ସ୍ୱାମୀ ବିବେକାନନ୍ଦଙ୍କୁ ବିବେକାମନନ, ସଚିନଙ୍କୁ ସୁଚ୍ଚିନ ଉଚ୍ଚାରଣ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଗୁଜରାଟରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦବୋଧନ ଦେଇଛନ୍ତି। ଭାଷଣର ଅଧିକାଂଶ ସମୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ। ଏଥିସହ ସେ ସ୍ୱାମୀ ବିବେକାନନ୍ଦ, ସଚିନ ତେନ୍ଦୁଲକର, ବିରାଟ କୋହଲି, ବେଦ ଭଳି ଶବ୍ଦର ବ୍ୟବହାର କରିଥିଲେ। ବଲିଉଡ୍‌ ଫିଲ୍ମ ଡିଡିଏଲଜେ ଓ ଶୋଲେ କଥା ମଧ୍ୟ ଟ୍ରମ୍ପ ଉଠାଇ ଭାରତକୁ ପ୍ରଶଂସା କରିଥିଲେ। ହେଲେ ଟ୍ରମ୍ପ ନିଜର ଅଭିଭାଷଣ ବେଳେ ଉଚ୍ଚାରଣ କରିଥିବା […]

b

b

Hemant Lenka
  • Published: Monday, 24 February 2020
  • Updated: 24 February 2020, 06:50 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦବୋଧନ ଦେଇଛନ୍ତି। ଭାଷଣର ଅଧିକାଂଶ ସମୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ। ଏଥିସହ ସେ ସ୍ୱାମୀ ବିବେକାନନ୍ଦ, ସଚିନ ତେନ୍ଦୁଲକର, ବିରାଟ କୋହଲି, ବେଦ ଭଳି ଶବ୍ଦର ବ୍ୟବହାର କରିଥିଲେ।

ବଲିଉଡ୍‌ ଫିଲ୍ମ ଡିଡିଏଲଜେ ଓ ଶୋଲେ କଥା ମଧ୍ୟ ଟ୍ରମ୍ପ ଉଠାଇ ଭାରତକୁ ପ୍ରଶଂସା କରିଥିଲେ। ହେଲେ ଟ୍ରମ୍ପ ନିଜର ଅଭିଭାଷଣ ବେଳେ ଉଚ୍ଚାରଣ କରିଥିବା ଶବ୍ଦକୁ ସୋଶାଲ୍‌ ମିଡିଆରେ ଭାଇରାଲ କରାଯାଉଛି।

ଟ୍ରମ୍ପ ନିଜର ଭାଷଣ ବେଳେ ମୋଦିଙ୍କୁ ଚାଏୱାଲା ବୋଲି କହିଥିଲେ। ବାସ୍ତବରେ ଟ୍ରମ୍ପ ଚାଏୱାଲା ଠିକ୍‌ ଭାବେ ଉଚ୍ଚାରକଣ କରିନ ପାରି ଚିୱାଲା ବୋଲି କହିଛନ୍ତି। ସେହିପରି ସଚିନ ତେନ୍ଦୁଲକର ବଦଳରେ ସୁଚ୍ଚିନ ତେନ୍ଦୁଲକର, ବେଦ ବେଳେ ଦି ବେସଟାସ, ସ୍ୱାମୀ ବିବେକାନ୍ଦଙ୍କ ବଦଳରେ ବିବେକାମନନ ବୋଲି ଉଚ୍ଚାରଣ କରିଛନ୍ତି।

ଏହାକୁ କେହି ଖରାପ ଢଙ୍ଗରେ ନେଇ ନଥିଲେ ହେଁ ସୋଶାଲ ମିଡିଆରେ ଭାଇରାଲ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos