ପାକିସ୍ତାନ ଗୁଳିରେ ପୁଣି ଦୁଇ ଯବାନ ସହିଦ
ନୂଆଦିଲ୍ଲୀ: ଯେତେ ଯାହା କଲେ ମଧ୍ୟ ପାକିସ୍ତାନ ତା’ ପ୍ରକୃତି ବଦଳାଉ ନାହିଁ। ଆଜି ପୁଣିଥରେ ପାକିସ୍ତାନ ସେନା ସୀମା ଉଲ୍ଲଙ୍ଘନ କରି ଭାରତୀୟ ଯବାନଙ୍କୁ ଟାର୍ଗେଟ କରିଛି। ପାକିସ୍ତାନ କରିଥିବା ଗୁଳିମାଡ଼ରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେହିପି ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି।
ସେନା ପକ୍ଷରୁ କୁହାଯାଇଛି ଯେ ଆଜି ସକାଳୁ ପାକିସ୍ତାନ ପକ୍ଷରୁ ରଜୌରି ଜିଲ୍ଲା ସୁନ୍ଦରେବନି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ପାକିସ୍ତାନର ଯବାନମାନେ ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ସେନା ଆଉଟ ପୋଷ୍ଟକୁ ଟାର୍ଗେଟ କରିଥିଲେ।
Pakistan Army resorted to ceasefire violation in Sunderbani Sector, Rajouri district, #JammuAndKashmir today. Two Jawans of Indian Army – Naik Prem Bahadur Khatri and Rifleman Sukhbir Singh – got critically injured and later succumbed to injuries: PRO Defence, Jammu pic.twitter.com/u0j0kRYhkj
— ANI (@ANI) November 27, 2020
ଭାରତ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ନାଏକ ପ୍ରେମ ବାହାଦୂର ଖତ୍ରୀ ଓ ରାଇଫଲ ମ୍ୟାନ୍ ସୁଖବୀର ସିଂହ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।
ଗତକାଲି ପାକିସ୍ତାନ କରିଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ଆର୍ମି ଜେସିଓ ପ୍ରାଣ ହରାଇଥିଲେ। ସେହିପରି ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।