିକ୍ରି କରୁଥିବା ୨୦ ବର୍ଷୀୟ ଫୈଜଲଙ୍କୁ ମଧ୍ୟ ଏନସିବି ଗିରଫ କରିଛି। ଜେରା ବେଳେ ଫୈଜଲ ଏହାକୁ ଦୀପକ ରାଠୋର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆଣିଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ତାଙ୍କୁ ମଧ୍ୟ ଗିରଫ କରିଛି। ଏବେ ନାର୍କୋଟିକ ଡ୍ରଗ୍ସ ଓ ଏନଡିପିଏସ୍‌ ଆଇନ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos