ବଦୁଳିଛି ମହାରାଷ୍ଟ୍ର ସମୀକରଣ, ନିକଟତର ହେଉଛନ୍ତି ଏନ୍‌ସିପି-ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ଏବେ ନୂଆ ସମୀକରଣର ସମ୍ଭାବନା ସୃଷ୍ଟି କରିଛି। ମହାରାଷ୍ଟ୍ରରେ କୌଣସି ଦଳକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମିଳି ନଥିବାରୁ ଶିବସେନା ଓ ଏନ୍‌ସିପି ଏକାଠି ହେବାକୁ ଅଣ୍ଟା ଭିଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ବିଜେପିକୁ ଟାର୍ଗେଟ କରିବା ଓ ଶିବସେନାର ନେତା ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଘନଘନ ବୈଠକ କରିବା ଏବେ ରାଜ୍ୟ ରାଜନୀତିକୁ ସରଗରମ […]

aq

aq

Hemant Lenka
  • Published: Friday, 01 November 2019
  • Updated: 01 November 2019, 08:45 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ଏବେ ନୂଆ ସମୀକରଣର ସମ୍ଭାବନା ସୃଷ୍ଟି କରିଛି। ମହାରାଷ୍ଟ୍ରରେ କୌଣସି ଦଳକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମିଳି ନଥିବାରୁ ଶିବସେନା ଓ ଏନ୍‌ସିପି ଏକାଠି ହେବାକୁ ଅଣ୍ଟା ଭିଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ବିଜେପିକୁ ଟାର୍ଗେଟ କରିବା ଓ ଶିବସେନାର ନେତା ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଘନଘନ ବୈଠକ କରିବା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଗତକାଲି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ସାକ୍ଷାତ କରିଥିଲେ। ଆଜି ସନ୍ଧ୍ୟାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ଶରଦ ପାୱାରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଫଳରେ ଶିବସେନା ଓ ଏନସିପି ସରକାର ଗଠନ ପାଇଁ ନିକଟତର ହେଉଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏହି ଚର୍ଚ୍ଚା ମଧ୍ୟରେ ସଞ୍ଜୟ ରାଉତ ବିଜେପିକୁ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି। ବିଜେପି ଯଦି ୫୦:୫୦ ଫୁର୍ମଲାରେ ମୁଖ୍ୟମନ୍ତ୍ରୀ ପଦକୁ ଭାଗ ନ ବାଣ୍ଟିବ, ତା’ହେଲେ ଦଳ ଅଲଗା ବିକଳ୍ପ ଦେଖିବ ଏବଂ ମହାରାଷ୍ଟ୍ରରେ ଯେମିତି ହେଲେ ବି ସରକାର ଗଠନ କରିବ ବୋଲି ସେ କହିଛନ୍ତି। ସଞ୍ଜୟ ରାଉତ କହିଛନ୍ତି, “ଯଦି ଶିବସେନା ସରକାର ଗଢ଼ିବା ପାଇଁ ନିଷ୍ପତ୍ତି ନେବ, ତାହାଲେ ସ୍ଥାୟୀ ସରକାର ଦେବା ପାଇଁ ଆବଶ୍ୟକ ବିଧାୟକ ସେ ନିଜ ସମର୍ଥନକୁ ଆଣିପାରିବ। ମହାରାଷ୍ଟ୍ରବାସୀ ସରକାର ଗଢ଼ିବା ପାଇଁ ୫୦:୫୦ ଫର୍ମୁଲା ଆଧାରରେ ଭୋଟ୍ ଦେଇଛନ୍ତି। ଶିବସେନାରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ମହାରାଷ୍ଟ୍ରବାସୀ ଚାହୁଁଛନ୍ତି।”

ଆଜି ସନ୍ଧ୍ୟାରେ ଉଦ୍ଧବ ଓ ଶରଦ ପାୱାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସକରାତ୍ମକ ରହିଛି। ଶିବସେନା ଓ ଏନ୍‌ସିପି ଏକାଠି ହେଲେ ବି ସରକାର ଗଠନ ପାଇଁ କଂଗ୍ରେସର ସହଯୋଗ ଆବଶ୍ୟକ। ତେଣୁ ଆସନ୍ତାକାଲି ଶରଦ ପାୱାର ଦିଲ୍ଲୀ ଯାଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିପାରନ୍ତି।
ଶିବସେନା ଓ ବିଜେପି ଏକାଠି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏହି ସମୟରେ ହୋଇଥିବା ୫୦:୫୦ ଫର୍ମୁଲାକୁ ବିଜେପି ନ ମାନିବାରୁ ଶିବସେନା ବିଦ୍ରୋହ ଘୋଷଣା କରିଛି।

ଦୁଇ ଦିନ ତଳେ ଶିବସେନା ସହଯୋଗୀ ବିଜେପି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଥିଲା। ହେଲେ ମନ୍ତ୍ରୀ ପଦ ଭାଗବଣ୍ଟାକୁ ନେଇ ଦୁଇ ସହଯୋଗୀଙ୍କ ମଧ୍ୟରେ ପୁଣି ମତ ପାର୍ଥକ୍ୟ ସୃଷ୍ଟି ହୋଇଥିଲା। ବିଜେପି ସହଯୋଗୀ ଶିବସେନାକୁ ୧୪ଟି ମନ୍ତ୍ରୀ ପଦ ସହ ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଶିବସେନା ଏଥିରେ ରାଜି ହୋଇନାହିଁ। ଯାହାକୁ ନେଇ ଦଳ ବିରୋଧୀ ଏନ୍‌ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ମଧ୍ୟ ପଛାଇବ ନାହିଁ ବୋଲି ଧମକ ଦେଇଛି।

ବିଜେପି ପାଖରେ ୧୦୫ ବିଧାୟକ ଓ ୬ ଅନ୍ୟାନ୍ୟ ବିଧାୟକଙ୍କ ସମର୍ଥନ ରହିଛି। ଯଦି ଶିବସେନା-ଏନ୍‌ସିପି ଓ କଂଗ୍ରେସ ଏକାଠି ହୁଅନ୍ତି, ତା’ହେଲେ ବେଶ ଆରାମରେ ସରକାର ଗଠନ କରିପାରିବେ। କାରଣ ଚଳିତ ନିର୍ବାଚନରେ ଶିବସେନା ୫୬, ଏନ୍‌ସିପି ୫୪ ଓ କଂଗ୍ରେସ ୪୪ଟି ଆସନ ଜିତିଛି। ସେହିପରି ୬ ଜଣ ସ୍ୱାଧୀନ ବିଧାୟକ ଶିବସେନାକୁ ସମର୍ଥନ ଘୋଷଣା କରିଛନ୍ତି। ତେଣୁ ଏମାନେ ଚାହିଁଲେ ସରକାର ଗଠନ କରିପାରିବେ।

ମହାରାଷ୍ଟ୍ରରେ ବଦଳୁଥିବା ରାଜନୀତିକ ସମୀକରଣକୁ ଦୃଷ୍ଟିରେ ରଖି ଆଜି କଂଗ୍ରେସ ନେତା ବାଲାସାହେବ ଥାରୋଟ୍, ଅଶୋକ ଚୌହାନ, ପୃଥ୍ୱୀରାଜ ଚୌହାନ ଏବଂ ମାନିକରାଓ ଠାକରେ ଭଳି ପ୍ରମୁଖ ନେତା ଦିଲ୍ଲୀ ଯାଇ ସୋନିଆ ଗାନ୍ଧିଙ୍କୁ ଭେଟିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ବିଜେପି ନେତା ସୁଧୀର ମୁଙ୍ଗନତିୱାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୭ ତାରିଖ ମଧ୍ୟରେ ଯଦି କେହି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଦାବି ନ ଜାଣିବେ, ତା’ହେଲେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ଆଶଙ୍କା ରହିଛି।

ନଭେମ୍ବର ୮ରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ଏହାପୂର୍ବରୁ ହିଁ ନିୟମ ଅନୁସାରେ ନୂଆ ସରକାର ଦାୟିତ୍ୱ ନେବା କଥା। ହେଲେ ବିଜେପି-ଶିବସେନା ମଧ୍ୟରେ ଚାଲିଥିବା ତିକ୍ତତା ଯୋଗୁ ଏହା ସମ୍ଭବ ହୋଇପାରୁ ନାହିଁ।

ସୁଧୀର କହିଛନ୍ତି, “ଦୀପାବଳି ଯୋଗୁ ଶିବସେନା ଓ ବିଜେପି ମଧ୍ୟରେ କଥାବାର୍ତ୍ତା ବିଳମ୍ବ ହୋଇଥିଲା। ଏବେ କଥା ବାର୍ତ୍ତା ଆରମ୍ଭ ହୋଇଛି। ମହାରାଷ୍ଟ୍ରବାସୀ କୌଣସି ନିର୍ଦ୍ଦିଷ୍ଟ ଦଳକୁ କ୍ଷମତା ଦଖଲ ପାଇଁ ଭୋଟ ଦେଇ ନାହାନ୍ତି ବରଂ ମେଣ୍ଟ କରିଥିବା ଦଳକୁ ଦେଇଛନ୍ତି। ଆମ ମେଣ୍ଟ ଫେଭିକଲ ଓ ଅମ୍ବୁଜା ସିମେଣ୍ଟ ଠାରୁ ବି ଅଧିକ ଶକ୍ତ। ତେଣୁ ବିଜେପି ନେତୃତ୍ୱରେ ସରକାର ଖୁବଶୀଘ୍ର ଗଠନ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story